ଅଭିନେତ୍ରୀ ଦୀପିକା ପାଦୁକୋନ୍ ଖୁବ୍ଶୀଘ୍ର ଶକୁନ ବାତ୍ରାଙ୍କ ଅନ୍ଟାଇଟଲ୍ଡ ପ୍ରୋଜେକଫରେ ନଜରକୁ ଆସିବେ । ସେପେଫମ୍ପର ୧୧ରେ ଫିଲ୍ମ ସୁଟିଂ ପାଇଁ ଗୋଆ ଯିବେ । ଏହାପୂର୍ବରୁ ଫିଲ୍ମ ବିଷୟରେ ଆଲୋଚନା କରି ଦୀପିକା କହିଥିଲେ ଫିଲ୍ମର ଶୈଳୀ ଘରୋଇ ଓ ଲୋକଙ୍କ ପ୍ରତି ଶକୁନର ବିଚାରଧାରା ଓ ସମ୍ପର୍କ ଯୋଗୁ ସେ ସେମାନଙ୍କ ସହ କାମ କରିବା ପାଇଁ ଉତ୍ସୁକ । ଲକ୍ଡାଉନ୍ରେ ଫିଲ୍ମ ପାଇଁ ପ୍ରସ୍ତୁତ ହେବାବେଳେ ଦୀପିକା କେତେକ ଅନ୍ଲାଇନ୍ ଯୋଗ ସେଶନ୍ରେ ଭାଗ ନେଇଥିଲେ । ନିର୍ମାତା ଫିଲ୍ମର ଅନ୍ୟ ବିବରଣୀ ଗୋପନୀୟ ରଖିଛନ୍ତି । ଏହି ଫିଲ୍ମ ସମେତ ଦୀପିକାଙ୍କ ପାଖରେ ‘ଇଣ୍ଟର୍ନ’ର ରିମେକ୍ ଓ ନାଗ ଅଶ୍ୱିନ ନିର୍ଦ୍ଦେଶିତ ପ୍ରଭାସଙ୍କ ସହ ଅନ୍ୟ ଏକ ଫିଲ୍ମ ଅଫର୍ ଅଛି ଯାହା ଏକ ବହୁଭାଷୀ ପ୍ରୋଜେକଫ । ସେ ‘ଦ୍ରୌପଦୀ’ରେ ବି ନଜରକୁ ଆସିବେ ।