ଦଶପଲ୍ଲା ୩/୬ : ଦୈନିକ କନ୍ଧମାଳ ଜିଲ୍ଲା ରୁ ଦଶପଲ୍ଲା ଦେଇ ବାହାର ରାଜ୍ୟ କୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବସ ରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଂଜେଇ ଧରି ଠିଆ ହୋଇଥିବା ଜଣେ ଯୁବକ କୁ ଗିରଫ କରିଛି ବାଣୀଗୋଛା ପୋଲିସ । ଗିରଫ ଯୁବକ ଙ୍କ ନାମ ରମାକାନ୍ତ ପାଶ୍ୱନ(୨୩) ଓ ତାଙ୍କ ଘର ବିହାର ରାଜ୍ୟ ର ରୋସ୍ତସ ଜିଲ୍ଲା ସାସରାମ ଥାନା ଅନ୍ତର୍ଗତ ଖାଇରା ଗ୍ରାମରେ ବୋଲି ପୋଲିସ ସୂତ୍ର ରୁ ଜଣା ପଡ଼ିଛି । ଏହି ଗଂଜେଇ ଫୁଲବାଣୀ ରୁ ବିହାର ଚାଲାଣ ହେବାକୁ ଥିବା ବେଳେ ଜାମୁସାହି ବସ ଷ୍ଟାଣ୍ଡ ରୁ ପୋଲିସ ଏହାକୁ ଧରିବାରେ ସଫଳ ହୋଇଛି । ଏହି ଘଟଣା ରେ ପୋଲିସ ୫୨/୨୩ ରେ ଏକ ମୋକଦମା କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି । ଅନ୍ୟ ପାର୍ଶ୍ୱରେ ଅବକାରୀ ବିଭାଗ ପକ୍ଷରୁ ରମାକାନ୍ତ ଙ୍କ ଜଣେ ସହଯୋଗୀଙ୍କୁ ଗଂଜେଇ ସହ ଗିରଫ କରାଯାଇଥିବା ପୋଲିସ ସୂତ୍ର ରୁ ଜଣା ପଡ଼ିଛି
