ଧାମନଗର : ଗତ ପ୍ରଳୟଙ୍କରୀ ବନ୍ୟାରେ ସମଗ୍ର ଧାମନଗର ବ୍ଲକ ଓ ଏନ୍ଏସି ଅଞ୍ଚଳର ନାହିଁ ନଥିବା କ୍ଷୟକ୍ଷତି ହୋଇଥିବାବେଳେ ରିଲିଫ ପାଇବାରୁ ବହୁ ବ୍ୟକ୍ତି ବାଦ ପଡ଼ିଛନ୍ତି । ଧାମନଗର ବ୍ଲକର ୩୧ ପଞ୍ଚାୟତ ରୁ ୨୭ଟି ପଞ୍ଚାୟତକୁ ରିଲିଫ ଦିଆଯାଇଥିବାବେଳେ ୪ଟି ପଞ୍ଚାୟତ ଓ ଧାମନଗର ଏନ୍ଏସିକୁ ଏଥିରୁ ବାଦ ଦିଆଯାଇଛି । ରିଲିଫ ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଧାମନଗର ବ୍ଲକ କଂଗ୍ରେସ କମିଟି ଅଭିଯୋଗ କରିଛି । ଏଥିସହିତ ବାଦ ପଡ଼ିଥିବା ଧାମନଗର ଏନ୍ଏସି ଏବଂ ଚୁଡ଼ାକୁଟି, ଦଇପୁର, ଗୋବିନ୍ଦପୁର, କଲ୍ୟାଣି ଆଦି ୪ଟି ପଞ୍ଚାୟତକୁ ସାମିଲ କରାଯାଇ ସମସ୍ତ ବନ୍ୟା ଦୁର୍ଗତଙ୍କୁ ରିଲିଫ ପ୍ରଦାନ କରାଯିବାକୁ କଂଗ୍ରେସ ଦାବି କରିଛି ।
ଲଗାତାର ଲଘୁ·ପ ବର୍ଷା ଓ ବୈତରଣୀ ନଦୀର ବନ୍ୟା ସାଂଗକୁ ମଲ୍ଲିମାହାରା, ଗୌରାଙ୍ଗପୁର ଏସ୍କେପ, ରେବ, କପାଳି ଓ ଯ’ ନଦୀର ବନ୍ୟାଜଳ ମିଶି ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବା ସହିତ ସମଗ୍ର ଧାମନଗର ଅଞ୍ଚଳକୁ ଜଳ ପ୍ଲାବିତ କରିଥିଲା । ହଜାର ହଜାର ହେକ୍ଟର ·ଷଜମି ବନ୍ୟା ଜଳରେ ବୁଡ଼ି ବ୍ୟାପକ ଫସଲ ହାନି ଘଟିଥିବାବେଳେ ଶହ ଶହ ପରିବାରଙ୍କ ଘରେ ପାଣି ପଶି ବହୁ ଘରଦ୍ୱାର ନଷ୍ଟ ହୋଇଥିଲା । ମାତ୍ର ସରକାର ବନ୍ୟା ଦୁର୍ଗତଙ୍କୁ ରିଲିଫ ପ୍ରଦାନରେ ପକ୍ଷପାତିତା କରିଥିବା କଂଗ୍ରେସ ଅଭିଯୋଗ କରିଛି ।
ରାଧାବଲ୍ଲଭପୁର ଓ ଭଗବାନପୁର ଭଳି ପଞ୍ଚାୟତକୁ ରିଲିଫ ଦିଆଯାଇଥିବାବେଳେ କ୍ଷତିଗ୍ରସ୍ତ ଧାମନଗର ଏନ୍ଏସି ଓ ଗୋବିନ୍ଦପୁର, କଲ୍ୟାଣୀ, ଦଇପୁର, ଚୁଡ଼ାକୁଟି ଆଦି ପଞ୍ଚାୟତକୁ ବାଦ ଦିଆଯାଇଛି । ଫଳରେ ଏହି ଅଞ୍ଚଳର ବନ୍ୟା କ୍ଷତିଗ୍ରସ୍ତ ଲୋକେ ରିଲିଫ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହା ସମ୍ପୁର୍ଣ୍ଣ ଅନ୍ୟାୟ, ଅବୈଧ ଓ ପକ୍ଷପାତିତା ବୋଲି କଂଗ୍ରେସ ଅଭିଯୋଗ କରିଛି । ଧାମନଗର ବ୍ଲକ ଓ ଏନ୍ଏସିର ଭୌଗଳିକ ସ୍ଥିତିକୁ ବି·ରକୁ ନେଇ ବାଦ ପଡ଼ିଥିବା ଧାମନଗର ଏନ୍ଏସି ଓ ଉକ୍ତ ୪ଟି ପଞ୍ଚାୟତର ସମସ୍ତ ପରିବାରକୁ ତୁରନ୍ତ ରିଲିଫ ଯୋଗାଇ ଦେବାକୁ ବରିଷ୍ଠ କଂଗ୍ରେସ ନେତା ନାରାୟଣ ଚନ୍ଦ୍ର ପାଢୀ, ବିଦ୍ୟାଧର ଜେନା, ଅଭିଷେକ ରାଉତ, ନରେନ୍ଦ୍ର କୁମାର ମଲ୍ଳିକ, ଅରବିନ୍ଦ ନାୟକ, ପ୍ରସନ୍ନ ଧଳ, ରମେଶ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ସ୍ୱାଇଁ, ବାବା ହରେକୃଷ୍ଣ ସେଠୀ, ରାଜେଶ ବିଶ୍ୱାଳ, ଟୁନି ବାରିକ ପ୍ରମୁଖ ଏକ ପ୍ରେସ୍ ବିବୃତି ଦେଇ ଦାବି କରିଛନ୍ତି ।