Odisha news

ଦଣ୍ଡ ନାଚ ରୁ କଳାକାର ଉଭାନ

0

ଦଶପଲ୍ଲା୬/୪ : ଦଶପଲ୍ଲା ରେ ଲଙ୍କାପୋଡି ଯାତ୍ରା ସହ ଗାଁ ଗାଁ ରେ ଚାଲିଛି ଦଣ୍ଡ ନୃତ୍ୟ । ଏହି ଦଣ୍ଡ ନୃତ୍ୟ ଦେଖିବାକୁ ଗ୍ରାମାଞ୍ଚଳ ରେ ଗହଳି ଲାଗି ରହିଥିବା ବେଳେ ଦଣ୍ଡ ନାଚ ରୁ ଉଭାନ ହୋଇଯାଇଛନ୍ତି ଜଣେ କଳାକାର । କଳାକାର ଙ୍କ ନାମ ଟୁନା ନାହାକ ଓ ତାଙ୍କ ଘର ଦଶପଲ୍ଲା ଏନ୍ ଏ ସି ସ୍ଥିତ କୃଷ୍ଣଚନ୍ଦ୍ରପୂର୍ ପାଟଣା ସ୍ଥିତ ଭେଜିପୁଟ ଗ୍ରାମରେ । ସୂଚନା ଯୋଗ୍ୟ ଯେ , ଘୁଗୁଡ଼ିପଡ଼ା ଦୀନବନ୍ଧୁ ସାହୁ ଙ୍କ ଆମନ୍ତ୍ରଣ କ୍ରମେ ଭେଜିପୁଟ ଗ୍ରାମର ଦଣ୍ଡ ଠାକୁର ପୂଜା ପାଇଁ ଦୀନବନ୍ଧୁ ଙ୍କ ଘରକୁ ଯାଇଥିଲେ । ଦଣ୍ଡ ଠାକୁର ଙ୍କ ପୂଜାର୍ଚ୍ଚନା ପରେ ରାତିରେ ହୋଇଥିଲା ଦଣ୍ଡନାଚ । ଏହି ଦଣ୍ଡ ନାଚ ରେ ଟୁନା ପରଭା ନାଚ କରି ସାରିବା ପରେ ଶୌଚ ହେବାକୁ ଯାଇଥିଲେ ମାତ୍ର ଫେରି ନ ଥିଲେ । ଏହାପରେ ନାଚ କରିବାକୁ ଯାଇଥିବା ଅନ୍ୟ କଳାକାର ଓ ସାଥୀ ମାନେ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ । ମାତ୍ର ସେହି ଗ୍ରାମ କୁ ଆସିଥିବା ରାଇମ୍ଡ଼ା ଗ୍ରାମର ଦଣ୍ଡ ଠାକୁର ଙ୍କ କାଳୀସି ଉଭାହୋଇ କହିଥିଲେ ଯେ କାଲି ସେ ଘରକୁ ଫେରିବ । ମାତ୍ର ବହୁ ଖୋଜା ଖୋଜି ପରେ ଟୁନା ଘରକୁ ଫେରି ନ ଥିବା ବେଳେ ତାଙ୍କ ପରିବାର ପକ୍ଷରୁ ଦଶପଲ୍ଲା ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ପାଇବା ପରେ ପୋଲିସ ଘୁଗୁଡ଼ିପଡ଼ାଗ୍ରାମରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।

Leave A Reply