ଡେରାବିଶ, ସରକାର ପ୍ରବାସୀ ଶ୍ରମକଙ୍କ ଠାରୁ ଗ୍ରାମାଂଚଳରୁ ଲୋକମାନଙ୍କୁ ମହାମାରୀ କରୋନା ନ ବ୍ୟାପିବା ପାଇଁ ପ୍ରତି ପଂଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରମାନ ଖୋଲିଥିଲେ । ଏଠାରେ ପ୍ରବାସୀମାନେ ସରକାରଙ୍କ ନିୟମାନୁଯାୟୀ ୭ ରୁ ୨୧ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହି ଘରକୁ ଫେରୁଥିବା । ଏହି ଅସ୍ଥାୟୀ ଶିବିର ପାଇଁ ସରକାର ସରପଂଚଙ୍କ ହାତଖୋଲା ଖର୍ଚ୍ଚ ପାଇଁ ଅର୍ଥ ପ୍ରଦାନ କରିଥିଲେ । ରୋଗୀଙ୍କ ପାଇଁ ଖଟିଆ, ଗଦି, ବେଡ଼୍ସିଟ୍, ତକିଆ, ଡଷ୍ଟବିନ୍, ବ୍ରସ୍, ପେଷ୍ଟ, ସାବୁନ, ସାନିଟାଇଜର, ମାକ୍ସ ଏବଂ ଏଥିସହିତ ଏହି କେନ୍ଦ୍ରକୁ ନିରନ୍ତର ବିଜୁଳି ସେବା ଯୋଗାଇ ଦେବା ପାଇଁ ବିଦୁ୍ୟତ୍ ସଂଯୋଗ ଓ ବିଦୁ୍ୟତ୍ କଟିଗଲେ ବିକଳ୍ପ ଭାବେ ଇନ୍ଭରଟରର ବ୍ୟବସ୍ଥା କରାଯାଇଥିଲା ।
ଏହାଛଡ଼ା ସେମାନେ ଶୌଚ ହେବା ପାଇଁ ଶୌଚାଳୟ ଓ ପାନୀୟଜଳ ପାଇଁ ଆକ୍ୱାଗାର୍ଡ଼ ମଧ୍ୟ ଯୋଗାଇ ଦିଆଯାଇଥିଲା । ତେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ବନ୍ଦ ହେବା ପରେ ସରକାର ଯୋଗେଇ ଦେଇଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ଏହି ସରଞ୍ଜାମ ଗୁଡ଼ିକ ରକ୍ଷଣାବେକ୍ଷଣ କିପରି ହେବ ତାହାର ନିଦେ୍ର୍ଦଶ ନଥିଲା ।
ଏବେ ପ୍ରବାସୀଙ୍କ ଆସିବା ବନ୍ଦ ହେଲା ପରେ ପଂଚାୟତ ମାନଙ୍କରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ସରକାରଙ୍କ ନିଦେ୍ର୍ଦଶରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ତେବେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଖଟିଆକୁ ଅସାଧୁ କର୍ମଚାରୀମାନେ ବିକ୍ରିକରି ଅର୍ଥ ଆତ୍ମସାତ କରିବାକୁ ଉଦ୍ୟମ କରିବା ଘଟଣା ନଜରକୁ ଆସୁଛି । ଡେରାବିଶ ବ୍ଳକ ପଲେଇ ପଂଚାଂୟତ ଅନ୍ତର୍ଗତ ଅଢଙ୍ଗା ମଲ୍ଲିକେଶ୍ୱରପୁର ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟସେବା କେନ୍ଦ୍ରରୁ ଦାୟିତ୍ୱରେ ଥିବା ସଫେଇ କର୍ମଚାରୀ କେତୋଟି ଖଟିଆ ନିକଟସ୍ଥ ଗ୍ରାମରେ ବିଭିନ୍ନ ଲୋକଙ୍କ ବିକ୍ରିକରିଦେଇଥିବା ଖବର ନଜରକୁ ଆସିଆସିଥିଲା ।
ପରେ ପଂଚାୟତର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ସଫେଇ କର୍ମଚାରୀକୁ ପଚାରିବା ସହିତ ତାଙ୍କ ନାମରେ ଥାନାରେ ଏତଲା ଦେବାକୁ ଧମକ ଦେବାରୁ ସେ ଘଟଣାଟିକୁ ମାନି ଯାଇଥିଲା ଏବଂ ଭୟରେ ରାତାରାତି ସେ ଖଟିଆ ବିକିଥିବା ଲୋକଙ୍କ ଠାରୁ ସେଗୁଡ଼ିକୁ ଫେରାଇ ଆଣି ପୁନର୍ବାର ଜମା ଦେଇଥିଲା । ପ୍ରାୟ ପ୍ରତି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ସରକାରଙ୍କ ରାଜକୋଷରୁ ୫ ଳକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରାଯାଇ ରୋଗୀଙ୍କ ପାଇଁ କିଣାଯାଇଥିବା ସାମଗ୍ରୀ ଗୁଡ଼ିକର ରକ୍ଷଣା ବେକ୍ଷଣ ଦାୟିତ୍ୱ କୌଣସି ଦାୟିତ୍ୱ ସମ୍ପନ୍ନ ଅଧିକାରୀଙ୍କୁ ନ୍ୟସ୍ତ କରାନଗଲେ ଏଗୁଡ଼ିକ ଏହିପରି ସରକାରକା ମାଲ୍ ଦରିଆ ମେ ଡାଲ୍ ଭଳି ଉଭାନ୍ ହୋଇଯିବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକଟ କରିଛନ୍ତି ।