Odisha news

ସମ୍ଭାବ୍ୟ ବାତ୍ୟା “ଅମ୍ଫାନ”ର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

0

ଧାମନଗର (Basudev tripathy) : କରୋନା ମୁକାବିଲା କରିବାପାଇଁ ପ୍ରଶାସନ ସ୍ତରରେ ସମସ୍ତ ବ୍ୟସ୍ତ ଥିବାବେଳେ ଏବେ ବାତ୍ୟା ଅମ୍ଫାନର ଡ଼ର ସମସ୍ତଙ୍କୁ ଘାରିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିôବା ଲଘୁଚାପ ଅବପାତ ରୂପ ନେଇ ଏବେ ସୁପରସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ଆସନ୍ତା ୨୦ ତାରିଖରେ ଏହା ଲ୍ୟାଣ୍ଡଫଲ କରିବ । ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡିଶାର ଉପକୂଳବର୍ତ୍ତି ଜିଲ୍ଲା ମାନଙ୍କରେ ଅନୁଭୂତ ହେବା ସହିତ କ୍ଷୟ କ୍ଷତି ଘଟାଇବ ବୋଲି ଅନୁମାନ କରାଯାଉଛି ।

ଓଡ଼ିଶାର ୧୨ଟି ଜିଲ୍ଲା କୁ ରାଜ୍ୟ ସରକାରଙ୍କ ତରଫରୁ ସତର୍କ କରାଯାଇଥିବାବେଳେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ଅଧିକ ସତର୍କ ରହିବାପାଇଁ କୁହାଯାଇଛି । ଏହି ସମ୍ଭାବ୍ୟ ବାତ୍ୟା ଅମ୍ଫାନର ମୁକାବିଲା କରିବାପାଇଁ ଏକ ପ୍ରସ୍ତୁତି ବୈଠକ ଧାମନଗର ପଞ୍ଚାୟତ ସମିତି ସଭାଗୃହରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।

ବିଧାୟକ ବିଷ୍ଣୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଏସଡିପିଓ ମନୋରଂଜନ ସାମଲ, ବିଡ଼ିଓ ଦୁର୍ଗା ଚରଣ ମୁର୍ମୁ, ତହସିଲଦାର ରାଧାକାନ୍ତ ବାରିକ୍, ଏନଏସି ନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର, ବ୍ଲକ ଯୋଗାଣ ନିରିକ୍ଷକ ମନୋରଂଜନ ମହାପାତ୍ର, ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ରବିବାର ଅପରାହ୍ନରେ ଭଦ୍ରକ ଏଡ଼ିଏମ୍ ଶ୍ୟାମଭକ୍ତ ମିଶ୍ର ଧାମନଗର ବ୍ଲକ କାର୍ଯ୍ୟାଳୟରେ ପହଂଚି ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ନେଇ ସମ୍ଭାବ୍ୟ ବାତ୍ୟା ମୁକାବିଲା ସମ୍ପକରେ ସମୀକ୍ଷା କରିବା ସହିତ ସଜାଗ ରହିବାକୁ ନିଦେ୍ର୍ଦଶ ଦେଇଥିଲେ ।

Leave A Reply