Odisha news

ଏନଜିଓ ଦ୍ୱାରା ଏଲଆରପି ତାଲିମ୍ : ଶିକ୍ଷକ ଅସନ୍ତୋଷ ବୃଦ୍ଧି

0

ତାଳଚେର ତା ୨୯/୦୯ କୋଭିଡ଼ କାରଣରୁ ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚଶ୍ରେଣୀ ପର୍ଯ୍ୟନ୍ତ ଦୁଇବର୍ଷଧରି ପାଠପଢ଼ା କ୍ଷେତ୍ରରେ ବ୍ୟାପକ ପ୍ରଭାବ ପଡ଼ିଥିଲା । ସେଥିନେଇ ସରକାର ଆମରାଜ୍ୟରେ ବିଦ୍ୟାଳୟ ଗୁଡ଼ିକର ଗ୍ରୀଷ୍ମ ପ୍ରଭାବ ଅବକାଶକୁ ବାତିଲ କରି ସେ ସମୟରେ ବିଦ୍ୟାଳୟରେ ସକାଳ ୬ଘଟିକା ଠାରୁ ୯ଘଟିକା ପର୍ଯ୍ୟନ୍ତ ଶିକ୍ଷାଦାନ କରାଇଥିଲେ । କୋଭିଡ଼ ସମୟର (ଦୁଇବର୍ଷ) ପାଠପଢ଼ାକୁ ପୂରଣ କରିବା ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଶିକ୍ଷକ ପରିପୂରଣ କାର୍ଯ୍ୟକ୍ରମ ବା ଏଲଆରପି ।
ଏଥିନେଇ ଶିକ୍ଷକମାନଙ୍କୁ ସ୍ୱେଚ୍ଛସେବୀ ସଂଗଠନ (ଏନଜିଓ) ଦ୍ୱାରା ଭିନ୍ନ ଭିନ୍ନ ସମୟରେ ପ୍ରଶିକ୍ଷଣ ଶିବିରରେ କାର୍ଯ୍ୟକ୍ରମ କରାଯାଉଛି । ଏହାକୁ ନେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । କୁହାଯାଉଛି ଯେ, ସ୍ୱେଚ୍ଛାସେବୀ କସଂଗଠନରେ କାର୍ଯ୍ୟକରୁଥିବା ଅନଭିଜ୍ଞ ବ୍ୟକ୍ତିଙ୍କ ଦ୍ୱାରା ତାଲିମ୍ ଦିଆଯାଉଥିବାରୁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପଦମର୍ଯ୍ୟଦା କ୍ଷୁର୍ଣ୍ଣ ହେଉଛି । ରାଜ୍ୟ ଗଣଶିକ୍ଷା ବିଭାଗରେ ବହୁ ଅଭିଜ୍ଞ ସାଧନାକର୍ମୀ (ରିସୋର୍ଚ୍ଚ ପରସନ୍‌) ଥିବା ବେଳେ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ତାଲିମ୍ ଦିଆଯାଉଛି ବୋଲି ଶିକ୍ଷକ ଶିକ୍ଷୟତ୍ରୀଙ୍କ ମହଲରେ ଉଠିିଛି ପ୍ରଶ୍ନ? ଏଥିସହ ଏଲଆରପି କାର୍ଯ୍ୟକ୍ରମକୁ ଯଦି ଏନଜିଓମାନେ ଏହି ସମୟରେ ପରିଚାଳନା କରିବେ ତେବେ ଶିକ୍ଷାର୍ଥୀମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଏଲିପି(ଲୋର୍ନିଂଏନସୋମେଂଟ ପ୍ରୋଗ୍ରାମ) କାର୍ଯ୍ୟକ୍ରମକୁ କିପରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ପରିଚାଳନା କରିବେ ଏହାକୁ ନେଇ ଏବେ ଶିକ୍ଷକ,ଶିକ୍ଷୟତ୍ରୀମାନେ ଦ୍ୱନ୍ଦରେ ପଡ଼ିଛନ୍ତି ।

ଏହି କାର୍ଯ୍ୟକ୍ରମ ତାଳଚେର ଯୁବରାଜ ହାଇସ୍କୁଲ ଠାରେ ଆରମ୍ଭ ହୋଇଛି । ସ୍ୱେଚ୍ଛାସବେି ସଂଗଠନ ଓଡ଼ିଶା ନୋଲେଜ୍ କର୍ପୋରେଶନ୍ ଲିମିଟେଡ଼୍ (ଓକେସିଏଲ) ପକ୍ଷରୁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସ୍ଥାନୀୟ ଯୁବରାଜ ହାଇସ୍କୁଲରେ ତିନିଘଂଟା କରି ଦୁଇଟି ଗ୍ରୁପ୍ ଯଥା ସକାଳ ୧୦ ଘଟିକା ଠାରୁ ଅପରାହ୍ଣ ୩ଘଟିକା ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଛି । ଶିକ୍ଷକମାନଙ୍କୁ ୨୦ଟଙ୍କା ବିଶିଷ୍ଟ ଏକ ଜଳଖିଆ ପ୍ୟାକେଟ୍‌, ଦୁଇଟଙ୍କା ମୂଲ୍ୟର ଏକ ଖାତା ଓ ଦୁଇଟଙ୍କାର ମୂଲ୍ୟର ଏକ ୟୁଜଆଣ୍ଡଥ୍ରୋ ପେନ୍ ଦିଆଯାଉଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଏଥିନେଇ କୌଣସି ପ୍ରକାର ଟିଏ,ଡ଼ିଏ ଦିଆଯାଉ ନାହିଁ ବୋଲି ଶିକ୍ଷକ, ଶିକ୍ଷୟତ୍ରୀମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ତାଳଚେର ଅଂଚଳରେ ଥିବା ସମସ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସଂଖ୍ୟା ଅଭାବ ରହୁଥିବାରୁ ମୂଳ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ପ୍ରତି ସ୍କୁଲରୁ ଜଣେ ବା ଦୁଇଜଣ ଶିକ୍ଷକ ପ୍ରଶିକ୍ଷଣ ନିମନ୍ତେ ଆସିଲେ ସେହି ସମୟରେ ବିଦ୍ୟାଳୟର ଏତେ ଗୁଡ଼ିଏ ଛାତ୍ରଛାତ୍ରୀମାନଙ୍କୁ ଆୟତ କରିବା କଷ୍ଟକର ବ୍ୟାପର ହୋଇପଡ଼ିଥାଏ ବୋଲି ଅଭିଭାବକ ମହଲରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ସରକାରଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ବେଳେ ପ୍ରତି ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକ, ଶିକ୍ଷୟତ୍ରୀ ଅଭାବ ରହୁଥିବା ଓ ଏନଜିଓ ଦ୍ୱାରା ଏଭଳି କାର୍ଯ୍ୟକ୍ରମ ସେମାନଙ୍କୁ ବ୍ୟଥିତ କରିବା ସହିତ ଶିକ୍ଷା ଆଜି ବିପର୍ଯ୍ୟସ୍ତ ଅବସ୍ଥାକୁ ଠେଲି ଦିଆଯାଉଥିବା ନେଇ ଶିକ୍ଷାବିତ୍ ମହଲରେ ଉଦବେଗ ପ୍ରକାଶ ପାଇଛି ।

Nalco
Leave A Reply