ଆଗରପଡ଼ା : ଆଗରପଡ଼ା ଥାନା ଅଧିନ ·ରିଗାଁ ବନ୍ୟାଶ୍ରୟରେ ଆଜି ସାମ୍ଭାବ୍ୟ ବାତ୍ୟା ’ର୍ଆମ୍ପନ’ ନେଇ ପ୍ରସ୍ତୁତି ବୈଠକ ରଥ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ବନମାଳୀ ବେହେରା ଏହି ବୈଠକକୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ଆଗରପଡ଼ା ଦମକଳ କେନ୍ଦ୍ରର କେନ୍ଦ୍ରାଧିକାରୀ ସଞ୍ଜୀବ କୁମାର ପ୍ରଧାନ ଓ କର୍ମ·ରୀ ମାନେ ଯୋଗଦେଇ ଯୁବ ବାହିନୀକୁ ବାତ୍ୟା ଆମ୍ପନ ର ମୁକାବିଲା କରିବା ନେଇ ତାଲିମ ପ୍ରଦାନ କରିଥିଲେ ।
ଉପସ୍ଥିତ ବନ୍ୟାଶ୍ରୟ ଟାସ୍କଫୋର୍ସ କମିଟିର ସଦସ୍ୟ ସନାତନ ରାଉଳ, ରାମଚନ୍ଦ୍ର ସାହୁ, ଆନନ୍ଦ ଜେନା, ମଧୁସୂଦନ ପଣ୍ଡା, ରବିନ୍ଦ୍ର ଜେନା, ବିଶ୍ୱନାଥ ଜେନା, ପରେଶ ପୃଷ୍ଟି, ରାଜେଶ ପୃଷ୍ଟି, ରଞ୍ଜନ କୁମାର ସାହୁ, ରଞ୍ଜନ କଟୁଆଳ, ୱାର୍ଡ଼ସଭ୍ୟା ମଲ୍ଲିକା ମିଶ୍ର, ସଞ୍ଜୁଲତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ୧୮,୧୯,୨୦ ତାରିଖରେ କମିଟିର ସଦସ୍ୟ ମାନେ ସଜାଗ ରହି ବାତ୍ୟା ସମୟରେ କ୍ଷତିଗ୍ରସ୍ତ ହେବାକୁ ଥିବା ପରିବାରକୁ ଅଣାଯାଇ ବନ୍ୟାଶ୍ରୟରେ ରହିବାର ବ୍ୟବସ୍ଥାର କରିବା ସହିତ ଗୃହପାଳିତ ପଶୁ ପକ୍ଷୀଙ୍କୁ ସୁରକ୍ଷା ଯୋଗାଇ ଦେବା ଆଦି କାର୍ଯ୍ୟ ବିଷୟରେ ଉପସ୍ଥିତ ଥିବା ସଦସ୍ୟମାନଙ୍କୁ ତାଲିମ ଦେଇଥିଲେ ।