Odisha news

ସରିଲା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

0

ଦଶପଲ୍ଲା ୨୧/୧୦ : ମହାମାରୀ କରୋନା ପାଇଁ ଦୁଇବର୍ଷ ଧରି ବନ୍ଦ ଥିବା ବିଦ୍ୟାଳୟ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ‘ ଚଳିତ ବର୍ଷ ଅନୁଷ୍ଠିତ ହେଉଛି। ଦଶପଲ୍ଲା ବ୍ଲକ୍ ରେ ଏହି ଶିଶୁ ମହୋତ୍ସବ ‘ସୁରଭି ‘ ଶୁକ୍ରୁବାର ଦିନ କ୍ଲଷ୍ଟର ସ୍ତରରେ ଶେଷ ହୋଇଛି । ଦଶପଲ୍ଲା ବ୍ଲକ ଶିକ୍ଷ୍ୟା ଅଧିକାରୀ ଙ୍କ ଅଧୀନରେ ଥିବା ୧୩ ଟି କ୍ଲଷ୍ଟର ରେ ଏହି ଶିଶୁ ମହୋତ୍ସବ ‘ସୁରଭି’ ଶେଷ ହୋଇଛି । ସୁରଭି ମହୋତ୍ସବ ରେ ଦୁଇଟି ଗ୍ରୁପ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଚତୁର୍ଥ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଜୁନିଅର ଗ୍ରୁପ୍ ରେ ଅଂଶ ଗ୍ରହଣ କରିଥିବା ବେଳେ ଅଷ୍ଟମ ରୁ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ସିନିୟର୍ ଗ୍ରୁପ୍ ରେ ଅଂଶ ଗ୍ରହଣ କରିଥିଲେ । ଜୁନିଅର ଗ୍ରୁପ୍ ରେ ସାତଟି ବିଷୟ ରେ ପ୍ରତିଯୋଗିତା କରାଯାଇଥିବା ବେଳେ ସିନିୟର୍ ଗ୍ରୁପ୍ ରେ ୧୦ ଟି ବିଷୟ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦଳଗତ ସାଂସ୍କୃତିକ କାର୍ଯକ୍ରମ ଓ ମଧ୍ୟାହ୍ନ ଭୋଜନ କ୍ରାଫ୍ଟ ପ୍ରତିଯୋଗିତା ରେ ଉଭୟ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ବିଶେଷ ଭାବେ ଜଗାପୁର କ୍ଲଷ୍ଟର ରେ ଏହି ଶିଶୁମହୋତ୍ସବ ସୁରଭି ବହୁ ଧୁମ୍ ଧାମ ରେ ପାଳିତ ହୋଇ ଯାଇଛି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତେଣ୍ଡାବାଡ଼ି, ଠାରେ ଅନୁଷ୍ଠିତ ଏହି ଶିଶୁ ମହୋତ୍ସବ ‘ସୁରଭି ‘ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିଦ୍ ପୂର୍ବତନ ବି ଆର ସି ସି ପ୍ରଫୁଲ୍ଲ କୁମାର ବାରିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଏବିଓ ରାଜେନ୍ଦ୍ର କୁମାର ଖଟେଇ,ମୁଖ୍ୟବକ୍ତା ତେଣ୍ଡାବାଡି ଉଚ୍ଚବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ସ୍ୱପ୍ନେଶ୍ୱର୍ ସାହୁ, ସି ଆର ସି ସି ସରୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ପଟ୍ଟନାୟକ ସଭାପତିତ୍ଵ କରିଥିବା ବେଳେ ଆଲୋକ ସେନାପତି ଧନ୍ୟବାଦ୍ ଅର୍ପଣ କରିଥିଲେ

Govt
Leave A Reply