Odisha news

ଟ୍ରକ ପଛରେ ଆମ୍ବୁଲାନ୍ସ ଧକ୍କା, ଚାଳକ ଗୁରୁତର

0

ଡେରାବିଶ :  କଟକ ଚାନ୍ଦବାଲି ରାଜରାସ୍ତାର ଚାନେ୍ଦାଳ କଲେଜ ଛକ ନିକଟରେ ଆଜି ବଢ଼ିଭୋର ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛରେ ଆମ୍ବୁଲାନ୍ସ ପିଟିହେବା ଫଳରେ ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ଏହାର ଚଳକଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ କଟକରୁ ଏକ ଆମ୍ବୁଲାନ୍ସ ପଟ୍ଟାମୁଣ୍ଡାଇର ଏକ ଅଂଚଳକୁ ଜଣେ ରୋଗୀଙ୍କୁ କଟକରୁ ଆଣି ତାଙ୍କ ଘରେ ଛାଡ଼ି କଟକ ଫେରୁଥିଲେ ।

ଚାନେ୍ଦାଳ କଲେଜ ଛକ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକର ପଛପଟେ ଆମ୍ବୁଲାନ୍ସଟି ଖୁବ୍ଜୋରରେ ଧକ୍କା ଦେଇଥିବା ଯୋଗୁ ଆମ୍ବୁଲାନ୍ସର ଆଗ ଓ ଇଞ୍ଜିନ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଧକ୍କା ଶବ୍ଦ ଶୁଣି ସ୍ଥାନୀୟ ଯୁବକ ମାନେ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଗ୍ରସ୍ତ ଆମ୍ବୁଲାନ୍ସରୁ ଗୁରୁତର ଅବସ୍ଥାରେ ଚାଳକଙ୍କୁ ବହୁ କଷ୍ଟରେ ବାହାର କରିଥି ୧୦୮ ଆମ୍ବୁଲାନ୍ସ ସହାୟତାରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପରେ ଡେରାବିଶ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଗ୍ରସ୍ତ ଆମ୍ବୁଲାନ୍ସଟିକୁ ରାସ୍ତାରୁ ହଟାଇ ଯାନବାହାନ ଚଳାଚକୁ ସ୍ୱଭାବିକ କରିଥିଲେ । ତେବେ ଦୁର୍ଘଟଣା ଘଟିବା ପରେ ଟ୍ରକ ଡ୍ରାଇଭର ଟ୍ରକକୁ ନେଇ ସେଠାରୁ ପଳାଇଯାଇଥିବା ଜଣାପଡ଼ିଛି ।

Leave A Reply