Odisha news

ବିପଦପୂର୍ଣ୍ଣ କୁଆଁରିଆ ପୋଲ : ନିଦ୍ରାରେ  ଜାତୀୟ ରାଜପଥ ବିଭାଗ

0
ଦଶପଲ୍ଲା ୨/୯ : ଖାଲଖମା ରେ ପରିପୂର୍ଣ କୁଆଁରିଆ ପୋଲ ରାସ୍ତା । ବିପଦପୂର୍ଣ୍ଣ ସହ ଅସୁରକ୍ଷିତ ହୋଇପଡିଛି ଏହି ପୋଲର ରାସ୍ତା । ବିଭିନ୍ନ ସମୟ  ରେ ଖାଲଖମା ପାଇଁ ଏହି ରାସ୍ତା ଉପରେ  ଦୁର୍ଘଟଣା ଘଟି ଚାଲିଥିବା ବେଳେ  ନିଦରେ ଜାତୀୟ ରାଜପଥ ବିଭାଗ । ସୂଚନା ଯୋଗ୍ୟ ଯେ, ଦଶପଲ୍ଲା ଦୁର୍ଗାବଜାର ଠାରେ  କୁଆଁରିଆ ନଦୀ ପୋଲ  ଉପର ଦେଇ ଯାଇଛି ଖୋର୍ଧା – ବଲାଙ୍ଗୀର ଜାତୀୟ ରାଜପଥ ।  ଦୈନିକ ଏହି ରାସ୍ତାଦେଇ ପୂର୍ବରୁ ପଶ୍ଚିମାଞ୍ଚଳ ଓ ପଶ୍ଚିମାଞ୍ଚଳ ରୁ ପୂର୍ବାଂଚଳ ଦେଇ ସହ ସହ ଗାଡୀମାଟର ଯିବା ଆସିବା କରିଥାଏ । ଵର୍ତମାନ ଏହି ରାସ୍ତା ଉପରେ ଛୋଟ ଛୋଟ ଗର୍ତ ହେବା ସହ ବର୍ଷା ସମୟ ରେ ରାସ୍ତା ଉପରେ ପାଣି ଜମା ରହୁ ଥିବା ରୁ ଏହା ବିପଦ ସୃଷ୍ଟି କରିଛି । ଏପରିକି ପାଣି ଜମା ରହୁଥିବାରୁ ଏହି ଗର୍ତ ଗୁଡିକ ଜଣା ନ ପଡିବାରୁ ବାଇକ ଓ ସାଇକେଲ ରେ ଯାଉଥିବା ଅରୋହି ମାନେ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି ।  ଅନ୍ୟ ପାର୍ଶ୍ୱରେ ଶୁଖିଲା ପାଗରେ ବି ଏହି ଗର୍ତ ପାଈଁ ପଥଚାରି  ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ସାଧରଣ  ରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ୫୭ ନଂ ଜାତୀୟ ରାଜପଥର ମାଇଛେଳି ଠାରୁ ବାଣୀଗୋଛା ପର୍ଯ୍ୟନ୍ତ ପ୍ରାୟ ୬୦ କିଲୋମିଟର ରାସ୍ତା ନିର୍ମାଣ ଓ ରକ୍ଷଣା ବେକ୍ଷଣ ପାଇଁ ଠିକା ସଂସ୍ଥା ୱାଇ ଏଫ ସି କୁ  ଦାଇତ୍ୱ ଦିଆଯାଇଥିଲା ।  ମାତ୍ର ସମ୍ପୃକ୍ତ ଠିକା ସଂସ୍ଥା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା ସହ ଚୁକ୍ତିପତ୍ର ଅନୁଯାଇ ରକ୍ଷଣା ବେକ୍ଷଣ ର ସମୟ ସୀମା ଶେଷ ହୋଇଛି । ଏବେ ଏହି ଜାତୀୟ ରାଜପଥ ର ମରାମତି ଦାଇତ୍ୱ ଜାତୀୟ ରାଜପଥ ବିଭାଗ ର ହୋଇଥିବା ବେଳେ ବାରମ୍ବାର ଅଭିଯୋଗ ସହ ଏ ସମ୍ପର୍କିତ ଖବର ଗଣ ମାଧ୍ୟମ ରେ ପ୍ରକାଶ ପାଉଥିଲେ ମଧ୍ୟ ଚିର ନିଦ୍ରାରେ ଜାତୀୟ ରାଜପଥ ବିଭାଗ ବୋଲି ଚର୍ଚ୍ଚା ହେଉଛି ।  ତେବେ କେବେ ଜାତୀୟ ରାଜପଥ ବିଭାଗୀୟ ଅଧିକାରୀ ଙ୍କ ନିଦ ଭାଙ୍ଗୁଛି ଓ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା କୁଆଁରିଆ ପୋଲ ଉପରଦେଇ ଯାଉଥିବା ଜାତୀୟ ରାଜପଥ ର ମରାମତି ହେଉଛି ତାହା ଦେଖିବାକୁ ବାକି ରହିଛି ।
Nalco
Leave A Reply