ଧର୍ମର୍ର୍ଶାଳା, ୧୧ । ୯ : ବନ୍ୟାରେ କ୍ଷତିଗ୍ରସ୍ତ ପ୍ରତ୍ୟେକ ପରିବାରଙ୍କୁ ୫୦ କେଜି ଲେଖାଏଁ ଚାଉଳ ଓ ୫ଶହ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ଏହି କ୍ରମରେ ଧର୍ମଶାଳା ବ୍ଲକରେ ବନ୍ୟା ଦ୍ୱାରା ପ୍ରଭାବିତ ୨୫ଟି ପଂଚାୟତ ଅଧିନସ୍ଥ ୧୧୦ଟି ଗ୍ରାମର ୨୧୪୬ ପରିବାରଙ୍କୁ ଏହି ସହାୟତ ପ୍ରଦାନ କରାଯିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ଜଣାଯାଇଛି ।
ଏହି କ୍ଷତିଗ୍ରସ୍ତ ପରିବାରଙ୍କୁ ମୋଟ ୧୦ହଜାର ୭୩୩ କ୍ୱିଂଟାଲ ଚାଉଳ ଓ ୧କୋଟି ୭ଲକ୍ଷ ୩୩ ହଜାର ଟଙ୍କା ପ୍ରଦାନ ମଞ୍ଜୁର ହୋଇଛି । ତେବେ ବନ୍ୟା ଛାଡିବାର କିଛି ଦିନ ମଧ୍ୟରେ ଧର୍ମଶାଳା ବ୍ଲକରେ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ୨ହଜାର ୧୩୭ କ୍ୱିଂଟାଲ ଚାଉଳ ପ୍ରଦାନ କରାଯାଇଥିଲା ।
ବନ୍ୟା ବିପନ୍ନ ପରିବାରଙ୍କୁ ଦିଆଯାଇଥିବା ରିଲିଫ ଚାଉଳ ପରିମାଣକୁ ବାଦ କରାଯାଇ ଏହି ଚାଉଳ ପ୍ରଦାନ କରିଯିବାକୁ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି । ପୁର୍ବରୁ ଦିଆଯାଇଥିବା ରିଲିଫ ଚାଉଳକୁ ବାଦ ଦେବା ପରେ ବ୍ଲକରେ ମୋଟ ୮ହଜାର ୫୯୮ କ୍ୱିଂଟାଲ ଚାଉଳ ଓ ୧ କୋଟି ୭ଲକ୍ଷ ୩୩ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ବୋଲି ବ୍ଲକର ଯୋଗାଣ ଅଧିକାରୀ ଜଗ ମୋହନ ଦାସ ଓ ଭାରପ୍ରାପ୍ତ ବିଡିଓ ଅଶିତ କୁମାର ପାତ୍ର ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ବ୍ରହ୍ମଣୀ ଓ ତାର ଶାଖା କେଲୁଅ ନଦୀରେ ବନ୍ୟା ଆସିବା ଫଳରେ ଧର୍ମଶାଳା ବ୍ଲକର ୨ ଗୋଟି ସ୍ଥାନରେ ଘାଇ ହେବା ସହ ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବେଶ କରି ବ୍ୟାପକ ଅଂଚଳ ଜଳମଗ୍ନ ହୋଇଥିଲା ।
ବନ୍ୟା ଛାଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା କ୍ଷତିଗ୍ରସ୍ତ ପରିବାରର ବଡ ଲୋକଙ୍କୁ ଦିନକୁ ୧ କେଜି ଓ ଛୋଟ ପିଲାଙ୍କୁ ଦିନକୁ ୫ଶହ ଗ୍ରାମ ଲେଖାଏଁ ଚାଉଳ ତିନି ଦିନ ପାଇଁ ପ୍ରଦାନ କରାଯାଇଥିଲା । ତେବେ ପୁର୍ବରୁ ଯେଉଁ ପରିବାର ଯେତେ ପରିମାଣର ରିଲିଫ ଚାଉଳ ପାଇଥିବେ ଏବେ ମିଳିବାକୁଥିବା ୫୦କେଜି ଚାଉଳରୁ ତାହାକୁ ବାଦ କରାଯାଇ ଅବଶିଷ୍ଟ ପରିମାଣର ଚାଉଳ ପ୍ରଦାନ କରାଯିବା ସହ ପରିବାର ପିଛା ୫ଶହ ଟଙ୍କା ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଥିବା ଜଣାଯାଇଛି ।