ଦଶପଲ୍ଲା୯/୭ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ମଞ୍ଜାରି ଠାରେ ହେବାକୁ ଥିବା ବୃତଙ୍ଗ ଜଳ ସେଚନ ପ୍ରକଳ୍ପ କୁ ମିଳିଛି ଦ୍ୱିତୀୟ ପରିବେଶ ମଞ୍ଜୁରୀ । କେନ୍ଦ୍ର ସରକାର ଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ପକ୍ଷରୁ ଏହି ମଞ୍ଜୁରୀ ମିଳିଛି । ଏ ନେଇ କେନ୍ଦ୍ର ସରକାର ଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ର ଆସିଷ୍ଟାଣ୍ଟ ଇନ୍ସପେକଟର ଡ଼ଃ ଧିରାଜ ମିତଲ ରାଜ୍ୟ ସରକାର ଙ୍କ ଜଙ୍ଗଲ ବିଭାଗ ପି ସି ସି ଏଫ, ଡି ଡି ଜି ଏଫ (ସେଣ୍ଟ୍ରାଲ) ଓ ନୋଡାଲ ଅଫିସର(ଏଫ ସି ଏ) ଙ୍କୁ ପତ୍ର ଦ୍ୱାରା ଜଣାଇବା ପରେ ନୟାଗଡ଼ ଜିଲ୍ଲା ର ଚାଷୀ ମାନଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଛି । ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ସମୟ ରେ ଦ୍ୱିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ପାଇଁ କେନ୍ଦ୍ର ଜଙ୍ଗଲ,ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ପାଖରେ ଦୀର୍ଘଦିନ ଧରି ପରିବେଶ ମଞ୍ଜୁରୀ ପାଇଁ ପଡି ରହିଥିବା ଫାଇଲ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ର ସରକାର ଙ୍କ ଜଙ୍ଗଲ, ପରିବେଶ,ଓ ଜଳବାୟୁ ମନ୍ତଣା ଳୟ ପକ୍ଷରୁ ଏହି ଦ୍ୱିତୀୟ ପରିବେଶ ମଞ୍ଜୁରୀ ମିଳିଛି । ଦ୍ୱିତୀୟ ପରିବେଶ ମଞ୍ଜୁରୀ ରେ ୩୫ ନିୟମ ପାଳନ କରିବା ପାଇଁ ଧାର୍ଯ୍ୟକରାଯାଇଛି । ମୁଖ୍ୟତଃ ଯେତିକି ଜଙ୍ଗଲ ଜମିରେ ଏହି ପ୍ରକଳ୍ପ ହେବ ସେତିକି ଜାଗାରେ ବୃକ୍ଷ ରୋପଣ ପାଇଁ ନିୟମ ରେ ଦର୍ଶାଯାଇଛି । ସୂଚନା ଯୋଗ୍ୟଯେ, ନୟାଗଡ଼ ଜିଲ୍ଲା କୁଳୁରୁକୁମ୍ପା ପଂଚାୟତ ର ମଞ୍ଜାରି ଠାରେ ହେବାକୁ ଯାଉଛି ବୃତଙ୍ଗ ଜଳ ସେଚନ ପ୍ରକଳ୍ପ । ଦୁଇ ପାହାଡ଼ ମାଈ ଓ ତାବଳଦେଇ ମଧ୍ୟରେ ପୋଲ ନିର୍ମାଣ କରାଯାଇ ଜଳ ସଂରକ୍ଷଣ ପାଇଁ ବନ୍ଧ ନିର୍ମାଣ କରାଯିବ । ୪୨ ମିଟର ଉଚତା ବିଶିଷ୍ଟ ବନ୍ଧ ରେ ୮ ଟି ଲୁହାଗେଟ ରହିବ । ୩୫୫୨ ହେକ୍ଟର ଜାଗାରେ ଏହି ପ୍ରକଳ୍ପ ନିର୍ମାଣ ହେବାକୁ ଥିବା ବେଳେ ଏଥି ମଧ୍ୟରେ ୧୫୨୪.୧୭ ହେକ୍ଟର ଜଙ୍ଗଲ ଜମି ରହିଛି । ବୃତଙ୍ଗ ଜଳ ସେଚନ ପ୍ରକଳ୍ପ ଦ୍ବାରା ନୟାଗଡ଼ ଜିଲ୍ଲା ର ଦଶପଲ୍ଲା, ଓଡ଼ଗାଓଁ, ଖଣ୍ଡପଡା , ରଣପୁର ଆଦି ବ୍ଲକ ର ୨୨୦୦ ହେକ୍ଟର ଜମି ଜଳ ପ୍ଲାବିତ ହୋଇପାରିବ । ଏହି ପ୍ରକଳ୍ପ କୁ ତ୍ବରାନ୍ବିତ କରିବା ପାଇଁ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୧୭ ଶହ କୋଟି ଟଙ୍କା ମଞ୍ଜୁର କରିଥିବା ଘୋଷଣା କରିଥିଲେ । ଅନ୍ୟ ପାର୍ଶ୍ୱରେ ପର୍ଯ୍ୟାୟ କ୍ରମେ ଜଳ ସମ୍ପଦ ବିଭାଗ ପକ୍ଷରୁ ଜଙ୍ଗଲ କ୍ଷୟ ଓ ହାତୀ କରିଡର ବାବଦ ରେ ୭୫ କୋଟି ୮୫ ଲକ୍ଷ ୨୯ ହଜ଼ାର ୩୧୪ ଟଙ୍କା ଓ ୮୦ କୋଟି ୨୯ ଲକ୍ଷ ୭୨ ହଜ଼ାର ପାଞ୍ଚଶହ ଟଙ୍କା ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ କୁ ପ୍ରଦାନ କରାଯାଇଛି । ବିଭିନ୍ନ ସମୟ ରେ ନିର୍ବାଚିତ ବିଧାୟକ ଓ ସାଂସଦ ମାନେ ଏହି ପ୍ରକଳ୍ପ ପାଇଁ ସ୍ୱର ଉଠାଇ ଥିବା ବେଳେ ଦଶପଲ୍ଲା ବାସୀଙ୍କ ପକ୍ଷରୁ ପୂର୍ବତନ ସାଂସଦ ତଥା ବିଧାୟକ ରୁଦ୍ରମାଧବ ରାୟ ଙ୍କୁ ଦଶପଲ୍ଲା ବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏପରିକି ବୃତଙ୍ଗ ବାସ ଚ୍ୟୁତ ସଂଗ୍ରାମ ସମିତି ପକ୍ଷରୁ ଏହାକୁ ବିରୋଧ କରାଯାଇଥିବା ବେଳେ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ବୃତଙ୍ଗ ଜଳସେଚନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପଦଯାତ୍ରା ଦଶପଲ୍ଲା ରୁ ଭୁବନେଶ୍ୱର ଅଭିମୁଖେ ବାହାରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।