Odisha news

ସ୍ନାନବେଦୀରେ ମହାପ୍ରଭୁ

0
ଦଶପଲ୍ଲା୨୨/୬ : ଦଶପଲ୍ଲା ର ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କ ସ୍ନାନ ଯାତ୍ରା ପାଳିତ ହୋଇଯାଇଛି । ଦଶପଲ୍ଲା ରାଜପ୍ରାସାଦ ମଧ୍ୟରେ ଥିବା ସ୍ନାନ ମଣ୍ଡଵ କୁ ମହାପ୍ରଭୁ ଶ୍ରୀଜଗନ୍ନାଥ(ପତିତପାବନ) ଙ୍କୁ ନିଆଯାଇ ନୀତିକାନ୍ତି ଅନୁଯାଇ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ମଧ୍ୟଖଣ୍ଡ ଠାରେ ଥିବା ମାହାପ୍ରଭୁ ଙ୍କୁ ସ୍ନାନ ମଣ୍ଡପ କୁ ନିଆଯାଇ ପୂଜାର୍ଚନା ସହ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସେହିପରି ପୁରୁଣାଦଶପଲ୍ଲା ଓ ଦେଢସର ଠାରେ ମହା ପ୍ରଭୁ ପତିତପାବନ ଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଶେଷ ଭାବେ ଦଶପଲ୍ଲା ଏନ ଏ ସି ସ୍ଥିତ ପାଟପୁର ପାଟଣା ଠାରେ ନୂତନ ଭାବେ ଗୁଣ୍ଡିଚା ମନ୍ଦିର ର ରତ୍ନ ମୁଦ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ ଅବସ୍ଥିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମାତା ସୁଭଦ୍ରା ଙ୍କ ସ୍ନାନ ଉତ୍ସବ ଧୁମ ଧାମ ରେ ପାଳିତ ହୋଇଥିଲା । ଏହାକୁ ଦେଖିବାକୁ ସମସ୍ତ ସ୍ଥାନରେ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।
Leave A Reply