ମହିଳାଙ୍କ ଅଶ୍ଳୀଳ ଚାଟ୍ ମୋବାଇଲ ଆପ୍ ବ୍ୟବହାର ଉପରେ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଭାରତରେ ୧୯% ମହିଳା ଡେଟିଂ ପାର୍ଟନର ଖୋଜିବା ଉଦ୍ଦେଶ୍ୟରେ ଆପ୍ ବ୍ୟବହାର କରୁଛନ୍ତି । ଭାରତରେ ସ୍ମାର୍ଟଫୋନ୍ ୟୁଜ୍ କରୁଥିବା ୬୨% ମହିଳା ସେକ୍ସ ଚାଟ୍ କରୁଛନ୍ତି । ସର୍ଭେରେ ୧୯୧ ଦେଶର ମହିଳାଙ୍କୁ ସାମିଲ କରାଯାଇଥିଲା । ୧,୩୦,୮୮୫ ମହିଳାଙ୍କୁ ନେଇ ରିସର୍ଚ କରାଯାଇଛି । ସେଥିମଧ୍ୟରୁ ୨୩,୦୯୩ ଭାରତୀୟ । ଏମାନଙ୍କୁ ଅନ୍ଲାଇନ୍ ପ୍ରଶ୍ନ ପଚରାଯାଇଥିଲା । ଉତ୍ତରର ସମୀକ୍ଷାରୁ ଜଣାପଡ଼ିଲା ଯେଉଁ ଦେଶରେ ଲିଙ୍ଗଗତ ଅସମାନତା ଅଧିକ ସେଠାରେ ଶରୀରିକ ସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ପାର୍ଟନର ଖୋଜିବା ପାଇଁ ମୋବାଇଲ ଆପ୍ର ବ୍ୟବହାର କମ୍ । ମହିଳାମାନେ ୪ ଗୁଣ ଅଧିକ ସେକ୍ସ ଚାର୍ଟ କରୁଛନ୍ତି । ୧୮ରୁ ୫୪ ବର୍ଷ ମଧ୍ୟରେ ୧୯% ମହିଳା ପାର୍ଟନର ଖୋଜିବା ପାଇଁ ମୋବାଇଲ ଆପ୍ର ବ୍ୟବହାର ଅଧିକ କରୁଛନ୍ତି । ୨୧ରୁ ୨୪ ବର୍ଷ ମଧ୍ୟରେ ମହିଳା ଅଧିକ ଡେଟିଂ ଆପ୍ର ବ୍ୟବହାର କରୁଛନ୍ତି । ୨୯% ମହିଳା ଖୁସି ପାଇଁ ପାର୍ଟନର ଖୋଜୁଛନ୍ତି । ୪୪% ମହିଳା କମ୍ ସମୟ ପାଇଁ ଓ ୩୭% ଅଧିକ ସମୟ ଧରି ସମ୍ପର୍କରେ ରହିବା ପାଇଁ ପାର୍ଟନର ଖୋଜୁଛନ୍ତି । ୧୩% ମହିଳା ଯୌନ ଜୀବନ ବିଷୟରେ ଜାଣିବା ଓ ପଢ଼ିବା ପାଇଁ ଆପ୍ ବ୍ୟବହାର କରୁଛନ୍ତି ।
