ଦଶପଲ୍ଲା୮/୪ : ଶୁକ୍ରବାର ଦିନ ଦଶପଲ୍ଲା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ସ୍ଥାନୀୟ ରାଧାମୋହନ ନୋଡାଲ ଉଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଦଶପଲ୍ଲା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ତୃତୀୟ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ଏହି ବିଜ୍ଞାନ ମେଳାରେ ସାମିଲ ହୋଇଥିଲେ । ଏହି ବିଜ୍ଞାନ ମେଳାରେ ସମୁଦାୟ ୩ ଟି ବିଭାଗ ରେ ୯୯ ଟି ପ୍ରକଳ୍ପ ସାମିଲ ହୋଇଥିଲା । ଏଥି ମଧ୍ୟରେ ତୃତୀୟ ରୁ ପଞ୍ଚମ ସବ-ଜୁନିଅର ଗ୍ରୁପ ରେ ୨୪ ଟି ପ୍ରୋଜେକ୍ଟ ,ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ଜୁନିଅର ଗ୍ରୁପ ରେ ୪୫ଟି ପ୍ରୋଜେକ୍ଟ, ଓ ନବମ ରୁ ଦଶମ ସିନିଅର ଗ୍ରୁପ ରେ ୩୦ ଟି ପ୍ରୋଜେକ୍ଟ ଛାତ୍ର ଛାତ୍ରୀ ମାନେ ପ୍ରଦର୍ଶିତ କରିଥିଲେ । ଚଳିତ ବର୍ଷ ଏହି ବିଜ୍ଞାନ ମେଳାର ମୁଖ୍ୟ ବିଷୟ ଥିଲା ପ୍ରଯୁକ୍ତି ବିଦ୍ୟା ଓ ଖେଳଣା । ଏଥି ମଧ୍ୟରେ ଜୁନିଅର ଗ୍ରୁପ ରେ ଜାନିସାହି ପି ୟୁ ପି ଏସ ଛାତ୍ର ଲ-ସାଗୁ ଓ ଗଶାଗୁ ପ୍ରୋଜେକ୍ଟ , ସମର୍ଜିତ ସାହୁ ଆର ଏମ ଜେ ନୋଡାଲ ହାଇ ସ୍କୁଲ ର ଛାତ୍ର ଅବର୍ଜନାର ସୁ ପରିଚ୍ଛଳନା,ଜୁନିଅର ଗ୍ରୁପ ରେ ଓଁ ପ୍ରକାଶ ସାହୁ ଦଶପଲ୍ଲା ହାଇସ୍କୁଲ ଙ୍କ ସ୍ମାର୍ଟ ସିଟି,ବି ଏନ ଅନିସ୍ୱା ସତପଟଣା ସରକାରୀ ବିଦ୍ୟାଳୟ ଙ୍କ ହେଲଥ ଆଣ୍ଡ କ୍ଲିନିକ ନେସ,ରୋନାଳିତ ବିଶ୍ୱାଳ ସରକାରୀ ହାଇସ୍କୁଲ ଙ୍କ ସିପ ଦି ଟି ଆଣ୍ଡ ଇଟ ଦି କପ ,ଓ ସିନିଅର ଗ୍ରୁପ ର ସନ୍ତୋଷ କୁମାର ସାହୁ ୟୁ ଜି ଏଚ ଏସ ଉଳିସାହି ଙ୍କ ଏଯୁଗର ପଠାଣି ସାମନ୍ତ,ବିଶ୍ୱରଂଜନ ରଣା ମଧ୍ୟଖଣ୍ଡ ନୋଡାଲ ହାଇସ୍କୁଲ ଙ୍କ ଅଲଟର ନେଟିଭି ସୋର୍ସ ଅଫ ଏନର୍ଜୀ ଇନ ଫିଉଚର,ସୁଭଲକ୍ଷ୍ମୀ ସ୍ବାଇଁ ସରକାରୀ ଉଚ୍ଚ ବିଦ୍ୟାଳୟ ସତପଟଣା ଙ୍କ ଅଟୋମେଟିକ ହେଡ ଡିପର ,ଏମ ଏସ ନାରାୟଣ ପାଣି ଅର ଏମ ଯେ ନୋଡାଲ ଉଚ୍ଚ ବିଦ୍ୟାଳୟ ଙ୍କ ଅଟୋମେଟିକ ରୁମ ଲାଇଟ କନେକ୍ସନ,ହେମନ୍ତ ମଲିକ ସରକାରୀ ଉଚବିଦ୍ୟାଳୟ ଟାକେରା ଙ୍କ ସ୍ମାର୍ଟ ଚେୟାର ପ୍ରୋଜେକ୍ଟ ଗୁଡିକ ପୁରସ୍କୃତ ହୋଇଥିଲା । ଏହି ବିଜ୍ଞାନ ମେଳାର ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ମେଳା କୁ ଉଦ୍ଘାଟନ କରିଥିଲେ, ବ୍ଲକ ଶିକ୍ଷା ଅଧିକାରୀ ପ୍ରଣତି ପଟ୍ଟନାଏକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଅନ୍ୟତମ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ବିଜ୍ଞାନ ମେଳା ଦଶପଲ୍ଲା ବ୍ଲକ ସମ୍ପାଦକ ଶରତ ଚନ୍ଦ୍ର ବେହେରା, ଏବିଓ ଶ୍ୟାମ ସୁନ୍ଦର ଯାନୀ,ଗୋପବନ୍ଧୁ ଦେହୁରୀ,ରାଜେନ୍ଦ୍ର ପ୍ରସାଦ ଖଟେଇ ,ବିଦ୍ୟାଳୟ ସଭାପତି ସୁରେଶ ଚନ୍ଦ୍ର ବେହେରା ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲିପ ନାଏକ,ପ୍ରମୁଖ ଉପସ୍ଥିତ ଥିବା ବେଳେ ଉଦ୍ଜାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଏନ ଏ ସି ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ, ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟବତ କର, କାଉନସିଲର କିରଣ କୁମାର ସାହୁ,ଅରୁଣ ଦାସ,ଅର୍ଚନା ସାହୁ,ଙ୍କ ସମେତ ସମସ୍ତ ଏବିଓ, ବିଦ୍ୟାଳୟ ଏସ ଏମ ସି ସଭାପତି ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ । ଏହି ସଭାକୁ ବ୍ଲକ ଶିକ୍ଷା ଅଧିକାରୀ ପରିଚାଳନା କରିଥିଲେ ।