Odisha news

ଦଶପଲ୍ଲା ରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ।

0

ଦଶପଲ୍ଲା : : ଦଶପଲ୍ଲା ବ୍ଲକ ପରିସରରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ ଜିଲ୍ଲାପାଳ ଡା.ପୁମା ଟୁଡୁ ଏହି ଜନଶୁଣାଣୀ କରିଥିଲେ । ସମୁଦାୟ ୭୦ ଗୋଟି ଅଭିଯୋଗ ଜିଲ୍ଲାପାଳ ଙ୍କ ନିକଟ କୁ ଆସିଥିବା ବେଳେ ଏଥିମଧ୍ୟରେ ୬୮ ଟି ବ୍ୟକ୍ତିଗତ ଓ ୨ ଟି ସାମୁହିକ ଅଭିଯୋଗ ହୋଇଥିଲା ।୬୮ ଟି ଅଭିଯୋଗ ମଧ୍ୟରେ ୫୬ ଟି ଅଭିଯୋଗ କୁ ଜିଲ୍ଲାପାଳ ଡା. ଟୁଡୁ ତୁରନ୍ତ ସମାଧାନ କରିଥିଲେ । ଅନ୍ୟ ଅଭିଯୋଗ ଗୁଡିକୁ ଅନୁଧ୍ୟାନ କରି ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ । ଏହି ଶିବିରରେ ୮ ଜଣ ଦରଖାସ୍ତ କାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭୬ ହଜ଼ାର ଟଙ୍କା

ପ୍ରଦାନ କରାଯାଇଥିବା ବେଳେ ଏହି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ମିଳିତ ସହଯୋଗ ରେ ୮ ଜଣ ଦିବ୍ୟାଙ୍ଗ ଙ୍କୁ ଡି ଆର ଆଇ ଲୋନ ପ୍ରଦାନ କରାଯାଇଥିଲା । ଶେଷରେ ଦଶପଲ୍ଲା ଓ ଗଣିଆ ଅଂଚଳରେ କାର୍ଯ୍ୟ କରୁଥିବା କେତକ ଖବରକାଗଜ ବିତରକଙ୍କୁ ଜିଲ୍ଲା ପାଳ ପରିଚୟ ପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ଙ୍କ ଏହି ଜନଶୁଣାଣୀ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି,ପ୍ରକଳ୍ପ ନିର୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ,ବିଡ଼ିଓ ବିଶ୍ୱରଂଜନ ବିଶ୍ୱାସ, ତହସିଲଦାର ଅର୍ଜୁନ ପ୍ରଧାନ, ଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗ ର ପଦାଧିକାରୀ ଓ ସ୍ଥାନୀୟ ଅଂଚଳ ର ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇଥିଲେ

Leave A Reply