Odisha news

ଦଶରଥଥପୁର : ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ସରପଂଚଙ୍କୁ ମାଡ, ଥାନାରେ ଅଭିଯୋଗ

0

ଦଶରଥଥପୁର  : ଗୁରୁବାର ଦଶରଥପୁର ବ୍ଲକ କାର୍ଯ୍ୟାଳୟ ଭିତରେ ଜଣେ ସରପଂଚଙ୍କୁ ଅସାମାଜିକ ଯୁବକ ମାଡ  ମାରିଥିବା ମଂଗଳପୁର ଥାନାରେ ଲିଖିତ ଅଭିଯୋଗ  ହୋଇଛି । ଏଥିନେଇ ୨ଟି ପୃଥକ ପୃଥକ ଅଭିଯୋଗ ଥାନାରେ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ଭିତରେ ଘଟଣା ଘଟିଥିବାରୁ ବିଡିଓ ନାରାୟଣ ଚନ୍ଦ୍ର ନାୟକ ଅଭିଯୋଗ କରିଥିବାବେଳେ ମାଡ ଖାଇଥିବା ତଳିହା ସରପଂଚ ପ୍ରତାପ ଜେନା(ଟିଟୁ) ମଧ୍ୟ ଅଭିଯୋଗ କରିଛନ୍ତି । ଏଣୁ ମଂଗଳପୁର ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନାନୁସାରେ ଗୁରୁବାର  ଅପରାହ୍ନ ୫ଟା ସମୟରେ ତଳିହା ସରପଂଚ ଟିଟୁ ଜେନା କରୋନା ସଂଘରୋଧ କେନ୍ଦ୍ର ପରିଚାଳନା ପାଇଁ ଟଙ୍କା ପ୍ରଦାନ ସମ୍ପର୍କରେ ବ୍ଲକକୁ ଆଲୋଚନା ପାଇଁ ଯାଇଥିଲେ । ଏହି ସମୟରେ ମୁଖ୍ୟ କିରାଣିଙ୍କ କାର୍ଯ୍ୟାଳୟ ଭିତରେ ଦଶରଥପୁର ପଂଚାୟତ ମଲ୍ଲିପୁର ଗ୍ରାମର ଗୌତମ ମ୍ଲଲିକ ନାମକ ଜଣେ ଅସାମାଜିକ ଯୁବକ ପଶି ବିଡିଓଙ୍କ ସମ୍ପର୍କରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ ।

ଟିଟୁ ଜେନା ଗୌତମ ମଲ୍ଲିକଙ୍କ ଆଡକୁ ଅନାଇଥିଲେ । ଏଣୁ ଟିଟୁ ଜେନାକୁ କାହିକି ଅନାଇଲୁ ବୋଲି କହି ଗାଳିଗୁଲଜ ଦେବା ଆରମ୍ଭକରିଦେଇଥିଲେ । ପ୍ରତିବାଦକରିବାକୁ ଗୌତମ ମଲ୍ଲିକ ପଦାକୁ ବାହାରି ଆସି ଏକ ଗଛର ଡାଲ ଭାଙ୍ଗି ନେଇ ପୁନଶ୍ଚ ମୁଖ୍ୟ କିରାଣୀଙ୍କ କାର୍ଯ୍ୟାଳୟକୁ ପଶି ଟିଟୁ ଜେନା ବସିଥିବା ଅବସ୍ଥାରେ ପିଟି ଚାଲିଥିଲେ । ନିକଟରେ ଥିବା  ଏବିଡିଓ ଗୌତମକୁପଦାକୁ ବାହାରକରି କବାଟ ଦେଇଦେଇଥିଲେ । କବାଟକୁ  ଗୋଇଠା, ଠେଲାପେଲା କରିବା ସହିତ ଗାଳିଗୁଲଜ ଦେଇ ଚାଲିଯାଇଥିଲେ । ମାତ୍ରକିଛି ସମୟପରେ ପଂଚାୟତ ସମିତି ଉପାଧ୍ୟକ୍ଷ ବ୍ଲକରେ ପହଂଚି କବାଟ ଖୋଲି ଘଟଣାସମ୍ପର୍କରେ ପଚାରିବୁଝିଥିଲେ । ବିଡିଓ ନାରାୟଣ ଚନ୍ଦ୍ର ନାୟକ,ପଂଚାୟତ ସମିତି ଅଧ୍ୟକ୍ଷ ସୁଜାତା ସାହୁ, ଉପାଧ୍ୟକ୍ଷ ରଂଜନ ପୃଷ୍ଟି, ମଂଗଳପୁର ସରପଂଚ ଶିଶିର ଧଳ, ଥାଲକୁଡି ସରଂପଚ ଆନନ୍ଦ ଚନ୍ଦ୍ର ବାରିକଙ୍କ ସମେତ ବହୁ ନେତା ଘଟଣା ସମ୍ପର୍କରେ ଆଲୋଚନା ପରେ ୨ଟି ପୃଥକପୃଥକ ଅଭିଯୋଗ ମଂଗଳପୁର ଥାନା ଅଧିକାରୀ ଅସିତରଂଜନ ମହାନ୍ତିଙ୍କୁ ପ୍ରଦାନ କରିଥିଲେ । ସୂଚନାଥାଉକି ଗୌତମଙ୍କ ନାମରେ ପୂର୍ବରୁ ଥାନାରେ ୫/୬ଟି ମାମଲା ରୁଜୁ ହୋଇଛି ।

Nalco
Leave A Reply