Odisha news

ରିୟାଙ୍କର ହ୍ଵାଟ୍ସଆପ ଚାଟ୍ ଓ ଏମଡିଏମଏ ଡ୍ରଗ୍ସ

0

ନୂଆଦିଲ୍ଲୀ : ରିୟା ଚକ୍ରବର୍ତ୍ତିଙ୍କର ହ୍ଵାଟ୍ସଆପ ଚାଟିଙ୍ଗରୁ MDMA ଡ୍ରଗ୍ସ ବିଷୟରେ ଜଣ ପଡିଛି l ମୁମ୍ବାଇରେ ସେଲିବ୍ରେଟିଙ୍କ ପାର୍ଟିରେ ଏହି MDMA ଡ୍ରଗ୍ସର ବ୍ୟବହାର ହୋଇଥାଏ l ଏହି ପାର୍ଟିକୁ ଡ୍ରଗ୍ସ ପାର୍ଟି ମଧ୍ୟ କହିଥାନ୍ତି ,ସଟ ଫର୍ମରେ ଏହାକୁ MD ପାର୍ଟି କୁହାଯାଏ l ଏମିତିରେ ଦେଖିବାକୁ ଗଲେ ଗୋଟିଏ ଗୁଳିର ମୂଲ୍ୟ ଏକ ହଜାର ଟଙ୍କା ଭିତରେ ହୋଇଥାଏ ,କିନ୍ତୁ ବଲିଉଡର ପାର୍ଟିରେ ଏହାର ଦାମ ପାର୍ଟି ହିସାବରେ ନିର୍ଧାରଣ କରାଯାଏ l ଏହି ଡ୍ରଗ୍ସକୁ ୟୁରୋପରୁ ମୁମ୍ବାଇ କଳାବଜାରୀ ଦ୍ୱାରା ସପ୍ଲାଇ କରାଯାଇଥାଏ l

ଅଗଷ୍ଟ ୧୦ ତାରିଖ ଦିନ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇରେ MDMA ଡ୍ରଗ୍ସକୁ ସିଜ କରିଥିଲେ ଓ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଥିଲେ ,ତାଙ୍କ ନାମ ନିହାଲ ଥିଲା l MDMA ଡ୍ରଗ୍ସକୁ ପାର୍ଟି ମାନଙ୍କରେ ବ୍ୟବହାର କରାଯାଏ l ଯାହା ମଣିଷ ମାନଙ୍କର ଭାବାତ୍ମକ ରୂପ ଉପରେ ପ୍ରଭାବ ପକାଇଥାଏ l ଏହି ଡ୍ରଗ୍ସ ଆପଣଙ୍କୁ ଉତ୍ସାହିତ କରିବା ସହିତ ଶକ୍ତି ଓ ଶାନ୍ତି ଅନୁଭବ ହେଲାଭଳି ଲାଗିଥାଏ l ଏହି ଡ୍ରଗ୍ସକୁ ୟୁରୋପର ଲୋକମାନେ ସାଧାରତଃ ବ୍ୟବହାର କରିଥାନ୍ତି l

ୟୁରୋପରେ ଥିବା ଏକ ତୃତୀୟାଂଶ ବ୍ୟକ୍ତି ଏହି ଡ୍ରଗ୍ସ ଦ୍ୱାରା ଆଦୃତ l ୨୦୦୯ ରୁ ନେଇ ୨୦୧୮ ପର୍ଯ୍ୟନ୍ତ ଏହି ଡ୍ରଗ୍ସ ଅଧିକ ପରିମାଣରେ ସିଜ କରାଯାଇଥିଲା l ରିୟାଙ୍କର ଡିଲିଟ ହୋଇଥିବା କିଛି ହ୍ଵାଟ୍ସଆପ ଚାଟ୍ ରୁ CBI ଜାଣି ପାରିଛି ଯେ ଅଭିନେତ୍ରୀ ଜଣଙ୍କ ଏହି ଡ୍ରଗ୍ସ ବିଷୟରେ ଚାଟିଙ୍ଗ କରିଥିଲେ l ଏହି ଚାଟିଙ୍ଗକୁ ନେଇ ସୁଶାନ୍ତଙ୍କ କେସ ସହିତ ଯୋଡ଼ା ଯାଉଛି ,କିନ୍ତୁ ରିୟାଙ୍କ ଓକିଲ ଦାବି କରୁଛନ୍ତି ଯେ ରିୟା କଦାପି ଏହି ପ୍ରକାରର ଡ୍ରଗ୍ସ ନେଇନାହାଁନ୍ତି l ମିଳିଥିବା ସୂତ୍ରରୁ ଜଣା ପଡିଛି ଯେ ୧୭ ଏପ୍ରିଲ ୨୦୨୦ ରେ ରିୟା ମିରଣ୍ଡା ସୁଶୀଙ୍କ ସହିତ ରିୟା ଚାଟ୍ କରୁଥିଲେ l ସେଥିରେ ଲେଖା ଯାଇଥିଲା “ହାଏ ରିୟା ,ଷ୍ଟକ ସରିଆସିଲାଣି ,ଆମକୁ ସବିକ ସାଙ୍ଗ ମାନଙ୍କ ପାଖରୁ ନେବାକୁ ପଡିବ l ”

ଏହା ବ୍ୟତୀତ ୨୫ ନଭେମ୍ବର ୨୦୧୯ ରେ ରିୟାଙ୍କର ଆଉ ଗୋଟିଏ ଚାଟ୍ ସାମ୍ନାକୁ ଆସିଛି l ଯେଉଁଥିରେ ରିୟା ଜୟା ସାହାଙ୍କୁ କହୁଛନ୍ତି କଫି ,ଚା ,କିମ୍ବା ପାଣିରେ ୪ ଡ୍ରପ ପକାଇ ତାକୁ ଧୀରେଧୀରେ ପିଅନ୍ତୁ l କିଛି ସମୟ ପରେ ଏହା ଅସର ଦେଖାଇବ l ଏହି ସମସ୍ତ ଚାଟିଙ୍ଗକୁ ନେଇ ରିୟାଙ୍କ ଉପରେ NCB ମଧ୍ୟ ଆକ୍ସନ ନେବାକୁ ଚାହୁଁଛି l

Leave A Reply