ନୂଆଦିଲ୍ଲୀ :ଜର୍ମାନୀ ପାକିସ୍ତାନର ଗୋଟିଏ ଅନୁରୋଧକୁ ଠୋକର ମାରି ତାର ସବୁ ଆଶାକୁ ଭାଙ୍ଗି ଦେଇଛି l ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଜର୍ମାନୀକୁ ନିଜର ପାଣ୍ଡୁବିକୁ ଅଧିକ ଶକ୍ତିଶାଳୀ କରିବା ପାଇଁ AIP ସିଷ୍ଟମ ଦେବାକୁ ଅନୁରୋଧ କରିଥିଲା ,କିନ୍ତୁ ଜର୍ମାନୀ ମନl କରିଦେଇଛି l ଜର୍ମାନୀର ଚାନ୍ସେଲର ଏଙ୍ଗେଲା ମର୍କେଲଙ୍କ ଅଧକ୍ଷତାରେ ସିକୁରିଟି ପ୍ୟାନେଲରେ ଏହି ଫଇସଲା ନିଅ ଯାଇଛି l ଜର୍ମାନୀର ସିକୁରିଟି କାଉଁସିଲା ନିଜର ଫଇସଲାକୁ ନେଇ ପାକିସ୍ତାନୀ ଦୂତାବାସକୁ ଅଗଷ୍ଟ ୬ ତାରିଖ ଦିନ ଅବଗତ କରାଇ ଦେଇଥିଲା l
ପାକିସ୍ତାନ ଜର୍ମାନୀ ପାଖରୁ AIP ସିଷ୍ଟମ ମାଗିଥିଲେ ,କାରଣ ସେ ତାର ପାଣ୍ଡୁବି ଗୁଡିକୁ ରିଚାର୍ଜ କରି ଲମ୍ବା ସମୟ ପର୍ଯ୍ୟନ୍ତ ପାଣି ଭିତରେ ରହି ପାରିବ l ପାକିସ୍ତାନ ନିଜର ପାଣ୍ଡୁବି ଗୁଡିକୁ ମଧ୍ୟ ଆଉଥରେ ଅପଗ୍ରେଡ଼ କରୁଛି l ଚୀନ ଓ ପାକିସ୍ତାନର ପରି ଯୋଜନା ଅନୁସାରେ ଚୀନରେ ଯୁଆନ ଶ୍ରେଣୀର ପାଣ୍ଡୁବି ତିଆରି ଚାଲିଛି l ଯଦି ପାକିସ୍ତାନକୁ AIP ସିଷ୍ଟମ ମିଳି ଯାଇଥାନ୍ତା ତେବେ ତାର ପାଣ୍ଡୁବି ଗୁଡିକର କ୍ଷମତା ବଢି ଯାଇଥାନ୍ତା ଓ ଡିଜେଲ ଇଞ୍ଜିନ ବିନା ବାତାବରଣରେ ଗୋଟିଏ ସପ୍ତାହ କିମ୍ବା ତାଠାରୁ ଅଧିକ ଚଳିଥାନ୍ତା l କିନ୍ତୁ ଜର୍ମାନୀର ଚାନ୍ସେଲର ପାକିସ୍ତାନର ଅନୁରୋଧକୁ ଠୁକୁରାଇ ଦେଇଛନ୍ତି l
ପାରମ୍ପରିକ ପାଣ୍ଡୁବି ଗୁଡିକୁ ଦିନେ ଛଡା ଦିନେ ବାହାରକୁ ଅଣl ଯାଇଥାଏ,କାରଣ ତାର ଡିଜେଲ ଇଞ୍ଜିନକୁ ଟିକେ ପବନ ବାଜୁ କିନ୍ତୁ ଏହିପରି କରିବା ଦ୍ୱାରା ପାଣ୍ଡୁବି ଗୁଡିକ ନଜରକୁ ଆସିବା ଦ୍ୱାରା ବିପଦ ବଢିପାରେ l ଜଣେ ଭାରତୀୟ ଅଧିକାରୀ ହିନ୍ଦୁସ୍ତାନ ଟାଇମ୍ସ ସହିତ କଥା ହୋଇ କହିଛନ୍ତି ଯେ ଜର୍ମାନୀ ପାକିସ୍ତାନ ସରକାରଙ୍କୁ ଯାନ୍ତ୍ରିକ ସାହାଯ୍ୟ କରିବା ପାଇଁ ମନ କରିଦେବାରୁ ପାକିସ୍ତାନର ପାଣ୍ଡୁବି ଗୁଡିକର ଅବସ୍ଥା ପ୍ରଭାବିତ ହୋଇଛି l
କିଛି ବିଶେଷଜ୍ଞ ମତ ଦେଇଛନ୍ତି ଯେ ପାକିସ୍ତାନ ବିରୁଦ୍ଧରେ ଜର୍ମାନୀ ଏହିପରି ପଦକ୍ଷପ ନେବାର କାରଣ ହେଲା ଆତଙ୍କବାଦକୁ ନେଇ ପାକିସ୍ତାନର ଭୂମିକା ସବୁବେଳେ ସନ୍ଦେହ ଘେରରେ ରହିଛି l ମଇ ୨୦୧୭ ରେ କାବୁଲରେ ଜର୍ମାନୀ ଦୂତାବାସ ପାଖରେ ହୋଇଥିବା ଟ୍ରକ ବୋମା ବିସ୍ଫୋଟ ମାମଲାରେ ଦୋଷୀଙ୍କୁ ଚିହ୍ନିବା ପାଇଁ ପାକିସ୍ତାନ ସରକାର ପଛଘୁଞ୍ଚା ଦେଇଥିଲା l ଜର୍ମାନୀର ଅଧିକାରୀ ମାନେ ମତ ଦେଇଥିଲେ ଯେ ପାକିସ୍ତାନ ଏହି ଆତଙ୍କବାଦୀ ଆକ୍ରମଣ ଘଟଣାର ଯାଞ୍ଚକୁ ଗୁରୁତ୍ୱ ଦେଇ ନଥିଲା l