Odisha news

ଧର୍ମଶାଳା ବ୍ଲକରେ ୬୦୨ ଜଣ ଅଯୋଗ୍ୟ ହିତାଧିକାରୀ : କାଳିଆ ଯୋଜନା ଟଙ୍କା ଫେରାଇବାକୁ ନୋଟିସ୍

0

ଧର୍ମଶାଳା : ଗତ ବିଧାନସଭା ନିର୍ବାଚନ ପୂର୍ବରୁ  ରାଜ୍ୟ ସରକାର କୃଷକ ମାନଙ୍କୁ କାଳିଆ ଯୋଜନାରେ ଖରିଫ ଓ ରବି ଋତୁରେ ଚାଷ କାର୍ଯ୍ୟ କରିବାପାଇଁ ୫ହଜାର ଲେଖାଏଁ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଥିଲେ  । ଏହି କ୍ରମରେ କାଳିଆ ଟଙ୍କା ପାଇଁ ଅବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କ  ଏକାଉଁଟରେ ରାଜ୍ୟ ସରକାର ୫ ହଜାର ଲେଖାଏଁ ଟଙ୍କା ଜମା କରିଥିଲେ । ହେଲେ ଏବେ ଏହି ଟଙ୍କା ଫେରସ୍ତ କରିବାକୁ ଚାଷୀମାନଙ୍କୁ ନୋଟିସ ଜାରି କରାଯାଇତôବା ଜଣାପଡିଛି । ଧର୍ମଶାଳା ବ୍ଲକର ୪୫ ଗୋଟି ପଂଚାୟତରେ ୬୦୨ଜଣ ଚାଷୀଙ୍କୁ ଏହି ନୋଟିସ ଜାରି କରାଯାଇଥିବା ଜଣାଯାଇଛି ।

ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଗତ ବର୍ଷ ଏହି ଯୋଜନା ପ୍ରଣୟନ ହେବା ପରେ ବ୍ଲକର ବିଭିନ୍ନ ପଂଚାୟତ ସ୍ତରରେ ଗଠିତ କମିଟି ମାଧ୍ୟମରେ ଚୟନ ହୋଇଥିବା ଉପଯୁକ୍ତ ଚାଷୀମାନେ  କାଳିଆ ଯୋଜନା ପାଇଁ ଆବେଦନ କରିଥିଲେ  । ଏହିଞ୍ଚ କମିଟି ସୁପାରିଶ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଚୟନ କରାଯାଇଥିବା ହିତାଧିକାରୀମାନଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟରେ ୫ହଜାର ଟଙ୍କା ଜମା କରାଯାଇଥିଲା  ।  ଚୟନ କରାଯାଇଥିବା ହିତାଧିକାରୀ ଭବିଷ୍ୟତରେ ଅଯୋଗ୍ୟ ବୋଲି ଜଣାପଡ଼ିଲେ କାଳିଆ ଯୋଜନାରେ ପାଇଥିବା ଟଙ୍କା ଫେରସ୍ତ କରିବାକୁ  ସରକାରଙ୍କ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଥିଲା  । ଏବେ  ଧର୍ମଶାଳା ବ୍ଲକରେ ୬୦୨ଜଣ ଅଯୋଗ୍ୟ ହିତାଧିକାରୀ ଦର୍ଶାଯାଇଛି ଓ କାଳିଆ ଯୋଜନାରେ ନେଇଥିବା ୫ହଜାର ଟଙ୍କାକୁ  କୃଷି ବିଭାଗ ପକ୍ଷରୁ ପ୍ରଦତ୍ତ ସରକାରଙ୍କ ଆକାଉଣ୍ଟରେ  ଜମା କରିବାକୁ ନୋଟିସ ଜାରି କରାଯାଇଛି  ।

ଏହି କ୍ରମରେ ଧର୍ମଶାଳଅ ବ୍ଲକର ମର୍ଜିତାପୁର ପଂଚାୟତର ୧୩୫, ଅଣ୍ଟିଆ ପଂଚାୟତର ୧୦୦, ମଙ୍ଗଳପୁର ପଂଚାୟତ-୭୦, ପାଟପୁର-୧୮, ପଟୁଣିଆ-୧୩, କୁମାରୀ-୭, ଜାରକା-୧୨, ଅଭୟପୁର-୨୧, ଚୋରମୁହାଁ-୧୫, ଜେନାପୁର-୪୬,  ଏଣ୍ଡଳବା-୧୧, ରାଇଛନ୍ଦା-୧୦, ମହୀଶରା-୬,  ଆରୁହା-୨୧, ପଟୁଣିଆ-୧୩,  ପାଟପୁର-୧୦ ଜଣ  ଅଯୋଗ୍ୟ ହିତାଧିକାରୀ ଘୋଷିତ ହୋଇ ଟଙ୍କା ଫେରାଇବାକୁ ନୋଟିସ୍ ହୋଇଛି ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି  । କାଳିଆ ଟଙ୍କା ଫେରାଇବା ସଂପର୍କରେ ଧର୍ମଶାଳା ଅଂଚଳର କୃଷକନେତା ବସନ୍ତ ପରିଡ଼ାଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ କରୋନାର ଭୟାବହତା ସମୟରେ କୃଷକମାନେ କାଳିଆ ଟଙ୍କା ଫେରାଇବା ବୋଝ ଉପରେ ନଳିତାବିଡ଼ା ହୋଇଛି  । ଗୋଟିଏ ପଟରେ ବର୍ଷା ବିନା ଗଜା ମରୁଡ଼ି ଅନ୍ୟପକ୍ଷରେ କରୋନା ପାଇଁ ଲକ୍ଡାଉନ୍  । ପଂଚାୟତ ସ୍ତରରେ ପୂର୍ବରୁ ଯାଞ୍ଚ କମିଟି ଅଯୋଗ୍ୟ ହିତାଧିକାରୀଙ୍କ କେମିତି ଆବେଦନ ଦରଖାସ୍ତକୁ ସୁପାରିସ କରିଥିଲା  । ତେବେ ନିର୍ବାଚନ ବେଳେ ସୁପାରିଶ ହୋଇଥିବା କୃଷକ ଯୋଗ୍ୟ ଥିଲେ ଓ ନିର୍ବାଚନ ପରେ ଅଯୋଗ୍ୟ ହୋଇଗଲେ କେମିତି ବୋଲି ଶ୍ରୀ ପରିଡ଼ା ପ୍ରଶ୍ନ କରିଛନ୍ତି ।

Nalco
Leave A Reply