ଆଜିଠୁ ଆରମ୍ଭ ହେଲା ଡିସେମ୍ବର ମାସ, ଏହି ମାସରେ ଜନ୍ମ ନେଇଥିବା ବ୍ୟକ୍ତିମାନେ ହୋଇ ଥାଆନ୍ତି ଖୁବ ପ୍ରଭାବଶାଳୀ ବ୍ୟକ୍ତିତ୍ୱର
ଯଦି କୌଣସି ବ୍ୟକ୍ତିର ଜନ୍ମ ମାସ ଜାଣିହୁଏ ତେବେ ତା ବିଷୟରେ ସଠିକ ତଥ୍ୟ ମଧ୍ୟ ଜାଣିହୁଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମାସରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କର କିଛିଟା ବିଶେଷ ସ୍ଵଭାଵ ର ହୋଇ ଥାଆନ୍ତି l ତେଣୁ ଏହି ଲୋକ ମାନଙ୍କ ସ୍ୱଭାବରେ ଅନେକ ଗୁଡିଏ ସାମଞ୍ଜସ୍ୟ ରହିଥାଏ l
ଆଜିଠୁ ଆରମ୍ଭ ହେଉଛି ଡିସେମ୍ବର ମାସ, ତେଣୁ ଆସନ୍ତୁ ଜାଣିବା ଡିସେମ୍ବର ମାସରେ ଜନ୍ମିତ ବ୍ୟକ୍ତିଙ୍କ ସ୍ଵଭାଵ କିଭଳି ହୋଇଥାଏ l
– ଡିସେମ୍ବର ମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟ ଓ ମଙ୍ଗଳ ଗ୍ରହ ଙ୍କ ପ୍ରଭାବ ଅଧିକ ମାତ୍ରାରେ ରହିଥାଏ ; ଏଭଳି ଲୋକ ସ୍ୱଭାବରେ ଖୁବ ମହତ୍ୱାକାଂକ୍ଷୀ ଓ କ୍ରୋଧୀ ହୋଇ ଥାଆନ୍ତି l ସୂର୍ଯ୍ୟଙ୍କ ପ୍ରଭାବ କାରଣରୁ ଏହି ମାସରେ ଜନ୍ମିତ ବ୍ୟକ୍ତି ଖୁବ ଆକର୍ଷଣୀୟ ସ୍ଵଭାଵ ଓ ବ୍ୟକ୍ତିତ୍ୱର ହୋଇ ଥାଆନ୍ତି l ଯାହାଦ୍ୱାରା ଲୋକେ ସେମାନଙ୍କ ପ୍ରତି ଖୁବ ଆକର୍ଷିତ ହୋଇ ଥାଆନ୍ତି l
– ଏହି ମାସରେ ଜନ୍ମିତ ବ୍ୟକ୍ତି କଥା କହିବାରେ ଖୁବ ଚପଳ ସ୍ୱଭାବର ଅଟନ୍ତି l ଏମାନେ ନିଜ କଥାରେ ଶତ୍ରୁ କୁ ମଧ୍ୟ ମିତ୍ର କରି ପାରନ୍ତି l ଏମାନଙ୍କ ମସ୍ତିସ୍କ ଖୁବ ପ୍ରଖର ଅଟେ, ହୃଦୟ ରୁ ଏମାନେ ଖୁବ ଦୟାଳୁ ଅଟନ୍ତି l କାହାରି ସହିତ ଶତ୍ରୁତା ଏମାନେ ପସନ୍ଦ କରନ୍ତି ନାହିଁ l
– ଏଭଳି ରହିଥାଏ ଏମାନଙ୍କ କ୍ୟାରିଅର –
ଯଦି କାର୍ଯ୍ୟ କ୍ଷେତ୍ର କଥା କହିବା ତେବେ ଏହି ମାସରେ ଜନ୍ମିତ ବ୍ୟକ୍ତି ଅଧିକ ପଢିବାକୁ ପସନ୍ଦ କରନ୍ତି ଓ ଦର୍ଶନ ବିଦ୍ୟାରେ ରୁଚି ରଖି ଥାଆନ୍ତି l ଶାରୀରିକ ପରିଶ୍ରମ କାର୍ଯ୍ୟ କରିବାକୁ ଏହି ମାସରେ ଜନ୍ମିତ ବ୍ୟକ୍ତି କଦାପି ପସନ୍ଦ କରନ୍ତି ନାହିଁ l ଏମାନେ ଯଥା ସମ୍ଭବ ଚେଷ୍ଟା କରନ୍ତି କଠିନ ପରିଶ୍ରମ ଠାରୁ ଦୁରେଇ ରହିବେ l କିନ୍ତୁ ଧନ ସଂଚୟ କରିବା ସ୍ୱଭାବର ଅଟନ୍ତି l
– କିଭଳି ରହିଥାଏ ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ –
ଏହି ମାସରେ ଜନ୍ମିତ ବ୍ୟକ୍ତି ନିଜ ସ୍ଵାଥ୍ୟ କୁ ନେଇ ଖୁବ ସଚେତନ l ବିଶେଷ ଭାବରେ ଏମାନେ ଅଧିକ ମାନସିକ ଚାପ ରେ ରହି ଥାଆନ୍ତି l ଖୁବ ଛୋଟ ଛୋଟ କଥାରେ ମାନସିକ ଚିନ୍ତାରେ ରହି ଥାଆନ୍ତି l କିନ୍ତୁ ସାମାନ୍ୟ ଥଣ୍ଡାରେ ସଂକ୍ରମିତ ରହି ଥାଆନ୍ତି l ନଚେତ ସମ୍ପୂର୍ଣ ଭାବରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଥାଏ l
– ଡିସେମ୍ବର ମାସରେ ଜନ୍ମିତ ବ୍ୟକ୍ତି ଙ୍କ ସ୍ଵଭାଵ ସାମାନ୍ୟ ଅହଂକାରୀ ହୋଇ ଥାଆନ୍ତି l ତେଣୁ କ୍ରୋଧ ଓ ଅହଂକାର କୁ ନିୟନ୍ତ୍ରଣ କରିବା ପାଇଁ ସୂର୍ଯ୍ୟ ଦେବ ଙ୍କୁ ନିୟମିତ ଅର୍ଘ୍ୟ ଦେବା ଆବଶ୍ୟକ l
– ଏହି ମାସରେ ଜନ୍ମିତ ବ୍ୟକ୍ତି ନିଜ ଅହଂକାର କୁ ନିୟନ୍ତ୍ରଣ ନକଲେ ହାତକୁ ଆସୁଥିବା କାର୍ଯ୍ୟ ମଧ୍ୟ ଖସି ଯାଇଥାଏ l