Odisha news

ଦଶପଲ୍ଲା ଏନ ଏ ସି : ଉପାଧ୍ୟକ୍ଷ ନିର୍ବାଚନ ରେ ବିଜେଡି ସମର୍ଥନ ପାଇ ସ୍ୱାଧୀନ ପ୍ରାର୍ଥୀ କିଶୋର କୁମାର ଦାସ ନିର୍ବାଚିତ

0

ଦଶପଲ୍ଲା ; : ପୌର ନିର୍ବାଚନ ର ଶେଷ ପର୍ବ ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଉପାଧ୍ୟକ୍ଷ ନିର୍ବାଚନ ରେ ବିଜେଡି ସମର୍ଥନ ପାଇ ସ୍ୱାଧୀନ ପ୍ରାର୍ଥୀ କିଶୋର କୁମାର ଦାସ ନିର୍ବାଚିତ ହୋଇଛନ୍ତି । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଦୁଇ ବିଜୟୀ ସ୍ୱାଧୀନ ପ୍ରାର୍ଥୀ ସୁକଦେଵ ସିଠ ଏବଂ କିଶୋର କୁମାର ଦାସ ଉପାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶେଷରେ କିଶୋର କୁମାର ଦାସ ବିଜୟୀ ହୋଇଥିଲେ । କିଶୋର ଙ୍କୁ ୯ ଜଣ କାଉନସିଲର ମତଦାନ କରିଥିବା ବେଳେ ସୁକଦେଵ ଙ୍କୁ ୭ ଜଣ କାଉନସିଲର ମତଦାନ କରିଥିଲେ । ଶେଷରେ ନିର୍ବାଚନ ଅଧିକାରୀ କେଭି ରାଓ କିଶୋର ଙ୍କୁ ବିଜୟୀ ଘୋଷଣା କରିଥିଲେ ।

ସୂଚନା ଯୋଗ୍ୟ ଯେ, ଗତ ୨୪ ତାରିଖ ଦିନ ଦଶପଲ୍ଲା ଏନ ଏ ସି ର ଅଧ୍ୟକ୍ଷା ପଦବୀ ସହ ୧୬ ଟି ୱାର୍ଡ ପାଇଁ ଭୋଟ ହୋଇଥିଲା । ଏଥିରେ ସ୍ୱାଧୀନ ପ୍ରାର୍ଥୀ ଇଂ ପୁନମ ପ୍ରିୟଦର୍ଶିନୀ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ବେଳେ ୯ ଟି ୱାର୍ଡ ସ୍ୱାଧୀନ ପ୍ରାର୍ଥୀଙ୍କ ହାତକୁ ଯାଇଥିଲା ଓ ଶାସକ ବିଜେଡି ୭ ଟି ୱାର୍ଡ ଦଖଲ କରିଥିଲା । ଉପାଧ୍ୟକ୍ଷ ପଦବୀ ବିଜେଡି ର ବିନା ସହାୟତା ରେ ସ୍ୱାଧୀନ ପ୍ରାର୍ଥୀଙ୍କ ହାତକୁ ଯିବ ବୋଲି ଚର୍ଚା ହୋଇଥିଲା । ମାତ୍ର ରାଜନୈତିକ ଗଣିତ ଭୁଲ ହୋଇ ଯାଇଥିଲା । ବିଜେତା ସ୍ୱାଧୀନ ପ୍ରାର୍ଥୀ ମାନଙ୍କ ମଧ୍ୟରୁ ୯ ନଂ ୱାର୍ଡ ର ବିଜୟୀ ସ୍ୱାଧୀନ ପ୍ରାର୍ଥୀ ସୁକଦେଵ ମିଶ୍ର ପରେ ବିଜେଡି ରେ ସାମିଲ ହୋଇଥିବା ବେଳେ ଉପାଧ୍ୟକ୍ଷ ପଦପି ପାଇଁ କିଶୋର କୁମାର ଦାସ ବିଜେଡି ସହ ହାତ ମିଳାଇଥିଲେ । ଫଳରେ ବିଜେଡି ର ସମର୍ଥନ ପାଇ କିଶୋର କୁମାର ଦାସ ଶେଷରେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ ଉପାଧ୍ୟକ୍ଷ ଙ୍କୁ ଦଶପଲ୍ଲା ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରା ଅଭିନନ୍ଦନ ସହ ସ୍ୱାଗତ କରିଛନ୍ତି

Leave A Reply