ନୂଆଦିଲ୍ଲୀ : କଂଗ୍ରେସ ଅଧକ୍ଷା ସୋନିୟା ଗାନ୍ଧୀ ଆଜି ମମତା ବାନାର୍ଜୀ ,ଉଦ୍ଧବ ଠାକରେ ଓ ହେମନ୍ତ ସୋରେନଙ୍କ ସମେତ ୭ ଜଣ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଥିଲେ l ଏହି ବୈଠକରେ GST ଓ ନୂଆ ଶିକ୍ଷାନୀତି ସହିତ ନିଟ ପରୀକ୍ଷାକୁ ନେଇ ଚର୍ଚା ହୋଇଥିଲା l ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ବୈଠକରେ ସୋନିୟା ଗାନ୍ଧୀ କହିଥିଲେ “GST ପାଇଁ ରାଜ୍ୟ ଗୁଡିକୁ କ୍ଷତିପୂରଣ ଦେବାକୁ ମନ କରିବା ମୋଦି ସରକାର ରାଜ୍ୟବାସୀଙ୍କ ସହିତ ଛଳନା କରିଛନ୍ତି l “ସୂଚନା ଯୋଗ୍ୟଯେ GST ନିୟମ ଅନୁସାରେ ରାଜ୍ୟ ସରକାରଙ୍କୁ GST ଲାଗୁ ହେବା ପରେ ୫ ବର୍ଷ ପର୍ଯ୍ୟନ୍ତ ଯଦି କିଛି କ୍ଷତି ହେଲା ସେହି କ୍ଷତି ପୁରଣ କେନ୍ଦ୍ର ସରକାର ଦେବେ l
ସୋନିୟା ଗାନ୍ଧୀ ରାଷ୍ଟ୍ରୀୟ ଶିକ୍ଷାନୀତିକୁ ନେଇ କହିଛନ୍ତି ଯେ ,ରାଷ୍ଟ୍ରୀୟ ଶିକ୍ଷାନୀତିକୁ ନେଇ ଯେଉଁ ଘୋଷଣା କରାଯାଇଛି ତାହା ବାସ୍ତବରେ ଚିନ୍ତାର ବିଷୟ l ଏହା ଛାତ୍ର ମାନଙ୍କ ପାଇଁ ଗୋଟିଏ ଚିନ୍ତାର ବିଷୟ ଅଟେ l ଏଥିରୁ ଜଣା ପଡୁଛି ପରୀକ୍ଷା ଓ ଅନ୍ୟ ଶିକ୍ଷା ସମସ୍ୟାକୁ ଅନାଦିକ୍ଷା କରାଯାଉଛି l ରାଷ୍ଟ୍ରୀୟ ଶିକ୍ଷାନୀତି ଧର୍ମ ନିରପେକ୍ଷ ଓ ବୈଜ୍ଞାନିକ ମୂଲ୍ୟ ପାଇଁ ଗୋଟିଏ ବଡ ଝଟକା ଅଟେl ସେ କହିଛନ୍ତି ଯେ ଛାତ୍ର ମାନଙ୍କର ଶିକ୍ଷାର ସମସ୍ୟା ପାଇଁ କେନ୍ଦ୍ର ବିମୁଖ ଭାବ ଦେଖାଉଛି l
ବୈଠକରେ ଉପସ୍ଥିତ ଥିବା ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ “ମୁଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଆମେ ନିଟ ଓ ଜେଇଇ ପରୀକ୍ଷା ଉପରେ ରୋକ ଲଗାଇବା ପାଇଁ ସୁପ୍ରିମ କୋର୍ଟ ଯିବା ଆବଶ୍ୟକ l ସହକାରୀ ସଂଘବାଦକୁ ନେଇ କେନ୍ଦ୍ର ରାଜ୍ୟ ସରକାରଙ୍କୁ ଦ୍ବନ୍ଦରେ ପକାଉଛି l “ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ମମତାଙ୍କ କଥାକୁ ସମର୍ଥନ କରିଥିଲେ l
