ବୁଗୁଡା:-ତା-୩୦-୦୯-୨୦୨୨ ବୁଗୁଡା ବ୍ଳକ୍ ଅନ୍ତରପଡା ପଞ୍ଚାୟତ ଅନ୍ତର୍ଗତ ଝୋଲରି ବଡପଦା ଠାରେ ପ୍ରତିଷ୍ଠା କରା ଯାଇଥିବା ଜୟ କିଶାନ ସେବାଶ୍ରମ ଠାରେ ଆଜି ସଂସ୍ଥାପକ କାର୍ତ୍ତିକେଶ୍ବର ବିଷୋୟୀଙ୍କ ତତ୍ତ୍ଵାବଧାନରେ ଭଞ୍ଜନଗର ଏଲ୍.ଆଇ.ସି କଲୋନୀ ନିବାସି ତଥା ଆସିକା କୋ-ଅପରିଟିଭ୍ ବ୍ୟାଙ୍କ ବେଲଗୁଣ୍ଠା ଶାଖା ପରିଚାଳକ ସାର୍ଥକ ପାଢୀ ଧର୍ମପତ୍ନୀ ଶିବାନୀ ପୂଜା ନନ୍ଦଙ୍କ ବିବାହ ବାର୍ଷିକୀ ଅବସରରେ ଏକ ଉତ୍ସବ ଉକ୍ତ ଜରାଶ୍ରମରେ ଅନୁଷ୍ଠିତ କରାଇ ଅସହାୟ ବୃଦ୍ଧ-ବୃଦ୍ଧାଙ୍କୁ ମନୋରଞ୍ଜନ କରାଇ ସ୍ବାଦିଷ୍ଟ ଭୋଜନ ସାଙ୍ଗକୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ । ଶ୍ରୀ ପାଢୀ ଦମ୍ପତି ଅସହାୟ ମାନଙ୍କ ପାଇଁ ଚାଉଳ,ଡାଲି,ତେଲ,ଲୁଣ,ପନିପରିବା, ବ୍ ରଶ୍ ପେଷ୍ଟ , ସର୍ଫ,ସାବୁନୁ,ଲୁଗା ପ୍ରଭୃତି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରି ବୟୋଜ୍ୟେଷ୍ଠ ମାନଙ୍କ ଆଶୀର୍ବାଦ ନେଇଥିଲେ। ଅନ୍ତେବାସୀ ମାନେ ଏହିଭଳି ଏକ ସୁନ୍ଦର କାର୍ଯ୍ୟକ୍ରମକୁ ଭୁୟଷି ପ୍ରଶଂସା କରିବା ସହ ସାଧୁବାଦ ଜଣାଇ ଥିଲେ।
