Odisha news

ଲଙ୍କାପୋଡି ଦ୍ଵାଦଶ ଦିବସ ସୀତା ଠାବ ଓ ରାବଣ ଛ ଛେଦନ

0
ଦଶପଲ୍ଲା ୨୯/୪ : ଦଶପଲ୍ଲା ଲଙ୍କାପୋଡି ଯାତ୍ରା ର ଦ୍ଵାଦଶ ଦିବସ ରେ ରାମାୟଣ ର ସୁନ୍ଦରାକାଣ୍ଡ ନାଟକ ପରିବେଷଣ କରାଯାଏ । ମୁଖ୍ୟ ମଞ୍ଚ ରେ ସୀତା ଠାବ ଓ ରାବଣ ଛାତ୍ର ଛେଦନ ନାଟକ ମଂଚସ୍ଥ ହୋଇ ଯାଇଛି । ବର୍ଷା ଋତୁ ସର୍ଷ ହୁଅନ୍ତେ ସୁଗ୍ରୀବ ଙ୍କ ସେନା ଓ ଗୁପ୍ତଚର ଙ୍କୁ ସୀତା ଖୋଜିବାକୁ ପ୍ରେରଣ କରାଯାଏ । ଚାରି ଦିଗକୁ ସୈନ୍ୟ ଓ ଦୂତ ପ୍ରେରସନ ବେଳେ ଦକ୍ଷିଣ ଦିଗକୁ ସ୍ୱତନ୍ତ୍ର ଧ୍ୟାନ ଦେଇ ଯୁବରାଜ ଅଙ୍ଗଦ ଙ୍କ ନେତୃତ୍ୱରେ ଜାମ୍ବବାନ ନଳ ,ନୀଳ ସୁଷେନ, ହନୁମାନ ଆଦି ଅଷ୍ଟବିର ଗମନ କରି ବାଟରେ ମହାଶୂର କୁ ବଦ୍ଧ କରନ୍ତି ଓ ସମୁଦ୍ର କୂଳରେ ପହଞ୍ଚନ୍ତି । ସେଠାରେ ସମ୍ପଚି ପକ୍ଷୀ ଖାଇବାକୁ ସେମାନଙ୍କୁ ଆକ୍ରମଣ କଲାବେଳେ ସେମାନଙ୍କ ସଂସ୍ପର୍ଶରେ ପୂର୍ବରୁ ତାର ପୋଡିଯାଇଥିବା ପକ୍ଷୀ ସବୁ କଅଁଳି ଯାଏ । ଏମାନେ ଭଗବାନ ଶ୍ରୀରାମ ଙ୍କ ଦୂତ ଜାଣି ସେମାନଙ୍କୁ ନିଜ ଡେଣାରେ ବସାଇ ଦୂରରୁ ଲଙ୍କା ଦର୍ଶନ କରାଏ । ଶେଷରେ ସାତ ଯୋଜନସମୁଦ୍ର ଲଙ୍ଘିବାକୁ  ଜାମ୍ବବାନ ଙ୍କ ପରାମର୍ଶ କ୍ରମେ ହନୁମାନ ତାଙ୍କର ପୂର୍ବ ବଳ ଫେରି ପାଆନ୍ତି । ଲଙ୍କାକୁ ଲମ୍ଫ ଦେବାବେଳେ ବାଟରେ ଦୈତ୍ୟ ମାତା ସିଂହୀକା କୁ ବଧ କରି ନାଗ ମାତା ଙ୍କ ବରପ୍ରାପ୍ତି ହୋଇ ଲଙ୍କାରେ ପ୍ରବେଶ କରନ୍ତି । ପରେ ଅଶୋକ ବନରେ ସୀତାଙ୍କୁ ଠାବ କରନ୍ତି । ଶ୍ରୀରାମ ଙ୍କ ସମ୍ବାଦ ହନୁମାନ ସେଠାରେ ସୀତା ଙ୍କୁ ଦେଇ ସନ୍ତକ ସ୍ୱରୂପ ସୀତା ଙ୍କ ମିଦ୍ରିକା ନେଇ ଆସନ୍ତି । ମାତ୍ର ଆସିବା ପୂର୍ବରୁ ରାବଣ ର ଅଶୋକ ବନ ଭଙ୍ଗାରୁଜା କରି ଅସୁର ନିପାତ କରନ୍ତି । ଏଣୁ ରାବଣ ର ସାନପୁଅ ଅକ୍ଷକୁମାର ଯୁଦ୍ଧ କୁ ଆସି ନିହତ ହୁଏ । ଏଣୁ ରାବଣ ର ଆଦେଶ ରେ ଇନ୍ଦ୍ରଜିତ ଆସି ହନୁମାନଙ୍କୁ ବନ୍ଧନ କରି ଲଂକାଗଡ ରେ ରାବଣ ପାଖରେ ପହଂଚାଏ । ହନୁମାନ ଏହି ସୁଯୋଗ ରେ ରାବଣ ଙ୍କୁ ତୁରନ୍ତ ସୀତା ଫେରାଇବା ପାଇଁ କହେ । ମାତ୍ର ହନୁମାନ କୁ ଅପମାନଙ୍କୁ ଅପମାନିତ କରିବାପାଇଁ ତାର ଲାଙ୍ଗୁଡ଼ ରେ କନା ଗୁଡ଼ାଇ ଘିଅ ଢାଳି ଅଗ୍ନି ସଂଯୋଗ କରାଯାଏ । ଏହି ସୁଯୋଗ ରେ ହନୁମାନ ଘର କୁ ଘର ଡେଇଁ ଲଂକାଗଡକୁ ଧ୍ବଂସ କରି ଲେଉଟି ଆସନ୍ତି । ଶେଷରେ ହନୁମାନ ଙ୍କ ଠାରୁ ରାମଚନ୍ଦ୍ର ସମସ୍ତ ଖବର ପାଇବାପରେ ଲଙ୍କା ଅଭିଯାନ କରନ୍ତି । ମାତ୍ର ଲଙ୍କା ଅଭିଯାନ ରେ ସମୁଦ୍ର ସମସ୍ୟା ହେବାରୁ ଶ୍ରୀରାମ କୁବେର ଙ୍କ ପରାମର୍ଶ କ୍ରମେ ନଳ ନୀଳ ଙ୍କ ଦ୍ଵାରା ସେତୁ ବନ୍ଧନ କରନ୍ତି । ଏ ଖବର ପ୍ରାପ୍ତ ହେବାପରେ ବିଭିସଣ ତୁରନ୍ତ ସୀତା ଙ୍କୁ ସମ୍ପର୍ପଣ କରି ସନ୍ଧି କରିବାକୁ ବଡଭାଇ ରାବଣ କୁ ପ୍ରସ୍ତାବ ଦିଅନ୍ତି । ମାତ୍ର ରାବଣ ରାଗି ଯାଇ ବିଭିଶନ କୁ ଲଙ୍କାରୁ ବାହାର କରି ଦିଅନ୍ତି । ବିଭିଶନ  ଶ୍ରୀରାମ ଙ୍କ ପାଖକୁ ଆସି ସରଣ ଯାଏ ଓ ଶ୍ରୀରାମ ତାଙ୍କୁ ଲଙ୍କାର ରାବଣ କରିବାକୁ ପ୍ରତିଶୃତି ଦିଅନ୍ତି । ଏତିକି ବେଳେ ରାବଣ ତାର ମନ୍ତ୍ରୀ ସୁକ ଓ ସାରଣ ଙ୍କୁ ଛଦ୍ମ ବେଶରେ ରାମ ଚନ୍ଦ୍ର ଙ୍କ ସେନା ଆକଳନ କରିବାକୁ ପଠାଏ । ମାତ୍ର ବିଭିଶଣ ସେ ଦୁହିଁ ଙ୍କୁ ଚିନ୍ହି ବନ୍ଦୀକରି ଶ୍ରୀରାମ ଙ୍କ ପାଖକୁ ନିଏ । ଶ୍ରୀରାମ ସେମାନଙ୍କୁ ଦୂତ ମନେକରି କ୍ଷମା କରନ୍ତି । ଏଣୁ ରାବଣ ନିଜେ ପୁଷ୍ପକ ବିମାନ ଆରୋହଣ କରି ସୈନ୍ୟ ଗଣନା କରିବାକୁ ଆସେ । ଏ କଥା ଜାଣି ଶ୍ରୀରାମ ବାଣ ମାରି ପୁଷ୍ପକ ଜାନ ର ଛତ୍ର ଛେଦନ କରି ରାବଣ କୁ ଅପମାନିତ କରନ୍ତି । ଏ ଛତ୍ର ଛେଦନ ଦୃଶ୍ୟ ଗଣେଶ ବଜ଼ାର ସୁବଳ ଗିରି ମଞ୍ଚ ରେ ଅଭିନୀତ ହୁଏ । ଶେଷରେ ସୁଗ୍ରୀବ ଙ୍କ ସେନା ପ୍ରଥମ ଥର ପାଇଁ ଲଂକାଗଡ ଅବରୋଧ କରନ୍ତି ଓ ଯୁଦ୍ଧ ର ଅୟମାରମ୍ଭ ହୁଏ ।
IEC 2 years
Leave A Reply