Odisha news

ପାର୍ବଣରେ ଝାଡ଼ଖଣ୍ଡ ବିଚାରପତି ଙ୍କ ମଙ୍ଗଳା ଦର୍ଶନ

0
କାକଟପୁର 30/9 ଦୀର୍ଘ ୨ ବର୍ଷ ବ୍ୟବଧାନ କୋଭିଡ କଟକଣା ଥିବାରୁ ନବରାତ୍ର ପୂଜା ଓ ଦଶହରା କୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟି ଆସିଥାନ୍ତି ଅତିଥି ଗଣ ଓଡିଶା ମନ୍ଦିର ମାଳିନୀ ଭାବେ ଇତିହାସ କହୁଥିଲା ବେଳେ ଆଜି ତାହାକୁ ପ୍ରମାଣ କରିଛନ୍ତି ସୁଦୂର ଝାଡ଼ଖଣ୍ଡ ହାଇକୋର୍ଟ ବିଚାରପତି ସଞ୍ଜୟ ପ୍ରସାଦ,ସରକାରୀ ପ୍ରୋଟୋକଲ ଅନୁସାରେ ଆସି ମନ୍ଦିର ରେ  ପହଂଚିବା ପରେ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ତଥା ତହସିଲଦାର ବିରଞ୍ଚି ନାରାୟଣ ବେହେରା,କାର୍ଯନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ,ବରିଷ୍ଠ ସାମ୍ବାଦିକ ତଥା ସେବାୟତ ତୁଷାର ରଞ୍ଜନ ଦୀକ୍ଷିତ,ମାନସ କୁମାର ଦୀକ୍ଷିତ,ପ୍ରଦୀପ କୁମାର ପଣ୍ଡା ପ୍ରଦୀପ୍ତ ଦୀକ୍ଷିତ ମନ୍ଦିର ବେଢା ଭିତରକୁ ପାଛୋଟି ନେଇଥିଲେ ପରେ ସେବାୟତ ନଳିନୀ କାନ୍ତ ଦୀକ୍ଷିତ, ତାପସ ଦୀକ୍ଷିତ,ମହେନ୍ଦ୍ର ଦୀକ୍ଷିତ, ବଳରାମ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ରହିବା ସହିତ ଠାକୁରାଣୀ ଙ୍କୁ ଦର୍ଶନ କରିବା, ବେଢା ପରିକ୍ରମା କରିବା, ପାର୍ଶ୍ଵଦେବତା ଙ୍କୁ ଦର୍ଶନ କରିବା ପରେ ବିଶ୍ରାମ ଶାଳା ଅବକ୍ଷୟ ର କାରଣ ପଣ୍ଡା ମାନଙ୍କ ଠାରୁ ବୁଝିବା ଓ   ମନ୍ଦିର ପରିଷ୍କାର ପରିଛର୍ଣ୍ଣତା, କାରୁକାର୍ୟ୍ଯ କୁ ବୁଲି ଦେଖିବା ସହିତ କୋଣାର୍କ ଦେଇ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି, ଏହି ପାର୍ବଣ ସମୟରେ ବହୁ ଉଚ୍ଚ ପଦାଧିକାରୀ ଆସିବା ଓ ମା ମଙ୍ଗଳା ଙ୍କ ପାର୍ବଣ ରେ ନିଜକୁ ସାମିଲ କରିବା ଭାଗ୍ୟରେ ଥିବା ଓ କୋଟି ଜନ୍ମ ର ପୂଣ୍ୟ ବୋଲି  ମନ୍ଦିର ବେଢା ଭିତରେ ଥିବା  ମାତୃ ଭକ୍ତ ମାନେ ପ୍ରକାଶ କରିଛନ୍ତି l
Nalco
Leave A Reply