ଦଶରଥପୁର : ଦଶରଥପୁର ବ୍ଲକରେ କରୋନାରେ ଏଯାବତ ୪୩୬ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ଯାହାକି ଜିଲ୍ଲାରେ ଅନ୍ୟ ବ୍ଲକ ତୁଳନାରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି ୨୨ ଜଣ ଆକ୍ରାନ୍ତ ହୋଇଥିଲେ । ଆଜି ମଂଗଳପୁର ଥାନାର ଜଣେ କନେଷ୍ଟବଲ ଆକ୍ରାନ୍ତ ହୋଇଥିବାବେଳେ ତାଙ୍କ ପରିବାରର ୪ ସଦସ୍ୟ ଆକ୍ରାନ୍ତ ହୋଇଛନ୍ତି । ଥାଲକୁଡି ଗ୍ରାମରେ ୧୦ ଜଣ, ପାଲଟପୁର ପଂଚାୟତ ବିନ୍ଧାନନ୍ଦିପୁର ଗ୍ରାମର ୨, କୂଳସାହିର ୩, ରାମବାଗ ରିଜୋନାଲ କଲେଜ ସଂଘରୋଧ କେନ୍ଦ୍ରରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି ।
ସେହିପରି ଗତକାଲି ଗ୍ରାମନନ୍ଦିପୁର ପଂଚାୟତ ମନ୍ଦାରଖଣ୍ଡ ଗ୍ରାମର ଗୋଟିଏ ପରିବାରର ୪ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଏହି ପରିବାରଟି କାଳିଆପାଣି ଠାରେ ରହୁଛନ୍ତି । ଅନ୍ୟପକ୍ଷରେ ୬ ଜଣ କରୋନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଂଗଳପୁର ଥାନାର ୨ ଜଣ କନେଷ୍ଟବଳ (ଜଣେ ମହିଳା, ଜଣେ ପୁରୁଷ), ଦଶରଥପୁର(୨) ସେଣ୍ଟର ଆଶାକର୍ମୀ, ଦଶରଥପୁର(୪) ସେଣ୍ଟରର ସହାୟିକା, ଡାହାଣହତା ଅଙ୍ଗନୱାଡି କର୍ମୀ,କଟିକଟା ହିରାପୁରର ଆଶା କର୍ମୀ କରୋନାରେ ଆକ୍ରାନ୍ତ ହୋଇଥିବା ମଂଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ଉମାକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି । ମଂଗଳପୁର ଥାନାରେ ୨ ଜଣ କନେଷ୍ଟବଲଙ୍କୁ ଆକ୍ରାନ୍ତ ହୋଇଥିବାରୁ ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଆଜି ର୍ୟାପିଡ ଟେଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଥାନାକୁ ସାନିଟାଇଜର ମଧ୍ୟ କରାଯାଇଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଥାନର ଆକ୍ରାନ୍ତ ହୋଇଥିବା କନେଷ୍ଟବଲ ଜଣକ ବିରଜାପୁର ଗ୍ରାମ ତାଙ୍କ ଘରେ ରହୁଥିବାବେଳେ ମହିଲା ଜଣକ ମଂଗଳପୁର ମହିଳା ମହାବିଦ୍ୟାଳ ନିକଟରେ ରହୁଛନ୍ତି । ସେହିପରି ଆଜି ଚାଲିଥିବା ର୍ୟାପିଟଟେଷ୍ଟରେ ପୁଣି ୧୨ ଜଣ ବାହାରିଛନ୍ତି । ଡାହାଣହତା ଅଙ୍ଗନୱାଡି କର୍ମୀଙ୍କ ପୁଅ ଏବଂ ଜଣେ ସମ୍ପର୍କିୟ , କନିକାପଡା ପଂଚାୟତ ଓଳସାହି ଗ୍ରାମରେ ୫ ଜଣ ମଧ୍ୟରେ ଜଣେ ଲୋକପ୍ରତିନିଧିଙ୍କ ବାପା, ମଂଗଳପୁରରେଏ ସେଲୁନ କରିଥିବା ଜଣେ ବାରିକ ଏବଂ ତାଙ୍କ ପୁତୁରା, କଲେଜ ଛକର ଜଣେ ପାନ ଦୋକାନୀ ଏବଂ ନରଣପାଟ ଗ୍ରାମର ଗୋଟିଏ ପରିବାରରେ ୪ ଜଣ ସଦସ୍ୟଙ୍କୁ ମଧ୍ୟ କରୋନା ଆକ୍ରାନ୍ତ ହୋଇଛି । ମାତ୍ର ମଂଗଳପୁର ବଜାରରେ ସେଲୁନ କରିଥିବା ବ୍ୟକ୍ତି ଜଣକ ଆକ୍ରାନ୍ତ ହୋଇଥିବାବେଳେ ବଜାରର ବହୁ ବ୍ୟକ୍ତି ଖେର ହୋଇଥିଲେ । ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଅଂଚଳବାସୀ ଭୟଭିତ ହୋଇପଡିଛନ୍ତି ।