ଡେରାବିଶ, : କେନ୍ଦ୍ରାପଡ଼ା ବ୍ଲକ ଜମଧର ଗ୍ରାମର ନାରାୟଣୀ ଠାକୁରାଣୀ ମଣ୍ଡପରେ କେନ୍ଦ୍ରାପଡ଼ା ଜିଲ୍ଲାରେ +୨ କଳା ପରୀକ୍ଷାରେ ଟପ୍ପର ହୋଇଥିବା ଶୁଭମ୍ ବେହେରାଙ୍କୁ ନିଜ ଗ୍ରାମରେ ସମ୍ବର୍ଦ୍ଧିତ କରାଯାଇଛି । ଜମଧର ଗ୍ରାମର ଶ୍ରମଜୀବୀ ଯଶୋବନ୍ତ ବେହେରାଙ୍କର ଆର୍ଥିକ ସ୍ୱଚ୍ଛଳତା ନଥାଇଁ ନିଜ ପୁଅ ଶୁଭମ୍ଙ୍କୁ ଉଚ୍ଚଶିକ୍ଷା ଦେବାର ଅଭିଳାଷ ଓ ଆର୍ଥିକ ଅନାଟନ ସତ୍ୱେ ନିଜର ଆଗ୍ରହ ଓ ଉଦ୍ୟମ ଯୋଗୁ ଚଳିତ ବର୍ଷ କେନ୍ଦ୍ରାପଡ଼ା ଜୁନିୟର ମହାବିଦ୍ୟାଳୟରେ ଅଧ୍ୟୟନରତ ଶୁଭମ୍ ବେହେରା +୨ କଳା ପରିକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବାରୁ ନିଜ ଗ୍ରାମବାସୀଙ୍କ ତରଫରୁ ଗତକାଲି ସନ୍ଧ୍ୟାରେ ସମ୍ବର୍ଦ୍ଧିତ ହୋଇଥିଲେ ।
ଏହି ସମ୍ବର୍ଦ୍ଧନା ସଭାରେ ଶିକ୍ଷାବିତ୍ ବାନାମ୍ବର ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଶିକ୍ଷାବିତ୍ ଭଜକୃଷ୍ଣ ରାଉତ, ମୁଖ୍ୟବକ୍ତା ଭାବରେ କବି ଶୁଭ୍ରାଂଶୁ ଶେଖର ଦାସ, ସମ୍ମାନିତ ଅତିଥିଭାବରେ ସମାଜସେବୀ କାର୍ତିକ ଚରଣ ନାୟକ, ଆଇନଜୀବୀ ପ୍ରଦୀପ କୁମାର ଦାଶ, ଅଧ୍ୟାପକ ଅଶୋକ କୁମାର ଦାଶ, ପ୍ରଫୁଲ୍ଲ କୁମାର ଦାଶ, ଅଭିମନୁ୍ୟ ମହାନ୍ତି ପ୍ରମୁଖ ଯୋଗ ଦେଇ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର, ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ପ୍ରମୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ବୈଷ୍ଣବ ଚରଣ ଦାସ, ଗୌରାଙ୍ଗ ଚରଣ ଦାସ, ପ୍ରଫୁଲ୍ଲ କୁମାର ଦାସ, ସଞ୍ଜିତ କୁମାର ଦାସ, ରବିନ୍ଦ୍ରନାଥ ଦାସ ପ୍ରମୁଖ ପରିଚାଳନା କରିଥିଲେ ।