ଧରାକୋଟ ୩୦.୦୯.୨୦୨୨ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ଵାରା ଋଷିକୂଲ୍ୟା ନଦୀର ପୁଟୁ ଓ ହନୁମାନ ଦ୍ଵାର ଘାଟରେ ୨ଲକ୍ଷ ଜାଆଁଳା ଛଡ଼ା ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ନିମାଇଁ ଚରଣ ବସ୍ତିଆ,ଅତିରିକ୍ତ ମତ୍ସ୍ୟ ଅଧିକାରୀ ସାଗର କୁମାର ରାମ ଯୋଗଦେଇଥିବା ବେଳେ ଧରାକୋଟ ବିଡ଼ିଓ ଡେନିସ ବେହେରା,ଏବିଡିଓ ସୁଶିଲ ପଟ୍ଟନାୟକ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ୱାଇଁ ,ସରପଞ୍ଚ ପ୍ରତିନିଧି ପ୍ରମୋଦ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।ରୋହି, ଭାକୁର, ମିରିକଳି ପ୍ରଜାତିର ଜାଆଁଳା ନଦୀର ସ୍ରୋତରେ ଛଡ଼ା ଯାଇଥିଲା । ନଦୀରେ ଜାଆଁଳା ଛଡ଼ାଯିବା ଦ୍ଵାରା ଜଳରେ ଜୈବିକ ବିବିଧତାରେ ସମାନତା ଆଣିବା, ମତ୍ସ୍ୟ ଜିବୀ ମାନଙ୍କ ଆର୍ଥିକ ମାନଦଣ୍ଡ ରେ ଅଭିବୃଦ୍ଧି ଆଣିବା ସହ ମତ୍ସ୍ୟ ସମ୍ପଦର ବିକାଶ ହେବାର ଅଧିକାରୀ ମାନେ ସୂଚନା ଦେଇଛନ୍ତି । ଭଞ୍ଜ ନଗର ଜାଆଁଳା କେନ୍ଦ୍ର ର ପରିଚାଳକ ସନ୍ତୋଷ ବାରିକ,ଧରାକୋଟ ବ୍ଲକ ଅଧିକାରୀ ଶିବାନୀ ମହାନ୍ତି କାର୍ଯ୍ୟ କ୍ରମକୁ ପରିଚାଳନା କରିଥିବା ବେଳେ ଏଏଫଓ ସୁଧାଂଶୁ ଶେଖର ସାହୁ,ଏଏଫଓ ଦୁର୍ଗା ମାଧବ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ ପ୍ରଦାନ କରିଥିଲେ ।
