ଦଶରଥପୁର : ଦଶରଥପୁର ବ୍ଲକରେ କରୋନାରେ ଏଯାବତ ୨୫୫ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ଯାହାକି ଜିଲ୍ଲାରେ ଅନ୍ୟ ବ୍ଲକ ତୁଳନାରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ ୨୪୩ ରହିଥିବାବେଳେ ଆଜି ବ୍ଲକ ଅଂଚଳରେ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ମଧ୍ୟରୁ ୧୦ ସଂଘରୋଧ କେନ୍ଦ୍ରରେ ରହିଥିବାବେଳେ ୨ ଜଣ ଲୋକାଲରେ ଥିବା ଜଣାପଡିଛି ।
ଅନ୍ୟପକ୍ଷରେ ଏହିବ୍ଲକରେ ୨୦୦ରୁ ଅଧିକ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତ ହୋଇଥିବା ୧୨ ଜଣ ବ୍ୟକ୍ତିମାନେ କଲିକତାରୁ ୬, ତେଲେଙ୍ଗାନାରୁ୨, କର୍ଣ୍ଣାଟକରୁ ୧, ତାମିଲନାଡୁରୁ ୧ ଫେରିଛନ୍ତି । ଆକ୍ରାନ୍ତମାନେ ଥାଲକୁଡିସ୍ଥ ବିଜୁ କଲ୍ୟାଣ ମଣ୍ଡପ ସଂଘରୋଧ କେନ୍ଦ୍ରରୁ ୫, ପାଲଟପୁର ବିଦ୍ୟାଳୟରୁ ୨, ଓଡେଇ ବିଦ୍ୟାଳୟରୁ ୨, କସ୍ତୁରବା କନ୍ୟାଶ୍ରମରୁ ୧ ଏବଂ ହୋମ କ୍ୱାରେଣ୍ଟାଇନରେ ୨ ଜଣ ଥିଲେ ।
