ଧରାକୋଟ ..30/9/22 ଗ୍ରାମାଞ୍ଚଳରେ ଫୁଟବଲ ଖେଳ ର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଧରାକୋଟ ମିନି ଷ୍ଟାଡିୟମରେ ବ୍ଲକ୍ ସ୍ତରୀୟ ଫୁଟବଲ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବି ଡି ଓ ଡେନିସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ତମ ଅତିଥି ଭାବରେ ଏ ବି ଇ ଓ ପ୍ରଦୀପ କୁମାର ହୋତା, ଉମା ଚରଣ ପାଣିଗ୍ରାହୀ ଓ ସି ଆର ସି ସି ଭାସ୍କର ବାଡତ୍ୟା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କ୍ରୀଡା ଶିକ୍ଷକ ପାଣ୍ଡବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରେଫ୍ରି ଭାବେ ସୁନାମ ଧନ୍ୟ ଖେଳାଳି ସୂର୍ଯ୍ୟ ମଣି ବେହେରା ଯୋଗଦେଇ ଖେଳ ପରିଚାଳନା କରିଥିଲେ। ବ୍ଲକ୍ କ୍ରୀଡା ସଂଘ ଆନୁକୂଲ୍ୟରେ ବ୍ଲକ ସ୍ତରର ସତର ବର୍ଷ ବୟସରୁ କମ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଷୋହଳ ଗୋଟି ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ପ୍ରତିଯୋଗୀ ମାନଙ୍କ ମଧ୍ୟରୁ 14 ଜଣ ଛାତ୍ର ଓ 14 ଜଣ ଛାତ୍ରୀ ଜୋନାଲ ସ୍ତରୀୟ ଖେଳ ପାଇଁ ମନୋନୀତ ହୋଇଥିଲେ । ଆଜିର ପ୍ରତିଯୋଗିତାରେ କ୍ରୀଡା ଶିକ୍ଷକ ବିଜୟ ଜେନା,ହର୍ଷ ବିଶୋଇ,ଭାଗିରଥି ବେହେରା,ବିଶ୍ଵ ଜୀବନ ସାହୁ,ଭଗବାନ ବେହେରା,ଶିବରାମ ପାଣିଗ୍ରାହୀ,ସୁଶାନ୍ତ ପ୍ରଧାନ,ସଞ୍ଜୀବ ଏକା,ଅନିଲ ନାୟକ,ଲକ୍ଷ୍ମୀ ନାରାୟଣ ବେହେରା,ରବୀନ୍ଦ୍ର ବିଶୋଇ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ସମୁଦାୟ 70 ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପାଞ୍ଚ ଗୋଟି ମ୍ୟାଚ୍ ଖେଳା ଯାଇଥିଲା।
