ପେନସନର ମାନଙ୍କ ୧୦ ଦଫା ଦାବୀ ପୁରଣ ପାଇଁ ୧୧ ରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ମହାସମାବେଶକୁ ସଫଳ ପାଇଁ ସାଧାରଣ ସଭା
ବ୍ରହ୍ମପୁର : ଓଡିଶା ରାଜ୍ୟ ଅବସର ପ୍ରାପ୍ତ କର୍ମଚାରୀ ମହାସଂଘର ଗଂଜାମ ଜିଲ୍ଲା ସଂଘଠନର ସାଧାରଣ ବୈଠକ ସ୍ଥାନୀୟ ସହୀଦ ଲଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ସହୀଦ ଲଷ୍ମଣ ନାୟକଙ୍କ ପ୍ରତିମୂର୍ତିରେ ସମସ୍ତ ସଭ୍ୟ ପୁଷ୍ଟମାଲ୍ୟ ଦେଇଥିଲେ। , ଡି. ମୋହନ ରାଓ, ଗଂଜାମ ଜିଲ୍ଲାର ସଭାପତି ସଭାପତିତ୍ୱ କରିଥିଲେ ଓ ଜାତୀୟ ସଙ୍ଗୀତ ଗାନ ପରେ ସଭା ପରିଚାଳନା କରିଥିଲେ ରାଜ୍ୟ ମହାସଂଘର ମହାସଚିବ ଗୋକୁଳାନନ୍ଦ ବେହେରା ମୁଖ୍ୟ ଅତିଥି , ବ୍ରହ୍ମପୁର ଶ୍ରମିକ କର୍ମଚାରୀ ସମନ୍ୱୟ ସମିତିର ସଭାପତି ପ୍ରତାପ ଚନ୍ଦ୍ର ଚୌଧୁରୀ, ସମ୍ମାନିତ ଅତିଥି, ଜୀବନ ବୀମା ଓଡିଶା ଅବସରପ୍ରାପ୍ତ କର୍ମଚାରୀଙ୍କ ଉପସଭାପତି କିଶୋର ଚନ୍ଦ୍ର ମିଶ୍ର, ବିଜୁଳି କର୍ମଚାରୀ ର ନେତୃତ୍ୱ ପଞ୍ଚାନନ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ସମ୍ପାଦକ ଅରୁଣ କୁମାର ବ୍ରହ୍ମା ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। କୋଷାଧ୍ୟକ୍ଷ ନିରାକାର ସାବତ ଖର୍ଚର ବିବରଣୀ ରଖି ଥିଲେ। ମୁଖ୍ୟବକ୍ତା ଗୋକୁଳାନନ୍ଦ ବେହେରା ଭାରତର ୨୬ ଟି ରାଜ୍ୟରେ ପେନ୍ସନର ମାନଙ୍କୁ ଚିକିତ୍ସା ଭତ୍ତା ମିଳୁଥିବାବେଳେ ଓଡ଼ିଶାର ପେନ୍ସନନର ମାନଙ୍କୁ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା, କରୋନା ସମୟରେ ୧୮ ମାସର ବକେୟା ମହଙ୍ଗଭତ୍ତା ପ୍ରଦାନ କରିବା , ଅତିରିକ୍ତ ପେନସନ ୬୫ ବର୍ଷରୁ ପ୍ରତି୫ ବର୍ଷରେ ୫ ପ୍ରତିଶତ ଅନୁପାତରେ ଦେବା, ପି. ଜି. ପି.ଏ ବିଭାଗର ପୁନଃସ୍ଥାପନା କରିବା, ପୂର୍ବଭଳି ବରିଷ୍ଠ ନାଗରିକ ମାନଙ୍କୁ ରେଳ ଯାତ୍ରାରେ ରିହାତି ଦେବା, ପେନସନ ନିର୍ଧାରଣରେ ହୋଇଥିବା ତ୍ରୁଟିକୁ ସଂଶୋଧନ, ପୁରୁଣା ପେନସନ ଲାଗୁକରିବା, ଅବସରପରେ ସମସ୍ତ କର୍ମଚାରୀଇ.ପି.