କ୍ଷୀର ଓ କ୍ଷୀର ଜାତୀୟ ଜିନିଷ ଗୁଡିକ ବିଭିନ୍ନ ପୋଷାକ ତତ୍ତ୍ୱରେ ଭରପୁର ଅଟେ l କ୍ଷୀରରେ ଆମିନୋ ଏସିଡ ରହିଥିବା ହେତୁ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ l କ୍ଷୀରରେ ମେଲାଟୋନିନ ମଧ୍ୟ ରହିଛି ଏହା ଏକ ଏପରି ହର୍ମନ ଯାହା ଶୋଇବା ସମୟରେ ବିଭିନ୍ନ ସ୍ଥିତିରେ ହୃଦୟକୁ ସୁସ୍ଥ ରଖିଥାଏ l ଏହା ବ୍ୟତୀତ ରାତିରେ କ୍ଷୀର ପିଇବା ଦ୍ୱାରା ଶରୀର ଫୁର୍ତି ଲାଗିଥାଏ ଓ ଏଞ୍ଜାଇଟି ଦୂର କରିବା ସହିତ ଭଲ ନିଦ ହୋଇଥାଏ l ଯଦି ଆପଣ ଶୋଇବାର ଏକ ଘଣ୍ଟା ପୂର୍ବରୁ କ୍ଷୀର ପଇବେ ତେବେ ଏହା ଆପଣଙ୍କୁ ଭଲ ନିଦ କରାଇବାରେ ସାହାଯ୍ୟ କରିବ l
* ଓଜନ କମିବାରେ ସାହାଯ୍ୟ କରିବ-ଅଧିକଂସ ଗବେଷଣାରୁ ଏହି କଥା ଜଣାପଡିଛି ଯେ ଓଜନ ବଢିବା ସହିତ ରାତି ଅନିଦ୍ରାର ଅନେକ ସଂପର୍କ ରହିଛି l ଏହି ସବୁ ବିଷୟକୁ ଆଖି ଆଗରେ ରଖି ଗବେଷକ ମାନେ କହିଛନ୍ତି ଯେ ରାତି ସମୟରେ ଆପଣ କ୍ଷୀରପିଇ ଶୋଇବା ଦ୍ୱାରା ଶୀଘ୍ର ନିଦ ଅସିଥାଏ l ଏହା ସହିତ କିଛି ଲୋକ ରାତି ଅନିଦ୍ରା ହେଲେ ତାଙ୍କୁ ଭୋକ ଲାଗିଥାଏ ,ଏହି ଭୋକକୁ ମେଣ୍ଟାଇବା ପାଇଁ ରାତିରେ କ୍ଷୀର ପିଇବା ଆବଶ୍ୟକ l ଏହା ବ୍ୟତୀତ ଭଲ ନିଦ ହେଲେ ମଧ୍ୟ ପରଦିନ ଥକl ଲାଗିବ ସହିତ ଭୋକ ମଧ୍ୟ ଅଧିକ ଲାଗିଥାଏ ଯାହା ଦ୍ୱାରା ଅପ୍ରାକୃତିକ ଭାବରେ ଆମେ ଖାଦ୍ୟ ଖାଇଥାଉ ଯାହା ଆମ ଓଜନ ବଢ଼ିବାରେ ଦେଇ ହୋଇଥାଏ l
* ରାତିରେ କ୍ଷୀର ପିଇଲେ ପାଚନ ପାଇଁ ହିତକର -ରତିରେ ଗରମ କ୍ଷୀର ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଉନତ ହେବାରେ ସାହାଯ୍ୟ ମିଳିଥାଏ l ଯଦି କାହାକୁ କୋଷ୍ଠକାଠିନ୍ୟ ସମସ୍ୟା ରହୁଥାଏ ତେବେ ରାତିରେ ଶୋଇବା ପୂର୍ବରୁ ଗରମ କ୍ଷୀର ପିଇବା ଆବଶ୍ୟକ l ଆପଣ ଯଦି ଚାହାଁନ୍ତି କ୍ଷୀରରେ କିଛି ମହୁ ମିଶାଇ ମଧ୍ୟ ପିଇ ପାରିବେ l କ୍ଷୀର ଓ ମହୁ ମୁଖ୍ୟ ଭାବରେ ପ୍ରିବାୟୋଟିକର କାମ କରନ୍ତି ,ଯାହାଦ୍ୱାରା ଅନ୍ତନଳୀରେ ଭଲ ବ୍ୟାକ୍ଟେରିଆର ବିକାଶ ହୁଏ ଓ ଖାଦ୍ୟ ହଜମ ହେବାରେ ସାହାଯ୍ୟ ମିଳେ l କ୍ଷୀରରେ ଭଲ ଓ ଖରାପ ଉଭୟ ପ୍ରକାର ଫାଇବର ମିଳିଥାଏ l ଯାହା ପେଟକୁ ସଫା ରଖିବାରେ ସାହାଯ୍ୟ କରେ l
* ରାତିରେ କ୍ଷୀର ପିଇଲେ ପରଦିନ ମିଳିଥାଏ ଶକ୍ତି -ରାତିରେ ଶୋଇଲା ପୂର୍ବରୁ ଗରମ କ୍ଷୀର ପିଇବାର ପ୍ରଭାବ ପରଦିନ ସକାରାତ୍ମକ ଭାବରେ ଆପଣଙ୍କ ଶରୀରକୁ ଶକ୍ତି ଦେଇଥାଏ l ଆପଣ ଏହି କଥାକୁ ସେତେବେଳେ ଅନୁଭବ କରିବେ ଯଦି ଆପଣ ପ୍ରତେକ ଦିନ ଶୋଇବା ପୂର୍ବରୁ କ୍ଷୀର ପଇବେ l କାରଣ କ୍ଷୀର ଆମ ଶରୀରକୁ ଏନର୍ଜି ଓ ଫୁର୍ତି ଦେଇଥାଏ ,କ୍ଷୀରରେ କ୍ୟାଲସିୟମ ଓ ଆଇରନ ରହିଥିଵା ହେତୁ ଥକାପଣ ଦୂର ହୁଏ ଓ କାମ କରିବାରେ ଆଗ୍ରହ ଆସେ l
