Odisha news

ଦଶରଥପୁରରେ ୩ଟି ସ୍ଥାନରେ ଘାଇ : ବୈତରଣୀର ୧୨୦ ଫୁଟର ଘାଇ, କାଣୀରେ ନୂଆଶାସନ ଠାରେ ୧୦୦ ଫୁଟର ଏବଂ କଣ୍ଟପଡାର ୭୦ ଫୁଟର ଘାଇ , ଦତ୍ତରପୁରକୁ ଯୋଗାଯୋଗ ବିଚ୍ଛିନ୍ନ

0

ଦଶରଥପୁର  : ବୈତରଣୀ ନଦୀର ବନ୍ୟା ଆସିବା ଫଳରେ ଦଶରଥପୁର ବ୍ଲକରେ ୩ଟି ଘାଇ ସୃଷ୍ଟି ହୋଇଛି । ବୈତରଣୀନଦୀ ଡାହାଣ ପାଶ୍ୱର୍ରେ ଦତ୍ତପୁର ଗାଁ ମଝିରେ ୧୨୦ ଫୁଟର ଏକ ବିରାଟ ଘାଇ ହୋଇଛି । ସେହିପରି କାଣିନଦୀ ଡାହାଣ ପାଶ୍ୱର୍ରେ କଷପା ପଂଚାୟତ ନୂଆ ଶାସନ ଠାରେ ୧୦୦ ଫୁଟର ଘାଇ ଏବଂ ଦୁଦୁରାଅଣ୍ଟା ପଂଚାୟତ କଣ୍ଟପଡା ଠାରେ ୭୦ ଫୁଟର ଘାଇ ହୋଇଯାଇଛି । ଫଳରେ ବ୍ଲକର ଅଧିକାଂଶ ପଂଚାୟତ ଜଳମଗ୍ନ ହୋଇଯାଇଛି ।

ପ୍ରାୟ ୧୦ ହଜାର ହେକ୍ଟରରୁ ଅଧିକ ଚାଷଜିମିରେ ବନ୍ୟା ଜଳ ମାଡିଯାଇଛି । ଘାଇହୋଇଥିବା ଦତ୍ତପୁର ଗାଁରେ ବହୁ କଚ୍ଚାଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିବାବେଳେ ଦେୱାନିପାଟଣା, ନରଣପୁର, ଦତ୍ତପୁର, ଅର୍ଦ୍ଦାଉଳିଆ, ଗୁଡିଆପାଟଣା, ବାଲିପାଟଣା ଆଦି ଗାଁରେ ସମ୍ପୂର୍ଣ୍ଣ ଜଳ ବନ୍ଦି ହୋଇ ରହିଛି । ଏଣୁ ଏହି ଗାଁମାନଙ୍କରେ ମଧ୍ୟ ବହୁ କଚ୍ଚା ଘର ଘାଙ୍ଗି ପଡିଛି । ଅର୍ଦ୍ଦାଉଳିଆ ଠାରୁ ଦତ୍ତପୁର ଆରଏଣ୍ଡବି ରାସ୍ତା ବୁଡି ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ଦତ୍ତପୁର- ବାଲିପାଟଣା ମୁଖ୍ୟରାସ୍ତା ଆରଏଣ୍ଡବି ରାସ୍ତାରେ ହୋଇଥିବା ପୋଲରେ ବନ୍ୟାଜଳ ନିଷ୍କସନ ହୋଇପାରୁନଥିବାରୁ ବହୁ କଚ୍ଚାଘର ଭାଙ୍ଗିବାସହିତ ଘରେ ପାଣି ପଶିଯାଇଥିଲା । ଏଣୁ ଏହି ରାସ୍ତାଟିକୁ କାଟିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଏବଂ ସରକାରୀ ଦଳ ମୁଖ୍ୟ ଶଚେତକ ପ୍ରମିଳା ମଲ୍ଲିକଙ୍କୁ କହିଥିଲେ । ମାତ୍ର ରାସ୍ତା ନକାଟିବାକୁ ବିଧାୟିକା ତାଗିତ କରିବାରୁ ଗାଁକୁ ଉତେକ୍ତ ହୋଇ ପାଟିତୁଣ୍ଡ କରିଥିଲେ । ଗାଁ କୁ ବେସି ପାଣି ମାଡିଯାଉଥିବାରୁ ଜୋରଜବରଦସ୍ତ ଏକ ଜେସିବି ଡାକି ରାସ୍ତାଟିକୁ କାଟିଦିଆଯାଇଥିଲେ ।

