ଧାମରା,୨୩/୦୬ :୨ ଜଣ ଦଳିତ ଯୁବକଙ୍କୁ ମାଡ଼ ମାରିଥିବା ନେଇ ବାଁଶଡା ଥାନାରେ ଅଭିଯୋଗ ହୋଇଛି । କରଞ୍ଜମାଳ ପଂଚାୟତ ସରସ୍ୱତୀ ଗାଁର କାର୍ତ୍ତିକ ମାଝୀ ଓ ସୂର୍ଯ୍ୟକାନ୍ତ ମାଝୀଙ୍କୁ ୫ ଜଣ ଲୋକ ମାଡ଼ ମାରିଛନ୍ତି । ଏହି ଦୁଇ ଜଣ ମେଗା ପ୍ରକଳ୍ପର ଅସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ପାଇଛନ୍ତି । ଏହି ପଂଚାୟତର ବିଭିନ୍ନ ଗାଁରେ ପାଇପ୍ ବିଛାଇବା ସହିତ ବିଭିନ୍ନ କାମ କରନ୍ତି । ଏହି ମେଗା ପ୍ରକଳ୍ପର ନିର୍ମାଣଧିନ କାମକୁ ଏମାନେ ଅଧିକାଂଶ ସମୟରେ ବାଧା ଦେଉଛନ୍ତି । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗତ ବୁଧବାର ରାତିରେ ବଚସା ହୋଇଥିଲା । ଏହାପରେ ଏହି ବଚସା ମାରପିଟର ରୂପ ନେଇଛି । କାର୍ତ୍ତିକ ମାଝୀଙ୍କ ଲିଖିତ ଅଭିଯୋଗ ମୂଳେ ବାଁଶଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ ଜାରି ଥିବା ଥାନା ସୂତ୍ରରୁ ଜଣାପଡିଛି ।