ଧର୍ମଶାଳା : ଧର୍ମଶାଳା ତହସିଲ ପକ୍ଷରୁ ସ୍ୱାଧରନତା ଦିବସ ଅବସରରେ ବସୁନ୍ଧରା ଯୋଜନାରେ ୫୨ଜଣ ଭୁମିହୀନଙ୍କୁ ଦୁଇ ଗୋଟି ସ୍ଥାନରେ ଜମି ପଟ୍ଟା ବଂଟନା କରାଯିବା ସହ ତହସିଲ ପରିସରରେ ବୃକ୍ଷ ରୋପଣ କରାଯାଇଛି । ତହସିଲ କାର୍ଯ୍ୟାଳୟ ଓ ବୁରୁସାହି ଠାରେ ପଟ୍ଟା ବଂଟନ କାର୍ଯ୍ୟକ୍ରମରେ କରୋନା ନିୟମକୁ ମାନି ପଟ୍ଟା ବଂଟନ କାର୍ଯ୍ୟକ୍ରମରେ ତହସିଲଦାର ସରୋଜ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ ।
ଉଭୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଯୋଗଦେଇ ତହସିଲ ପରିସରରେ ୩ଟି ପଂଚାୟତର ୨୭ଜଣ ଭୁମିହୀନ ପରିବାରକୁ ଜମି ପଟ୍ଟା ବଂଟନ କରିବା ସହ ସେଠାରେ ଚାରା ରୋପଣ କରିଥିଲେ । ଜିଲ୍ଲାର ଦ୍ୱିତୀୟ ନଗଡା କୁମାଯାଉଥିବା ବୁରୁସାହିକୁ ୫୩ ନମ୍ବର ଜାତୀୟ ରାଜପଥ ଠାରୁ ୩ କିମି ରାସ୍ତା ଚାଲିଚାଲି ଅତିଥିମାନେ ସେଠାରେ ପହଁଚି ସେଠାରେଥିବା ୨୫ ଗୋଟି ପରିବାରକୁ ପଟ୍ଟା ବଂଟନ କରିଥିଲେ ।
ଏଠାରେ ସୂଚନ ଯୋଗ୍ୟ ଯେ ବହୁ ବର୍ଷ ଧରି ଆଦିବାସୀ ସଂପ୍ରଦାୟର ଲୋକମାନେ ସରକାରୀ ଜାଗାରେ କୁଡିଆଘର କରି ରହିଥିଲେ ମଧ୍ୟ ସେମାନେ ବିଭିନ୍ନ ସରକାରୀ ସହାୟତାରୁ ବଂଚିତ ହେଉଥିଲେ । ସେମାନଙ୍କୁ ପଟ୍ଟା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଉଭୟ ସ୍ଥାନରେ ଅନୁଷ୍ଠିତ ପଟ୍ଟା ବଂଟନ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ଶୀତଲ ଅଗ୍ରଫୱାଲ ସହାୟତା କରିଥିବା ବେଳେ ସଂପୃକ୍ତ ଅଂଚଳର ରାଜସ୍ୱ ନିରିକ୍ଷକ ମାନେ ହିତାଧିକାରୀଙ୍କୁ ଚିହ୍ନଟ କରିଥିଲେ ।