Odisha news

ଡାକ୍ତର ବାହାର କଲେ ମହିଳାଙ୍କ ପାଟିରୁ ୪ ଫୁଟର ସାପ ତାପରେ…

0

ନୂଆଦିଲ୍ଲୀ : ମୁହଁ ଖୋଲି ଶୋଇବା ପରିଣାମ କେତେ ଭୟଙ୍କର ହୋଇଥାଏ ତାହା ହୁଏତଃ ଏହି ମହିଳାଙ୍କ ବିଷୟରେ ପଢିଲେ ଜାଣି ପାରିବେ l ମୁହଁ ଖୋଲି ଶୋଇବା ଦ୍ୱାରା ପାଟି ଭିତରେ ପଶିଗଲା ୪ ଫୁଟ ଲମ୍ବର ସାପ l ରୁଷର ଡେଲିମେଲ ଖବର ଅନୁସାରେ ଦାଗେସ୍ତାନର ଲେବାସୀ ଗାଁରେ ରହୁଥିବା ଜଣେ ମହିଳା ନିଜ ଘର ବଗିଚାରେ ସୋଇ ରହିଥିଲେ ,ସେ ସୋଇ ରହିଥିବା ସମୟରେ ତାଙ୍କ ପାଟି ଖୋଲା ଥିଲା l ଏହି ସମୟରେ ଗୋଟିଏ ୪ ଫୁଟ ଲମ୍ବର ପତଳା ସାପ ପାଟି ଭିତରେ ପଶିଗଲା l ତଣ୍ଟି ଭିତର ଦେଇ ଶରୀର ମଧ୍ୟକୁ ଚାଲିଗଲା l ଯେତେବେଳେ ମହିଳା କିଛି କରିବାକୁ ଚାହିଁଲେ ସେତେବେଳେ ସାପଟି ଶରୀର ମଧ୍ୟକୁ ଯାଇ ସାରିଥିଲା l

ସାପଟି ଶରୀର ମଧ୍ୟକୁ ଯିବା ପରେ ତାଙ୍କ ସରିତା ଅସୁସ୍ଥ ହେବାକୁ ଲାଗିଲା ଓ ନିଶ୍ୱାସ ନେବାପାଇଁ କଷ୍ଟ ହେଲା l ତାଙ୍କୁ ତୁରନ୍ତ ଡାକ୍ତର ଖାନରେ ଭର୍ତି କରାଯାଇଥିଲା l ମହିଳାଙ୍କୁ ଡାକ୍ତର ଖାନରେ ଭର୍ତି କରାଯିବ ପରେ ଏମର୍ଜେନ୍ସି ଅପରେସନ ଥିଏଟରକୁ ନେଇ ବିହୋସ କରାଗଲା l ଏହାପରେ ଡାକ୍ତର ମାନେ ମହିଳାଙ୍କ ଗଳା ଭିତରେ ଭିଡିଓ କ୍ୟାମେରା ଓ ଲାଇଟ ଵାଲା ଟିଉବ ପୁରାଇଲେ l ସେହି କ୍ୟାମେରା ସାହାଯ୍ୟରେ ଦେଖି ପାରିଲେ ଯେ ସାପଟି କେତେ ଭିତରକୁ ଯାଇଛି ଓ ଟିଉବ ସହାୟତାରେ ସାପର ଗୋଟିଏ ପାର୍ଶ୍ୱକୁ ଧରି ପକାଇଲେ l ତାପରେ ଧୀରେଧୀରେ ସାପଟିକୁ ବାହାରକୁ ବାହାର କଲେ l ବର୍ତମାନ ମହିଳାଙ୍କ ଗଳାରୁ ସାପ ବାହାରିବା ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରଲ ହୋଇଛି l

ଭିଡ଼ିଓଟିରେ ଦେଖା ଯାଇଛି ଯେ ସାପଟି ଯେମିତି ଧୀରେଧୀରେ ପଦାକୁ ବାହାରୁଛି ଡାକ୍ତରଖାନା କର୍ମଚାରୀ ସେହିପରି ପଛକୁ ହଟି ହଟି ଯାଉଛନ୍ତି l ମେଡିକାଲ କର୍ମୀମାନେ ଏହି ସାପଟିକୁ ଦେଖି ଭୟ ପାଇଯାଇଥିଲେ l ବର୍ତମାନ ସୁଦ୍ଧା ଜଣାପଡି ନାହିଁ ଯେ ଏହି ସାପଟି ମୃତ ନ ଜୀବିତ ଥିଲା l ସାପଟିକୁ ବାହାର କରାଯାଇ ଡାକ୍ତର ଖାନାର ଗୋଟିଏ ବାଲ୍ଟି ଭିତରେ ପକାଇ ଦିଆଯାଇଥିଲା l ଏହି ଘଟଣା ପରେ ରୁଷର ଦାଗେସ୍ତାନ ପ୍ରଶାସନ ଲୋକ ମାନଙ୍କୁ ଘର ବାହାରେ ଶୋଇବା ପାଇଁ ମନ କରି ଦେଇଛି ,କାରଣ ଏହି ସମୟରେ ସେଠାରେ ବହୁତ ସାପ ବାହାରିଥାନ୍ତି l

Govt
Leave A Reply