Odisha news

ସଂଯୁକ୍ତ ରାଷ୍ଟ୍ରରେ ଭାରତ ଖୋଲିଲା ପାକିସ୍ତାନର ମୂଖା

0

ନୂଆଦିଲ୍ଲୀ :ପାକିସ୍ତାନ ଦାବି କରିଥିଲାକି ସେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଭାରତର ମୂଖା ଖୋଲି ଦେଇଛି ,କିନ୍ତୁ ଭାରତ ପାକିସ୍ତାନର ସମସ୍ତ ଅନ୍ତରୀଣ ତଥ୍ୟକୁ ସଂଯୁକ୍ତ ରାଷ୍ଟ୍ରରେ ଖୋଲି ଦେଲା l ଭାରତ କହିଛି ଯେ ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନୀ ମିଶନ୍ ଦାବି କରିଛି ଯେ ଯେଉଁଦିନ ସେ ଭାରତ ବିପକ୍ଷରେ ବୟାନ ଦେଇଥିଲା ସେହିଦିନଟି ଅଣ ସଦସ୍ୟ ମାନଙ୍କର ଦିନ ନଥିଲା l ସଂଯୁକ୍ତ ରାଷ୍ଟ୍ରରେ ଭାରତୀୟ ମିଶନ୍ ସ୍ୱତନ୍ତ୍ର ଭାବରେ ବୟାନ ଜାରି କରି ପାକିସ୍ତାନର ସମସ୍ତ ମିଥ୍ୟାର ଜବାବ ଦେଇଛି l

ପାକିସ୍ତାନର ପ୍ରଥମ ମିଛ ହେଲା ,ପାକିସ୍ତାନ ସଂଯୁକ୍ତ ରାଷ୍ଟ୍ରରେ କହିଛି ଯେ ସେ ସୀମା ପାର ଆତଙ୍କବାଦର ପୀଡିତ ଅଟେ l ଯେବେକି ପାକିସ୍ତାନ ନିଜେ ଅନେକ ବର୍ଷ ଧରି ଭାରତ ବିରୁଦ୍ଧରେ ସୀମା ପାର ଆତଙ୍କବାଦର ଗୋଟିଏ ବଡ ଫ୍ୟାକ୍ଟ୍ରି ଅଟେ l ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଘୋଷିତ ହୋଇଥିବା ଆତଙ୍କବାଦୀ ନାମ ଗୁଡିକ ମଧ୍ୟରୁ ସବୁଠାରୁ ଅଧିକ ଆତଙ୍କୀ ପାକିସ୍ତାନର ଅଟନ୍ତି l ପାକିସ୍ତାନର ଦୁତୀୟା ମିଛ ହେଲା ସେ ଅଲକାଇଦାକୁ ମୂଳ ପୋଛ କରି ଦେଇଛି l କିନ୍ତୁ ଲାଡେନକୁ ଆଶ୍ରୟ ଦେଇଥିବାର ପ୍ରମାଣ ବିଶ୍ୱ ପାଖରେ ଅଛି l ପାକିସ୍ତାନ ଲାଡେନକୁ ଆଶ୍ରୟ ଦେବା ସହିତ ସହିଦ ବୋଲି କହି ସାରିଛି l

ପାକିସ୍ତାନର ତୃତୀୟ ମିଛ ହେଲା ,ପାକିସ୍ତାନ ଦାବି କରିଛି ଯେ ଭାରତ ପାକିସ୍ତାନ ବିରୁଦ୍ଧରେ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଛି l ଯେବେକି ପାକିସ୍ତାନ ସବୁବେଳେ ଆତଙ୍କବାଦୀଙ୍କ ପାଇଁ ଚର୍ଚାରେ ରହି ଆସିଛି l ପାକିସ୍ତାନର ଚତୁର୍ଥ ମିଛ ହେଲା ,ସଂଯୁକ୍ତ ରାଷ୍ଟ୍ର ଜାରି କରିଥିବା ୧୨୬୭ ଜଣଙ୍କ ତାଲିକାରେ ଭାରତୀୟ ମଧ୍ୟ ସାମିଲ ଅଛନ୍ତି ,କିନ୍ତୁ ଏହି ପ୍ରତିବନ୍ଧିତ ତାଲିକାରେ ଜଣେବି କେହି ଭାରତୀୟ ନାହାଁନ୍ତି l ପାକିସ୍ତାନର ପଞ୍ଚମ ମିଛ ହେଲା ଭାରତର ଅନ୍ତରୀଣ ମାମଲାକୁ ନେଇ ପାକିସ୍ତାନ ଦାବି କରିଛି ଯେ ଭାରତରେ ଅଳ୍ପ ସଂଖ୍ୟକ ମାନେ ଠିକରେ ନାହାଁନ୍ତି ,ଯେବେକି ପାକିସ୍ତାନରେ ୧୯୪୭ ପରେ ଅଳ୍ପ ସଂଖ୍ୟକଙ୍କ ସଂଖ୍ୟା କମି ମାତ୍ର ୩ ପ୍ରତିଶତ ରହି ଯାଇଛି l

Leave A Reply