ଟଙ୍କା ନ ଦେଇ ନେଇଗଲେ ଚାଷୀଙ୍କ ଜମି : ଏକଜୁକେଟିଭି ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ହେଲା ରେଳ ଲାଇନ ଜମି ଅଧିଗ୍ରହଣ
ଦଶପଲ୍ଲା୨୨/୧ : ଖୋର୍ଧା- ବଲାଙ୍ଗୀର ପାଇଁ ଜମି ଅଧିଗ୍ରହଣ ଚାଲିଥିବା ବେଳେ ଜମି ମାଲିକ ଙ୍କୁ ଟଙ୍କା ନ ଦେଇ ଜମି ଅଧିଗ୍ରହଣ କରାଯାଉଥିବା ଅଭିଯୋଗ ହେଉଛି । ଏହାକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଜମି ଅଧିଗ୍ରହଣ ପାଇଁ ନିଯୁକ୍ତ ଭୁ-ଅର୍ଜନ ମଣ୍ଡଳ ଅଧିକାରୀ ଙ୍କ ଦବଙ୍ଗଗିରି କୁ ନେଇ ଜମି ମାଲିକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଶନିବାର ଦିନ ଭୁ-ଅର୍ଜନ ମଣ୍ଡଳ ଅଧିକାରୀ, ଏକଜୁକେଟିଭି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଓ ପୋଲିସ କୁ ନେ଼ଇ ଜମି ଅଧିଗ୍ରହଣ କରୁଥିବା ସମୟରେ ବିବାଦ ଦେଖା ଦେଇଛି । ସୂଚନା ଯୋଗ୍ୟଯେ, ଶାଳିଆ ଗୋଛା ମୌଜ଼ା ରେ ରହିଛି ରଙ୍ଗମାଟିଆ ଗ୍ରାମର ଯୋଗେନ୍ଦ୍ର ବେହେରା ଙ୍କର ଏ୦.୪୯ଡ଼ିସିମିଲ ଜାଗା । ଏହି ଜାଗାକୁ ସେ ପଞ୍ଚୁ ମଳିକ ଓ ଭଗବାନ ମଳିକ ଙ୍କ ନାମରେ ଥିବା ଖାତା ନଂ-୪୨ ପ୍ଲଟନଂ-୪୯୩ ଏରିଆ-ଏ୦.୭୫ ଡ଼ିସିମିଲ ରୁ କିଣିଥିଲେ। ଉଭୟ ପଞ୍ଚୁ ଓ ଭଗବାନ ଅନୁସୂଚିତ ଜନଜାତି ର ଲୋକ ହୋଇଥିବାରୁ ନୟାଗଡ଼ ଉପଜିଲ୍ଲାପାଳ ଙ୍କ କୋର୍ଟ ରୁ ମିସକେଶ ନଂ ୫୬/୮୮ ରେ ଅନୁମତି ଆଣି ଏହି ଜାଗା ମଧ୍ୟରୁ ଏ୦.୪୯ ଡିସି ମିଲ ଜାଗା ପଞ୍ଚୁ,ଯୋଗେନ୍ଦ୍ର ଙ୍କୁ ବିକ୍ରୟ କରିଥିବାବେଳେ ଭଗବାନ ଏଥିରେ ମଞ୍ଜୁର ପ୍ରଦାନ କରିଥିଲେ ପରେ ଦଶପଲ୍ଲା ତହସିଲ ଅଫିସ ରେ ଦାଖଲ ଖାରଜ ମୋକଦମା ନଂ୫୮୫/୯୦ ରେ ରେକର୍ଡ ସଂଶୋଧନ ହୋଇ ଯୋଗେନ୍ଦ୍ର ଙ୍କ ନାମରେ ରେକର୍ଡ ହୋଇଥିବା ବେଳେ ୧୯୯୦ ମସିହାରୁ ସେହି ଜାଗାକୁ ଯୋଗେନ୍ଦ୍ର ଭୋଗ କରି ଆସୁଛନ୍ତି । ମାତ୍ର ଏହି ଜାଗା ଦେଇ ରେଳ ଲାଇନ ଯାଉଥିବା ଯୋଗେନ୍ଦ୍ର ଶୁଣି ଆସୁଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରଶାସନିକ ପତ୍ର ବିନିମୟ କରାଯାଇନଥିଲା । ମାତ୍ର ଗତ ଅଗଷ୍ଟ ମାସରେ ଯୋଗେନ୍ଦ୍ର ଙ୍କ ଜାଗାରେ ରେଳ ଲାଇନ ନେଇଥିବା ଠିକା ସଂସ୍ଥା ମାଟି ପକାଇବାରୁ ଯୋଗେନ୍ଦ୍ର ଏହାକୁ ବିରୋଧ କରିଥିଲେ । ଫଳରେ ଗତ ୮.୯.୨୦୨୧ ରିଖରେ ଭୁ- ଅର୍ଜନ ମଣ୍ଡଳ ଅଧିକାରୀ ନୟାଗଡ ଶୁଣାଣି ପାଇଁ ଯୋଗେନ୍ଦ୍ର ବେହେରା ଙ୍କ ସମେତ ଭଗବାନ ମଳିକ ଙ୍କ ଉତ୍ତରାଧିକାରୀ ଙ୍କୁ ନୟାଗଡ ଡକାଇ ତୁମ ଜାଗାରେ ରେଳ ଲାଇନ ଯାଉଛି ଯୋଗେନ୍ଦ୍ର ତମେ କାହିଁକି ମାଟି ପକାଇବାକୁ ବିରୋଧ କଲ ବୋଲି ପ୍ରଶ୍ନ କରିଥିବା ବେଳେ ଭୁ ଅର୍ଜନ ଅଡିକାରୀ ଯୋଗେନ୍ଦ୍ର ଙ୍କୁ ନାଲି ଆଖି ଦେଖାଇଥିଲେ । ପରବର୍ତୀ ସମୟ ରେ ଶାଳୀଆଗୋଛା କ୍ୟାମ୍ପ ରେ ଯୋଗେନ୍ଦ୍ର ପହଂଚି ତାଙ୍କ ଅଭିଯୋଗ କରିଥିଲେ ମଧ୍ୟ ଭୁ ଅର୍ଜନ ଅଧିକାରୀ ତାଙ୍କୁ କୌଣସି ଟଙ୍କା ନ ଦେଇ ଶନି ବାର ଦିନ ଏକଯ୍ୟୁକେଟିଭି ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତି ରେ ଯୋଗେନ୍ଦ୍ର ଜମି ଅଧିଗ୍ରହଣ କରିବା ସହ ଜେସିବ ଲଗାଇ ମାଟି ଖୋଲିଥିଲେ । ସେହିପରି ସାତପାଟଣା ଗ୍ରାମର ଅନନ୍ତ ବେହେରା ଙ୍କ ସେହି ମୌଜ଼ାରେ ଏ୧.୩୨ଡ଼ିସିମିଲ ଜାଗା ଥିଲେ ମଧ୍ୟ ତାଙ୍କୁ ଟଙ୍କା ନ ଦେଇ ଭୁ ଅର୍ଜନ ଅଧିକାରୀ ରେଳ ଲାଇନ ପାଇଁ ଜମି ଅଧି ଗ୍ରହଣ କରି ନେଇଥିବା ଅଭିଯୋଗ ହୋଇଛି । ମାତ୍ର ଚାଷୀଙ୍କ ଜମି ଅଧି ଗ୍ରହଣ ପୂର୍ବରୁ ସେମାନ ଙ୍କ ଜମିର ମୂଲ୍ୟ ଦେବା ପାଇଁ ନିୟମ ଥିବା ବେଳେ ଏହି ରେଳ ଲାଇନ ପାଇଁ ନିଯୁକ୍ତ ଭୁ ଅର୍ଜନ ଅଧିକାରୀ ଙ୍କ ମାନମୁଖୀ ଏବେ ଜମି ହରାଉଥିବା ଚାଷୀଙ୍କ ପାଇଁ ଦୁଃଖର କାରଣ ହୋଇଛି । ଜମି ଅଧିଗ୍ରହଣ ପୂର୍ବରୁ ଚାଷୀଙ୍କ ଅର୍ଥ ପ୍ରଦାନ ପାଇଁ ସାଧାରଣ ରେ ଦାବି ହେଉଛି । ଏସମ୍ପର୍କରେ ଯୋଗେନ୍ଦ୍ର ଦଶପଲ୍ଲା ଥାନା ରେ ଜଣାଇବା ସହ ନୟାଗଡ ଜିଲ୍ଲାପାଳ ଓ ଏସପି ଙ୍କୁ ଜଣାଇଥିବା ଜଣାପଡିଛି