ଏଫ. କର୍ମଚାରୀଙ୍କୁ ମଧ୍ୟ ସର୍ବନିମ୍ନ ୯୦୦୦ ଟଙ୍କା ପେନସନ ପ୍ରଦାନ କରିବା, ମୋ ବସରେ ୫୦% ସମସ୍ତ ବରିଷ୍ଠ ନାଗରିକଙ୍କୁ ଦେବା ଆଦି ଦାବୀ ପୁରଣ ପାଇଁ ସରକାରଙ୍କ ସହ ବହୁବାର କଥାବାର୍ତ୍ତା ପରେ ସରକାର ଡାବୀ ପୁରାଣ କରୁନାହାନ୍ତି କରୁନାହାନ୍ତି। ଏଥିପାଇଁ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି ଅନୁସାରେ ଆସନ୍ତା ମାସ ୧୧ ତାରିଖ ରେ ଭୁବନେଶ୍ୱର ଠାରେ ଏକ ଲକ୍ଷ ପେନ୍ସନରଙ୍କୁ ନେଇ ଏକ ମହାସମାବେଶ କରିବାକୁ ସ୍ଥିର କରାଯାଇଛି। ଏଥିରେ ଗଞ୍ଜାମରୁ ଅତି କମରେ ୫୦୦୦ ପେନ୍ସନର ଯୋଗଦେବାକୁ ଅନୁରୋଧ କରିଥିଲେ। ସମ୍ମାନିତ ଅତିଥି ପଞ୍ଚାନନ ଜେନା , ପ୍ରତାପ ଚୌଧୁରୀ, କିଶୋର ଚନ୍ଦ୍ର ମିଶ୍ର ପେନ୍ସନର ସୃଷ୍ଟି ଠାରୁ ବିଭିନ୍ନ ବିଭାଗର ଥିବା ତାରତମ୍ୟ ଦୁରକରିବାକୁ ଦୁର୍ବାର ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ। ବିଭିନ୍ନ ସରକାର ପେନସନ ନେଇ ସେମାନଙ୍କ ନୀରବତା ଭଙ୍ଗ କରିବାକୁ ହେଲେ ଆନ୍ଦୋଳନ ହିଁ ଏକ ମାତ୍ର ପନ୍ଥା ବୋଲି ଉଦ୍ବୋଧନ ଦେଇ ଥିଲେ।
ପୂର୍ବତନ ସଭାପତି କେ. ନନ୍ଦେଷୁ ସେନାପତି ସରକରଙ୍କ ନିଦ ଭାଙ୍ଗିବାକୁ ହେଲେ ଜିଲ୍ଲାରୁ ଅତି କମରେ ୫୦୦୦ ପେନ୍ସନର ଭୁବନେଶ୍ୱର ମହାସମାବେଶରେ ଯୋଗଦେବାକୁ ଅନୁରୋଧ କରିଥିଲେ ସେହିପରି ଉପସଭାପତି ସହସ୍ରାନାମ ପାଠୀ, ସହସମ୍ପାଦକ ନିଳାଞ୍ଚଳ ମିଶ୍ର , ବୟୋଜ୍ୟେଷ୍ଠ ନେତୃତ୍ୱ ଏ.ଏସ.ଏନ. ଗୁପ୍ତା, ଜୟନ୍ତୀବାଳା ମିଶ୍ର ଓ ଅନ୍ୟମାନେ ବକ୍ତବ୍ୟ ରଖିଥିଲେ। ଆଗାଧୁ ପାତ୍ର, ଜି. ଗୁରୁମୂର୍ତ୍ତି ପତ୍ର ସେଫଳି ଦାସ, ସୀମାଞ୍ଚଳ ସାହୁ, ବିଜୟ କୁମାର ପଣ୍ଡା, କେଶବ ଚନ୍ଦ୍ର ଗୌଡ଼, ପ୍ରଦୀପ କୁମାର ଦାସ , ଟି. କ୍ରୀଷ୍ଣା ରାଓ, ନଳିନୀ କୁମାର ମିଶ୍ର, ଶିଶିର କୁମାର ମିଶ୍ର , ଉଦୟନାଥ ଚୌଧୁରୀ , ଏସ. କେଶବ ଲିଙ୍ଗମ , ଜ୍ୟୋତ୍ନା ମିଶ୍ର, ସୁଧାଂଶୁବାଳା ଆଚାର୍ଯ୍ୟ, ମଞ୍ଜୁ ଦାସ , ନଗେନ କୁମାର ପଟ୍ଟନାୟକ, ଦେବରାଜ କୋଠିଆ ,ଚନ୍ଦ୍ରଭାନୁ ସାବତ, ପ୍ରଭାକର ସାବତ, ବି. ମୋହନ ରାଓ, ତ୍ରିନାଥ ଆଚାରି, ପି. ଜଗନ୍ନାଥ ପାତ୍ର, ଦ.ସୁଦର୍ଶନ ରାଓ, ସ୍ଅଣ୍ଡଷ୍ କୁମାର ସାହୁ, ଏଚ ତୁମ୍ବେଶ୍ୱର ରେଡ୍ଡୀ, ଗୌରୀ ସାହୁ ଓ ୨୫୦ ରି ଅଧିକ ପେନ୍ସନର ଜିଲ୍ଲାର ବିଭିନ୍ନ ବ୍ଲକରୁ ଉପସ୍ଥିତ ରହି ସହଯୋଗ କରିଥିଲେ।t