ଏରସମା,୫/୮- ଏରସମା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଧୀନ ଜନକଦେଇପୁର ପଂଚାୟତ ର ସାହାଡ଼ା ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ତୁଷାରକାନ୍ତ ସତପଥି ଘରେ ରହି 3ବର୍ଷା ହେଲା ଦରମା ନେଉଛନ୍ତି । ପ୍ରଧାନ ଶିକ୍ଷକ ପର୍ତୁଶ ରଞ୍ଜନ ସାହୁ ଓ ସି. ଆର ସି. ସି ସୁରେନ୍ଦ୍ର ପ୍ରଧାନ ମିଳିତ ଭାବରେ ସୋହଜଗ କରିଆସୁଥଲେ ବୋଲି ଗ୍ରାମବାସୀ ଏରସମା ବ୍ଲକରେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ସ୍କୁଲ ଚାଉଳ ବାହାରେ ବିକ୍ରି ହେଉଅଛି. ପ୍ରଧାନ ଶିକ୍ଷକ ପାଠ ନପଢ଼ାଇ ନିଶାଶକ୍ତ ଅବସ୍ଥାରେ ବୁଲନ୍ତି ଅଭିଯୋଗ ପାଇଁ ଆଜି ଏରସମା ବ୍ଲକ ଶିକ୍ଷା ଅଧିକାରୀ ତୁରନ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ଲଇଆକତ୍ ଅଲ୍ଲୀ ଖାଁ ଙ୍କୁ ତଦନ୍ତ ପାଇଁ ପଠାଇଛନ୍ତି । ତଦନ୍ତ ରିପୋର୍ଟ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି । ଗ୍ରାମବାସୀ ଙ୍କ ପକ୍ଷରୁ ତୁଷାର କାନ୍ତି ସତପଥିଙ୍କ ସ୍ଥାନରେ ଅନ୍ୟ ଏକ ଶିକ୍ଷକ ନିଯୁକ୍ତି ଦେବା ଘରୋଇ ଶିକ୍ଷକଙ୍କୁ ବିଦା କରିବା ଆଦି ତଦନ୍ତ ଅଧିକାରୀ ଙ୍କ ପାଖରେ ଦାବି କରାଯାଇଥିଲା । ଏସମ୍ବନ୍ଧ ରେ ପ୍ରଧାନ ଶିକ୍ଷକକୁ ପଚାରିବାରୁ ଅଭିଯୋଗ ଠିକ ନୁହେଁ ବୋଲି କହିଥିଲେ ସ୍କୁଲ ପରିଚାଳନା କମିଟି ସଭାପତି ବଟକୃଷ୍ଣ ବାରିକ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