ବନ୍ୟା ଜଳରେ ବ୍ଲକର ତରପଦା, କଷପା, ମଲ୍ଲିକାପୁର, ଦୁଦୁରାଅନ୍ତା, ଦତ୍ତପୁର, ଶୁଶୁଆ, ମଂଗଳପୁର, ନିଜାମପୁର, କୟାଁ, କମାରଡିହି, ଖାନନଗର, ଥାଲକୁଡି, ବିରିପଟା, ଜାଫରପୁର, ପାଲଟପୁର ଆଦି ପଂଚାୟତ ଜଳମଗ୍ନ ହୋଇଯାଇଛି । ଅନ୍ୟପକ୍ଷରେ ଗୁଡିଆପାଟଣା ଠାରୁ ଶାସନ ପର୍ଯ୍ୟନ୍ତ ବୈତରଣୀର ଡାହାଣ ପାଶଯର୍ବରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ନଦୀ ବନ୍ଧ ଧସିଯାଇଛି । ଫଳରେ ବନ୍ଧଟି ଆଁ କରିଯାଇଛି । ଏହାକୁ ଲୁଚାଇବାପାଇଁ ବିଭାଗ ପକ୍ଷରୁ ଫାଟରେ ମାଟି ପକାଇଦିଆଯାଇଛି । କଷାପା ପଂଚାୟତ ପଂଚାପଡା ଠାରୁ ନୂଆଶାସନ ଆରଡି ରାସ୍ତାରେ ୩ ଫଟୁର ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ମଂଗଳପୁର- ବଡକୁଆଁଲ ଆରଡି ରାସ୍ତା , କୟାଁ- ଗୁଣଣ୍ଠୁଣିପଡା ରାସ୍ତା ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ଫଠରେ ଯୋଗେଯାଗ ବିଚ୍ଛିନ୍ନ ହୋଇଯାଇଛି । ବୈତରଣୀରେ ଏବେବି ବିପଦ ଶଂକେତର ୨ ମିଟର ଉପରେ ବନ୍ୟାଜଳ ର୍ପ୍ରବାହିତ ହେଉଛି ।

ପାର୍ଶ ଦଶରଥପୁର ବ୍ଲକ କଷପା ପଂଚାୟତ ପଲ୍ଲାସାହି ଠାରେ ୧୦୦ ଫୁଟର ନଦୀ ବନ୍ଧ ନଦୀ ଗର୍ଭକୁ ଧସିଯାଇଛି । ଗାଁର ରାଧାଶ୍ୟାମ ଜେନା ଓ ଭାଗିରଥି ରାଉତଙଗକ ଘର ସମ୍ମୁଖରେ ବନ୍ଧଟି ଧସିଛି । ଏଣୁ ନଦୀରେ ତିବ୍ରଗତିରେ ଜଳସ୍ତର ବଢିବାରୁ ସମସଗ୍ର ଗାଁରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବôତରଣୀ ନଦୀର ଦଶରଥପୁର ଠାରେ ବିପଦ ଶଂକେତ ୯.୫୨ ମିଟର ରହିଥିବାବେଳେ ସଂଧ୍ୟା ୭ ଘଟିକା ସୁଧା ୧୧ ମିଟର ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ କାଣି ନଦୀରେ ବିପଦ ଶଂକେତ ୯.୫ ରହିଥିବାବେଳେ ୧୦.୫୦ ରହିଛି । ପାଲ୍ଲାସାହି ଠାରେ ବନ୍ଧ ଧସିବାରୁ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବଲା ପୋତାଯାଇ ବାଲିବସ୍ତା ପକାଯାଇଛି ।

ଅନ୍ୟପକ୍ଷରେ କାଣିନଦୀ କଣ୍ଟପଡା ଠାରେ ପୂର୍ବରୁ ହୋଇଥିବା ଘାଇ ମୁକୁଳା ରହିଥିବାରୁ ଆସୁଥିବା ବନ୍ୟାଜଳ ଘାଇ ଦେଇ ପ୍ରବାହିତ ହେଉଛି । ଫଳରେ ଆହୁରି ଅଧିକ ପାଣି ଜମି ଗାଁରେ ପଶିବାକୁ ଲାଗିଲାଣି । ଏଥିନେଇ ଜିଲ୍ଲପାଳ ରଂଜନ କୁମାର ଦାସ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଏସପି ଚରଣ ସିଂ ମୀନା, ବିଡିଓ ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ସୌଭାଗ୍ୟ କୁମାର ବେହେରା, ଜଳସମ୍ପଦ ନିର୍ବାହି ଅଧିକାରୀ ଧନେଶ୍ୱର ସାମଲ, ରାଜସ୍ୱ ବିଭାଗ ଏଡିଏମ ଅକ୍ଷୟ କୁମାର ମଲ୍ଲିକ, ଜେଇ ଧିରେନ କୁମାର ପାଣି ପ୍ରମୁଖ ବିଭିନ୍ନ ନଦୀବନ୍ଧ, ଚାଷଜମି ଆଦି ବୁଲି ଦେଖିଥିଲେ । ବନ୍ୟା ମୁକାବିଲା ପାଇଁ ଓଡ୍ରାଫର ଏକ ଟିମ ବ୍ଲକରେ ପହଂଚିଥିବାବେଳେ ବ୍ଲକ ପକ୍ଷରୁ ଏକ କଣ୍ଟ୍ରଲ ରୁମ ଖୋଲାଯାଇଥିବା ବିଡିଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲଞ୍ଚ ଡ୍ରାଇଭର ଓ ଖଲାସିମାନଙ୍କୁ ଦଶରଥପୁର ବ୍ଲକ ପଠାଯାଇଛି ।

 

Leave A Reply