Odisha news

ରାଜ ରାସ୍ତାରେ ଶିକ୍ଷକ ଆମର ଦାବି ପୂରଣ କର

0
ଦଶପଲ୍ଲା ୫/୮ : ବିଭିନ୍ନ ଦାବି ନେଇ ରାଜ ରାସ୍ତାକୁ ଓଲାହିଛନ୍ତି ଶିକ୍ଷକ । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ର ଆହ୍ବାନ କ୍ରମେ ଓ ଦଶପଲ୍ଲା ବ୍ଲକ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ଙ୍କ ନେତୃତ୍ୱରେ  ଦଶପଲ୍ଲା ର ବିଭିନ୍ନ ବିଦ୍ୟାଳୟ ରେ କାର୍ଯ୍ୟ ରତ  କନିଷ୍ଠ ଶିକ୍ଷକ,ଶିକ୍ଷାକର୍ମୀ,ଶିକ୍ଷାସହାୟକ,ଏକ୍ସ କ୍ୟାଡର ଶିକ୍ଷକ,ସାମୟିକ କଳା ଓ କ୍ରୀଡା ଶିକ୍ଷକ, ମାନେ ସ୍ଥାନୀୟ ମହାବୀର ମନ୍ଦିର ଠାରେ ଏକତ୍ରିତ ହୋଇଥିଲେ  । ପରେ ଏକ ଶୋଭାଯାତ୍ରାରେ ରେ  ବାହାରି ବିଭିନ୍ନ ସହର ପରିକ୍ରମା କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ।  ସେଠାରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ଙ୍କୁ ଶିକ୍ଷକ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଏହି ଦାବି ଗୁଡିକ ମଧ୍ୟରେ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା,ଶିକ୍ଷା କର୍ମୀ ଓ ଶିକ୍ଷା ଶହାୟକ ଙ୍କ ଠିକା କାର୍ଯ୍ୟକାଳ କୁ ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ, ଏକ୍ସ କ୍ୟାଡର ଶିକ୍ଷକ ଓ ସାମୟିକ କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ କରିବା , ଆଦି ଦାବି କରାଯାଇଛି ।
Nalco
Leave A Reply