Odisha news

ପାଇଖାନା ଟାଙ୍କି ସେଟରିଂଗ ଖୋଲିଲା ବେଳେ ଶ୍ୱାସରୁଦ୍ଧ ହୋଇ ମିସ୍ତ୍ରୀ ମୃତ ୨ ଅଚେତ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଂଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟି ଶ୍ୱାସରୁଦ୍ଧ ଅବସ୍ଥାରେ ଜଣେ ମୃତ ଓ ଅନ୍ୟ ୨ ଜଣ ଶ୍ରମିକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିସôାଳୟ ରେ ଚିକିସôା ହେଉଥିବା ଜଣା ପଡିଛି । ସୋମବାର ଦିନ ପ୍ରାୟ ୧୧ଟା ସମୟରେ ସହର ର ବାଇପାସ ରୋଡ ଭାସ୍କର ଟକିଜ ନିକଟରେ ଏକ ନିର୍ମାଣଧିନ ପାଇଖାନା ଟାଙ୍କିରେ ଘଟିଥିବା ଜଣା ପଡିଛି ।

ସୂଚନା ମୁତାବକ ସହର ର ଆମ୍ବବାଡି ଗ୍ରାମର ୧୪ନଂ ୱାର୍ଡର ମିର୍ ସକୁରୁଦ୍ଦିନଙ୍କ ଏକ ପଡାଇଖାନା ଟାଙ୍କି ତିଆରି କରା ଯାଉଥିବା ବେଳେ କରୋନା କଟକଣା ପାଇଁ ୨ ମାସ ହେବ ବନ୍ଦ ରହିଥିଲା । ଟାଙ୍କିର ଢଳେଇ ସେଟରିଂଗ ଖୋଲିବା ପାଇଁ ଆମ୍ବବାଡି ଗ୍ରାମର ରାଜମିସ୍ତ୍ରୀ ସେକ ମୁନା ଓ ପୋଷ୍ଟ ଅଫିସ ଲେନ ର ସେକ ୱାସିମ ରୁଦ୍ଦିନ ଓ କଜଳା ଗ୍ରାମର ଟୁକୁ ବାସକେ ପ୍ରମୁଖ ୩ଜଣ ଶ୍ରମିକ ଟାଙ୍କି ଭିତରେ ପସି ସେଟରିଂଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ ଯାଇଥିଲେ । ତେବେ ୩ଜଣଙ୍କୁ ଅଗ୍ନିଶମ ବିଭାଗ ଗୁରୁତର ଅବସ୍ଥାରେ ମୁଖ୍ୟ ଚିକିସôାଳୟକୁ ନେଇ ଯାଇଥିଲେ । ସେଠାରେ ଡ଼ଃ ସେକ ମୁନାଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ଜଣ ମୁଖ୍ୟ ଚିକିସôାଳୟରେ ଚିକିସôିତ ହେଉଥିବା ଜଣା ପଡିଛି ।

Nalco

Leave A Reply