Odisha news

ଧାମନଗର ବ୍ଲକରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ପହଂଚିଲା ୧୧ରେ

0

ଧାମନଗର : ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢି·ଲିଥିବାବେଳେ ଧାମନଗର ବ୍ଲକରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରବିବାର ଦିନ ଧାମନଗର ବ୍ଲକର ଚୁଡ଼ାକୁଟି, ଦୋବଲ ଓ ସୋହଡ଼ା ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରେ ଜଣେ ଲେଖାଁଏ କରୋନା ସଂକ୍ରମଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ପୂର୍ବରୁ ଧାମନଗର ବ୍ଲକ ଅଞ୍ଚଳରେ ୮ଜଣ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ଧାମନଗର ଅଞ୍ଚଳରେ ସଂକ୍ରମଣ ସଂଖ୍ୟା ୧୧ରେ ପହଞ୍ଚôଛି ।

ଏହି ୩ଜଣ ବ୍ୟକ୍ତିଙ୍କ ମଧ୍ୟରୁ ସୋହଡା ଓ ଚୁଡାକୁଟି ପଞ୍ଚାୟତର ଚିହ୍ନଟ ବ୍ୟକ୍ତିଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ଥିବାବେଳେ ଦୋବଲ ପଞ୍ଚାତୟର ବ୍ୟକ୍ତିଙ୍କ ତେଲଙ୍ଗାନା ଲିଙ୍କ ଥିବା ଜଣାଯାଇଛି । ସେମାନଙ୍କ ଠାରେ ରୋଗ ସଂକ୍ରମଣର ଲକ୍ଷଣ ପ୍ରଥମରୁ ଲକ୍ଷ୍ୟ କରାଯାଇଥିଲା ଏବଂ ସେମାନଙ୍କର ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇ  କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଥିଲା । ଚିହ୍ନଟପରେ ଏହି ସବୁ କ୍ୱାରେଣ୍ଟିନ୍ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ  ସମ୍ପୃକ୍ତ ତିନି ପଞ୍ଚାୟତକୁ ଭଦ୍ରକ ଜିଲ୍ଲା ପ୍ରଶାସନ ବଫର ଜୋନ ଭାବେ ଘୋଷଣା କରିଛନ୍ତି ।

Leave A Reply