Odisha news

ଧରାକୋଟ,-ପୁଅର ମାଡ଼ରେ ବାପାର ମୃତ୍ୟୁ , ପୁଅ ଗିରଫ

0

ଧରାକୋଟ ଥାନା ଅନ୍ତର୍ଗତ ଘା ସିବିଲି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି ।ବାପା ପୁଅ କଳିର କରୁଣପରିଣତିରେ ପୁଅର ମାଡ଼ରେ ବାପାର ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ 72 ବର୍ଷୀୟ ପ୍ରଭାକର ସାହୁ।ସୂଚନା ପ୍ରକାରେ ପୁଅ ଅନ୍ତର୍ଯ୍ୟାମୀ ସାହୁ ଓ ବାପା ପ୍ରଭାକର ସାହୁ ମଧରେ କୌଣସି ଘଟଣା କୁ ନେଇ ବଚସା ହୋଇଥିଲା। ସେଥିରେ ପୁଅ ଉତକ୍ଷିପ୍ତ ହୋଇ ବାପାକୁ ଜୋର ରେ  ମାଡ଼ ମାରିବା ଫଳରେ ସେ  ତଳେ ପଡିଯାଇ ମୃତ୍ୟୁ ବରଣ କରିଥିବା  ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି । ଏ ସମ୍ପର୍କରେ ଧରାକୋଟ ଥାନା ଧୀକାରୀ  ମମତା ସାମନ୍ତରାୟ ନିଜ ପ୍ରତିକ୍ରିୟାରେ ଏହା ପାରିବାରିକ କଳହ ର ପରିଣତିକହିଥିବା ବେଳେ ସାଇଟିଫିକ ଟିମ  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।ଏପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ମୃତ୍ୟୁ ର ରହସ୍ୟମୟ ଜଣା ବାଡିବ ବୋଲ ପୋଲିସ କହିଛି। ମିଳିଥିବା ନିର୍ଭର ଯୋଗ୍ୟ ସୂଚନା ଅନୁଯାୟୀ ନିଜ ବାପାଙ୍କ ଠାରୁ ଟଙ୍କା ମାଗିବା କୁ ନେଇ ଉଭୟ ବାପା ଓ ପୁଅ ମଧ୍ୟରେ ଭୋରରୁ ବଚସା ହୋଇଥିଲା । କ୍ରମେ ଏହା ଉଗ୍ର ରୂପ ନେବାରୁ ପୁଅ ବାପାକୁ ମାଡ଼ ମାରିବା ପରେ ବାପା ତଳେ ପଡ଼ିଯାଇ ମୃତ୍ତ୍ୟୁ ବରଣ କରିଥିବା ଜଣାଯାଇଛି । ଘଟଣା ସ୍ଥଳରୁ ପୁଅ ଅନ୍ତର୍ଜମି କୁ ପୋଲିସ ଗିରଫ କରି ସବ ବ୍ୟବଚ୍ଛେଦ ପାଇଁ ପଠାଇ ଥାନାରେ 247/22 ପ୍ରକାରେ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି।

Nalco
Leave A Reply