Odisha news

ଗାଡି ଅଟକାଇ ଟଙ୍କା ଓ ମୋବାଇଲ ଛଡାଇନେବା ଘଟଣା : ୪ ଯୁବକ କୋର୍ଟ ଚାଲାଣ

0

ଦଶରଥପୁର : ମଂଗଳପୁର  ଥାନା ଅଧିନସ୍ଥ କୟାଁଗୋଲା  ପୋଲ ଉପରେ ଗାଡିଚାଳକଙ୍କ ଠାରୁ ଟଙ୍କା ଓ ମୋବାଇଲ ଛଡାଇନେଇଯାଇଥିଲେ । ଏହି  ଘଟଣାରେ ଚାଳକ ପାଣିକୋଇଲି ଥାନା ଅଧନସ୍ଥ ମାଧପୁର ଗ୍ରାମର ଗୌତମ ଦାସ ଥାନାରେ  ଅଭିଯୋଗ କରିଥିଲେ  । ଏଥିନେଇ ଥାନା ପକ୍ଷରୁ ୩୦୫/୨୦ରେ ଦଫା  ୩୯୪ରେ  ମାମଲା ରୁଜୁ କରି  ୪ଜଣ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସେମାନେହେଲେ କୟାଁ ପଂଚାୟତ ଇଚ୍ଛାପୁର ଗ୍ରାମର ନରୋତ୍ତମ ନାୟକ, ମାନସ ପଲାଇ, ସିପୁ ସାହାଣି, ଅଭିମନୁ୍ୟ  ସାହାଣି  ।  ସୂଚନାଥାକି ଗତ ୨୩  ତାରିଖ ଦିନ ପାଣିକୋଇଲିସ୍ଥ ମାଧପୁରର  ଏକ ୪୦୭ ଗାଡି ଇଟ୍ଟା ବିକ୍ରି କରି  ଫେରୁଥିବା ସମୟରେ କୟାଁ ପୋଲ ଉପରେ ଚାଳକ ଗୌତମଙ୍କ ପାଖରୁ ଗାଡି ଚାବି ଛଡାଇନେବା ସହିତ  ୧୨ହଜାର ୪୦୦ଟଙ୍କା ଏବଂ  ମୋବାଇଲ   ନେଇ ଫେରାର ହୋଇଯାଇଥିଲେ  ।

Nalco
Leave A Reply