ନୂଆଦିଲ୍ଲୀ ; ଦୁନିଆର ଇତିହାସରେ ଏଭଳି ପ୍ରଥମଥର ହୋଇଛି ,ବିନା ଚିକିତ୍ସାରେ ପ୍ରଥମଥର ପାଇଁ HIV ଭଲ ହୋଇଯାଇଛି l ମଣିଷ ଶରୀରର ରୋଗ ପ୍ରତିରୋଧକ କ୍ଷମତା ଏହି ମୃତ୍ୟୁ ମୁଖକୁ ନେବା ଜୀବାଣୁକୁ ସମ୍ପୂର୍ଣ ରୂପେ ନଷ୍ଟ କରିଦେଇଛି l ଏହି ଘଟଣାଟି ବିଶ୍ୱର ସମସ୍ତ ବୈଜ୍ଞାନିକ ଓ ଡାକ୍ତର ମନଙ୍କୁ ଦ୍ବନ୍ଦରେ ପକାଇଦେଇଛି l କାରଣ HIV ର କୌଣସି ଚିକିତ୍ସା ନାହିଁ ,ଏହି ରୋଗ ଯାହାକୁବି ହୋଇଥାଏ ସେହି ବ୍ୟକ୍ତି ଜୀବନଯାକ ଔଷଧର ସାହାରରେ ଜୀବନ ଯାକ ବଞ୍ଚିଥାଏ l ଏହିପରି ସ୍ଥଳେ ଯଦି HIV ଆପେଆପେ ଠିକ ହୋଇଯାଏ ତେବେ ଏହା ଚମତ୍କାର ଘଟଣା ହୋଇଥାଏ l
ଏହା ପୂର୍ବରୁ ଦୁଇଥର ଲୋକମାନଙ୍କ ଶରୀରରରେ ବୋନ ମ୍ୟରୋ ଟ୍ରନ୍ସପ୍ଲାଣ୍ଟ କରାଯାଇଥିଲା l ଯାହାପରେ ଶରୀରରେ HIV ଭୁତାଣୁ ଦ୍ରୁତଗତିରେ କମ ହୋଇଥିଲା ଓ ଫରିକି ଆଉଥରେ ଆସିନଥିଲା l କିନ୍ତୁ ଶରୀରର ରାଜାପ୍ରତିରୋଧକ ଶକ୍ତି ବଢି HIV କୁ ଆପେଆପେ ନଷ୍ଟ କରିଦେବା ତାହାପୁଣି ବିନା ଚିକିତ୍ସାରେ ଏପରି ପ୍ରଥମଥର ହୋଇଛି l ଯେତେବେଳେ ଏହି କେସଟି ସାମ୍ନାକୁ ଆସିଲା ତାପରେ ଡାକ୍ତର ମାନେ ଶରୀରରେ ଥିବା ୧୫୦ କୋଟି କୋଷିକାଙ୍କୁ ଯାଞ୍ଚ କଲେ l ଏହି ରୋଗୀଙ୍କର ନାଁ ଦିଆଯାଇଥିଲା EC 2 l ଅଗଷ୍ଟ ୨୬ ତାରିଖରେ ବିଜ୍ଞାନ ପତ୍ରିକା ନେଚରରେ ପ୍ରକାଶିତ ସୂଚନା ଅନୁସାରେ ଜଣେ ରୋଗୀଙ୍କ ଶରୀରରେ HIV ଜୀବାଣୁ ଆଉ ନାହାଁନ୍ତି l ଅହର ଅର୍ଥ HIV ସଂକ୍ରମିତ ହିଥିବା ଏହି ବ୍ୟକ୍ତି ଆପେଆପେ ଠିକ ହୋଇଯାଇଛନ୍ତି l
ଅନ୍ୟଜଣେ ବ୍ୟକ୍ତିଙ୍କୁ ମଧ୍ୟ HIV ସଂକ୍ରମିତ ଦେଖାଯାଇଥିଲା କିନ୍ତୁ ସେ ମଧ୍ୟ କିଛି ଦିନପରେ HIV ମୁକ୍ତ ବୋଲି ଡାକ୍ତର ମାନେ ମତ ଦେଇଥିଲେ l କାର୍ଲିଫର୍ଣ୍ଣିଆ ୟୁନିଭର୍ସିଟିରେ HIV ଉପରେ ରିସର୍ଚ କରୁଥିବା ଡାକ୍ତର ସତ୍ୟ ଦାଣ୍ଡେକର କହିଛନ୍ତି ଯେ ଯଦି ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଯାଇ ପାରିବ ତେବେ ମଣିଷ HIV ମୁକ୍ତ ହୋଇ ପାରିବ l ସତ୍ୟ କହିଛନ୍ତି ଯେ ଆଜିର ବିଜ୍ଞାନ ଯୁଗରେ ଇମ୍ୟୁନ ସିଷ୍ଟମକୁ ବଢ଼ାଇ HIV କୁ ହରାଇବା ଏହା କୌଣସି ଡାକ୍ତର କିମ୍ବା ବୈଜ୍ଞାନିକ ଜାଣି ନଥିଲେ l କିନ୍ତୁ ଏହା ମାନବ ସମାଜ ପାଇଁ ଗୋଟିଏ ବଡ ଖୁସି ଖବର l