Odisha news

ଧାମରା : କିଡିନ୍ ରୋଗରେ ଆକ୍ରାନ୍ତ ସୁକାନ୍ତ ଜେନା ପରିବାର ଚଳାଇ ଚିକିତ୍ସ୍ୟା ହେବା ପାଇଁ ନାହିଁ ସମ୍ବଳ

0

ଧାମରା : ବୟସ ମାତ୍ର ତାକୁ ୪୦ ବର୍ଷ । ବୃଦ୍ଧା ମାଆ, ସ୍ତ୍ରୀ, ପୁଅ-ଝିଅଙ୍କୁ ନେଇ ତାର ୫ ଜଣିଆ ପରିବାର । ଘରେ ସେ ଏକମାତ୍ର ରୋଜଗାରିଆ ଥିଲା । ମୂଲ ମଜୁରୀ ଲାଗି ପରିବାର ଚଳାଉ ଥିଲା । ଏବେ ନିଜେ ରୋଗାକ୍ରାନ୍ତ ହେବାରୁ ପରିବାର ଚଳାଇବାକୁ ସେ ଅସମର୍ଥ । ସେ ହେଉଛି ଚାନ୍ଦବାଲି ବ୍ଲକ ଧାମରାସ୍ଥିତ ବାଁଶଡା ପଚାଂୟତ ବାଁଶଡା ଗାଁର ସୁକାନ୍ତ ଜେନା (ସଞ୍ଜୁ) । ୩ ବର୍ଷ ପୂର୍ବରୁ ତା ପାଦରେ ଗୋଟେ କ୍ଷତ ହେବାରୁ ସେ ଚିକିସ୍‍ିା ପାଇଁ ଭଦ୍ରକ ମେଡିକାଲକୁ ଗଲା ।

ସେଠାରେ ରକ୍ତ ପରୀକ୍ଷାରୁ ମଧୁମେହ ରୋଗରେ ପଢଡିତ ଥିବା ଜଣା ପଡିଥିଲା । କିଛି ଦିନ ପରେ ସେ ସୁସ୍ଥ ହୋଇ ଥିଲା । ଠିକ୍‍ ୧ ବର୍ଷ ପରେ ସେ ପୁଣି ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତି ହୋଇଥିଲେ । କିଡିନ୍‍ ରୋଗରେ ଆକ୍ରାନ୍ତ ହୋଇଛି ବୋଲି ସେଠିକାର ଡାକ୍ତର ତାଙ୍କୁ କହିଥିଲେ । ସେବେଠାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିସ୍‍ିିତ ହେଉଥିଲା । ମହାମାରୀ କରୋନା ପାଇଁ ଓଡିଶାରେ ଲକ୍‍ ଡାଉନ୍‍ ପ୍ରକ୍ରିୟା ଆରମ୍ଭ ହେବା ଦିନରୁ ସେ ଅଧୁକ ଅସୁସ୍ଥ ହୋଇ ପଡିଲା । ମୂଲ ମଜରୀ ଲାଗିବା ତା ପାଇଁ ଆଉ ସମ୍ଭବ ହେଲା ନାହିଁ ।

ଦିନକୁ ଦିନ ସେ ଆହୁରି ଅସୁସ୍ଥ ହେଲା । ଅର୍ଥ ଅଭାବରୁ ପରିବାର ଚଳାଇ ନିଜେ ଔଷଧ ଖାଇବା ଅସମ୍ଭବ ହୋଇ ଗଲା । ବନ୍ଧୁ ବାନ୍ଧବ, ସମ୍ପର୍କୀୟ, ସାଙ୍ଗ ସାଥୀଙ୍କ ଠାରୁ ଆର୍ଥିକ ସହାୟତା ଯାହା ପାଇବା କଥା ସେ ପାଇ ସାରିଛି । ମଇ ମାସରେ କଟକ ବଡ ମେଡିକାଲ୍‍କୁ ଚିକିସ୍‍ିା ପାଇଁ ଯାଇଥିଲା । ସେଠାରେ ୭ ଦିନ ଚିକିସ୍‍ିିତ ହେବା ପରେ ଘରକୁ ଫେରିଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସପ୍ତାହକୁ ୨ ଥର ତାର ଡାଏଲୋସିସ୍‍ ହେବା ନିହାତି ଆବଶ୍ୟକ ।

ଏତକ ଚିକିସ୍‍ିା ପାଇଁ ସେ ଅସମର୍ଥ ହୋଇ ପଡିଛି । ଝିଅ ୭ମ ଶ୍ରେଣୀ ଓ ପୁଅ ୩ୟ ଶ୍ରେଣୀରେ ପାଠ ପଢୁଛନ୍ତି । ଏହି ୨ଜଣଙ୍କର ପାଠ ପଢା, ପରିବାର ଚଳାଇବା ସହିତ ନିଜେ ଚିକିସ୍‍ିା କେମିତି ହେବ ତାକୁ ନେଇ ସେ ଚିନ୍ତିତ । ଜମିବାଡି ବୋଲି ସେମିତି କିଛି ସୁକାନ୍ତ ପାଖରେ ନାହିଁ । ସରକାରୀ ସହାୟତା ତାଙ୍କୁ ମିଳିଲେ ସେ ଆଉ କିଛି ଦିନ ଚିକିସ୍‍ିା ହୋଇ ପାରନ୍ତା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଠିଂରୁ ତାକୁ ଆର୍ଥିକ ସାହାଯ୍ୟ ଦିଆଗଲେ ଚିନ୍ତା ମୁକ୍ତ ହୁଅନ୍ତା ବୋଲି ସୁକାନ୍ତ ଜେନା କୁହନ୍ତି । ଏଥପ୍ରତି ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେଲେ ଗୋଟେ ଗରିବ ପରିବାରର ଯୁବକ ଆଉ କିଛି ଦିନ ଭଲରେ ରୁହନ୍ତା ବୋଲି ସାଧାରଣରେ କୁହାଯାଉଛି ।

Nalco

Leave A Reply