ଧରାକୋଟ,27/9/23 : ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ସରକାର ସ୍ୱଚ୍ଛ ଭାରତ ମିଶନ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ଏଥିପାଇଁ ପଞ୍ଚାୟତ ତରଫରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଓ ସ୍ୱେଚ୍ଛାସେବୀ ମାନେ ମଧ୍ୟ ଅଂଶ ଗ୍ରହଣ କରି ସ୍ୱଚ୍ଛ ପରିବେଶ ସୃଷ୍ଟି ପାଇଁ ସଚେତନତା ର ବାର୍ତ୍ତା ବାଣ୍ଟୁଛନ୍ତି । ହେଲେ କେଉଁ ପୁରପଲି ନୁହଁ ବ୍ଲକ ସଦରମହକୁମା ଧରାକୋଟ ବଜାର ଠାରୁ ଥାନା ଛକ ପର୍ଯ୍ୟନ୍ତ ଯିବା ରାସ୍ତାରେ ବାଲିବନ୍ଧ ନିକଟରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଜମାହୋଇ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ଗୋଗୁଁ ସଂପୃକ୍ତ ରାସ୍ତାରେ ଯାତାୟାତ ରେ ଅସୁବିଧା ସୃଷ୍ଟି ହେଉଛି । ଧରାକୋଟ ବଜାର ଭିତରର ହୋଟେଲ ଓ ଅନ୍ୟାନ୍ୟ ଦୋକାନୀ ମାନେ ପ୍ରତିଦିନର ବଳକା ଅନାବନା ଅବ୍ୟବହୃତ ସାମଗ୍ରୀ ଗୁଡ଼ିକୁ ବିଳମ୍ବିତ ରାତ୍ରୀରେ ରାସ୍ତା କଡ଼ରେ ଫୋପାଡି ଦେଉଛନ୍ତି । ଜାନବିଲି ଧରାକୋଟ ଏହି ମୁଖ୍ୟ ରାସ୍ତାରେ ପ୍ରତିଦିନ ସହ ସହ ଲୋକ, ଛାତ୍ର ଛାତ୍ରୀ,କର୍ମଚାରୀ ଯାତାୟତ କରନ୍ତି । ଏପରିକି ଧରାକୋଟ ଥାନା କୁ ଯିବାପାଇଁ ଏହା ମୁଖ୍ୟ ରାସ୍ତା । ହେଲେ ଏହାକୁ ଗୁରୁତ୍ବ ନଦେଇ ଦୋକାନୀ ମାନେ ରାସ୍ତା କଡ଼ରେ ମଇଳା ପକାଉଛନ୍ତି । ଯାହାଫଳରେ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି । ଆଶ୍ଚର୍ଯ୍ୟର କଥା ପଞ୍ଚାୟତ ତରଫରୁ ମଧ୍ୟ ବର୍ଜ୍ୟବସ୍ତୁ ପକାଇବା ପାଇଁ ସ୍ଥାନ ନିରୂପଣ କରାଯାଉନାହିଁ । ଏଣୁ ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି।