Odisha news

ବ୍ଲକ୍ ସ୍ତରୀୟ ରୂପାନ୍ତରିତ ବିଦ୍ୟାଳୟର ସମୀକ୍ଷା ବୈଠକ

0

ଧରାକୋଟ ବ୍ଲକର ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଷୋହଳ ଗୋଟି ରୂପାନ୍ତରିତ ମାଧ୍ୟମିକ  ବିଦ୍ୟାଳୟର ସୈଖିକ ଓ ଅଣ ସୈଖିକ୍ ସମିକ୍ଷା ବି ଡି ଓ ଡେନିସ୍ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏ ବି ଡି ଓ ସୁଶିଲ କୁମାର ପଟ୍ଟନାୟକ, ଏ ବି ଇ ଓ ପ୍ରଦୀପ କୁମାର ହୋତା, ବୁଚି ରାଓ ଦୋରା, ଉମା ଚରଣ ପାଣିଗ୍ରାହୀ ଙ୍କ ଉପସ୍ଥିତି ସହ ସମସ୍ତ ଷୋହଳ ଗୋଟି ରୂପାନ୍ତରିତ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ,ବିଦ୍ୟାଳୟ ସ୍ତରୀୟ ନୋଡାଲ ଶିକ୍ଷକ ଓ ସମସ୍ତ ସି ଆର ସି ସି ଯୋଗ ଦେଇଥିଲେ। ସ୍ମାର୍ଟ୍ କ୍ଲାସ ପାଇଁ ନବମ ଓ ଦଶମ ଶ୍ରେଣୀର ସମସ୍ତ ପାଠ ଅନ୍ତର୍ଭୁକ୍ତ ହାର୍ଡ ଡିସ୍କ ରୁ ବିଷୟକୁ ଶିକ୍ଷକ ପେନ୍ ଡ୍ରାଇଭ୍ ରେ ନେଇ ଶିକ୍ଷା ଦାନ କରିବା, ଇ ପାଠାଗାର କୁ ପ୍ରତି ସପ୍ତାହ ରେ ଛାତ୍ର ଛାତ୍ରୀ ମାନେ ଦୁଇଥର ଯାଇ ପଢ଼ିବା,ସ୍ମାର୍ଟ ବିଜ୍ଞାନଗାର ଟିଭି ମାଧ୍ୟମରେ ପରୀକ୍ଷଣ କରିବା,ହାଇଯାନିକ ଶୌଚାଳୟ ଓ ପିଇବା ପାଣି ବ୍ୟବହାର ସହ ପରିସ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦିଆଯାଇଛି ନା ନାହିଁ ତାହା ଉପରେ ଆଲୋଚନା ହୋଇଥିଲା। ରୂପାନ୍ତରିତ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ନା ନାହିଁ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ହରିପୁର ହାଇସ୍କୁଲ, ମୁଣ୍ଡମରେଇ ବାଳିକା ହାଇସ୍କୁଲ ଓ ଗମ୍ଭାରୀଗୁଡା ହାଇସ୍କୁଲ ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀ,ଶିକ୍ଷକ,ସଭାପତି ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଇ ବିତର୍କ ସମ୍ପର୍କରେ ଧାରଣା ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ଓ ଶିକ୍ଷାଦାନ ପଦ୍ଧତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

Leave A Reply